ଫୋକସ ପ୍ଲସ(କୋଣାର୍କ)୧/୦୮/ ୨୦୨୨:ପୁରୀ ଜିଲ୍ଲାର ଗୋପ ଅଞ୍ଚଳ ରେ ପେଟ୍ରୋଲ ମିଳିବା ନେଇ ଜମି ଅଧିଗ୍ରହଣ ପାଇଁ ୩୭ ଜଣ ଚାଷୀମାନଙ୍କର ଜମି ନେବାକୁ କୁ ଦିଆଗଲା ୧କୋଟି ଟଙ୍କା ର ଚେକ୍।ବିଗତ ଦିନରେ ଇଣ୍ଡିଆନ୍ ଅଏଲ୍ ତରଫରୁ ପୁରୀ ଜିଲ୍ଲାର ୪ଟି ବ୍ଳକ ଗୋପ ,କାକଟପୁର, ଅସ୍ତରଙ୍ଗ ଅଞ୍ଚଳ ମାନଙ୍କରେ ପେଟ୍ରୋଲ ମିଳିବା ନେଇ କରାଯାଇଥିଲା ସର୍ଭେ। ହେଲେ ପୁରୀ ଜିଲ୍ଲାର ଗୋପ ବ୍ଲକ ଅନ୍ତର୍ଗତ ମହଲପଡ଼ା ପଞ୍ଚାୟତର ଚିତେରା ଓ ଗୋପ ପଞ୍ଚାୟତର କୁଶୁପୁର ଗ୍ରାମର ପ୍ରାୟ ୮ଏକର ରୁ ଉର୍ଦ୍ଧ୍ ଜମି ମାତ୍ରାଧିକ ପରିମାଣ ର ପେଟ୍ରୋଲ ଥିବା ଅଏଲ୍ ଇଣ୍ଡିଆ ଜାଣିବା ପରେ ଆଜି ଅଏଲ୍ ଇଣ୍ଡିଆ ତରଫରୁ ଏକ ଦଶ ଜଣିଆ ଟିମ୍ ଗୋପ ପହଞ୍ଚି ମହଲପଡ଼ା ପଞ୍ଚାୟତ ର ଚିତେରା ଓ ଗୋପ ପଞ୍ଚାୟତ ର କୁଶୁପୁର ଗ୍ରାମ ର ଯେଉଁ ମାନଙ୍କ ଜମି ଚିହ୍ନଟ କରାଯାଇଥିଲା, ସେମାନଙ୍କୁ ଆସନ୍ତା ୩ବର୍ଷ ପର୍ଯ୍ୟନ୍ତ ଏକ ବର୍ଷ କୁ ଗୁଣ୍ଠ ପିଛା ୧୭୦୦୦ଟଙ୍କା ହିବାରେ ୫୩୦୦୦ଟଙ୍କା ଦିଆଯିବାକୁ କୁହାଯାଇଥିଲା।ଆଜି ୩୭ ଜଣ ଚାଷୀମାନଙ୍କୁ ୧ କୋଟି ଟଙ୍କା ପ୍ରଦାନ କରିଥିବା କୁହନ୍ତି। ଅଏଲ୍ ଇଣ୍ଡିଆର ଜେନେରାଲ ମ୍ୟାନେଜର ଅପରପକ୍ଷରେ 37 ଜଣ ଚାଷୀ ଖୁସିଥିବା ଦେଖିବାକୁ ମିଳିଛି।
କୋଣାର୍କ ରୁ ଆଶିଷ ରଞ୍ଜନ ମିଶ୍ର ଙ୍କ ରିପୋର୍ଟ ଫୋକସ ପ୍ଲସ