ପେଟ୍ରୋଲିଂ ବେଳେ ଦୁର୍ବୃତ୍ତଙ୍କ ଗୁଳିମାଡରେ ଫରେଷ୍ଟ ଗାର୍ଡ ଆହତ

ଫୋକସ ପ୍ଳାସ 29/3/23(ବ୍ୟୁରୋ): ଗତ କାଲି ବିଳମ୍ବିତ ରାତ୍ରିରେ ବନବିଭାଗ ର କର୍ମଚାରୀ ମାନେ ପେଟ୍ରାଲିଂ କରୁଥିବା ବେଳେ ବୌଦ୍ଧ ଥାନା ଅନ୍ତର୍ଗତ ବଘିଆପଡା ପଂଚାୟତ ର ଖଲିଆପାଲି ଛକ ଠାରେ ବିଳମ୍ବିତ ରାତ୍ରୀରେ ହଠାତ ଦୂର୍ବତ୍ତ ମାନେ ଗୁଳି ଚାଳନା କରିଥିଲେ । ଫଳରେ ଦୁଇ ପରେଷ୍ଟ୍ ଗାର୍ଡ ଗୁଳିମାଡରେ ଆହତ ହୋଇଥିଲେ । ଦୁଇ ଆହତ ଙ୍କୁ ବୌଦ୍ଧ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଚିକିତ୍ସା ଚାଲିଛି । ଆହତ ଦୁଇ ଫରେଷ୍ଟ ଗାର୍ଡ ହେଲେ ନୀଳାଚଳ ପ୍ରଧାନ , ଓ ନବକିଶୋର ସାହୁ । କିଏ ଗୁଳି ଚାଳନା କଲା ଓ କାହିଁକି କଲା କିଛି ସ୍ପଷ୍ଟ ସୂଚନା ମିଳିପାରିନାହିଁ । ବୌଦ୍ଧ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।

Leave a Reply

Your email address will not be published. Required fields are marked *