ପେଣ୍ଠ କାଳି ମନ୍ଦିର ପୂଜା କମିଟି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ |

ଫୋକସ ପ୍ଲସ ୨୮/୧/୨୩(ବ୍ରହ୍ମପୁର):ବ୍ରହ୍ମପୁର ସହରର ସର୍ବ ପୁରାତନ ପାଣିଗ୍ରାହୀ ପେଣ୍ଠ କଳି ମନ୍ଦିରର ରତ୍ନମୁଦ ପ୍ରତିଷ୍ଠା ଉତ୍ସବ ସପ୍ତଦିନ ବ୍ୟାପି ମହା ଆଡ଼ମ୍ବରରେ ଅନୁଷ୍ଠିତ ହେବ। ଏହି ଅବସରରେ ୨୮.୦୧.୨୦୨୩ ରିଖ ଶନିବାର ସକାଳ ୧୧.୦୦ ଟା ସମୟରେ ବାଲୁଙ୍କେଶ୍ୱର ମନ୍ଦିର ପରିସରରୁ କଳସ ଯାତ୍ରା ଆରମ୍ଭ ସହିତ ପ୍ରତିଷ୍ଠା ଉତ୍ସବ ଆରମ୍ଭ ହେବ। ସେହିପରି ପ୍ରଥମ ଦିବସରେ ଦୀକ୍ଷା ଗ୍ରହଣ ଜଳ ଯାତ୍ରା ସମେତ ରାତ୍ର ସମୟରେ ଅଙ୍କୁରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ସେହିପରି ୦୧.୦୨.୨୦୨୩ ରୁ ନାମଯଜ୍ଞ ଆରମ୍ଭ ହେବ ସହ ୦୩.୦୧.୨୦୨୩ ଅପରାହ୍ନ ସମୟରେ ପୂର୍ଣ୍ଣାହୁତି ପୂର୍ବକ ପ୍ରତିଷ୍ଠା ଉତ୍ସବ ଶେଷ ହେବ। ଏହି ଅବସରରେ ୩୦ ତାରିଖ ଠାରୁ ପାଞ୍ଚ ଦିନ ଧରି ସକାଳ ୧୨ ଘଣ୍ଟା ଠାରୁ ରାତ୍ର ୧୧ ଘଣ୍ଟା ପର୍ଯ୍ୟନ୍ତ କମିଟି ପକ୍ଷରୁ ଆସୁଥିବା ଭକ୍ତଙ୍କ ପାଇଁ ଅନ୍ନଯଜ୍ଞର ସୁବିଧା କରାଯାଇଛି। ସେହିପରି ଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହ ପରିଚାଳନା କରିବା ପାଇଁ ଅସ୍ଥାୟୀ ପୋଲିସ, ଅଗ୍ନିଶମ, ସ୍ବାସ୍ଥ୍ୟ ସେବା ଶିବିରର ସୁବିଧା କମିଟି ପକ୍ଷରୁ କରାଯାଇଛି। ସେହିପରି ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରତିଦିନ ଦୁଇ ସେକ୍ସନ ପୋଲିସ ଫୋର୍ସ ମୁତୟନ ରହିବା ସହ ସ୍ଵତ୍ତନ୍ତ୍ର କାର୍ଯ୍ୟକ୍ରମ ସମୟରେ ଅତିରିକ୍ତ ପୋଲିସ ଫୋର୍ସ ମୁତୟନ ରହିବେ। ଏ ନେଇ ଆଜି ମନ୍ଦିର କମିଟି ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଯଜ୍ଞ କମିଟି ସଭାପତି ତଥା ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା। ମନ୍ଦିର ପରିଚାଳନା କମିଟି ସଭାପତି ଦଣ୍ଡପାଣି ସାହୁଙ୍କ ସଭାପତିତ୍ବରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ଅନ୍ୟମାନଙ୍କ ମଧ୍ୟରେ ଉପଦେଷ୍ଟା ତଥା ବଡ଼ବଜାର ଥାନା ଅଧିକାରୀ ପ୍ରଶାନ୍ତ ଭୂପତି, ଉପଦେଷ୍ଟା ତଥା ପୂର୍ବତନ କର୍ପୋରେଟର ରାକେଶ ସାହୁ, କର୍ପୋରେଟର ପଦ୍ମିନୀ ମିଶ୍ର, ମନ୍ଦିର କମିଟି ସମ୍ପାଦକ ମଧୁ ସୁଦନ ଆଚାର୍ଯ୍ୟ ମଞ୍ଚାସିନ ଥିଲେ। ସେହିପରି ମନ୍ଦିର କମିଟି ଉପ ସଭାପତି ରୋଷନ ସାହୁ, ବାପି ଦାସ, ସହ ସମ୍ପାଦକ ବିପିନ କୁମାର ଆଚାର୍ଯ୍ୟ, ସିମାଞ୍ଚଳ ସାହୁ ଙ୍କ ସମେତ ସମସ୍ତ କମିଟି ସଦସ୍ୟ ଓ ବହୁ ସ୍ଥାନୀୟ ବାସିନ୍ଦା ସମ୍ମିଳନୀ ପରିଚାଳନାରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *