ପେନସିଲ୍ ମୁନର ଯାଦୁରେ ଜୀବନ୍ତ ପାଉଛି ଚିତ୍ର

ଫୋକସ ପ୍ଲସ(ବୌଧ)୧୪/୦୯/୨୦୨୨: ପେନସିଲ୍ ମୁନର ଯାଦୁରେ ଜୀବନ୍ତ ଭଳି ଆଙ୍କି ପକାଉଛନ୍ତି ଚିତ୍ର।ପେନସିଲ୍ ହାତରେ ଧରିବା ମାତ୍ରେ ଆଙ୍କି ପକାଉଛନ୍ତି ବିଭିନ୍ନ ଦେବାଦେବୀ, ମହାପୁରୁଷ, ସିନେତାରକା ଭଳି ଅନେକ ଗୁଡ଼ିଏ ଫଟୋ ଚିତ୍ର। କୁହାଯାଏ ଗୁରୁ ବିନା କୌଣସି କାର୍ଯ୍ୟ ଅସମ୍ଭବ, ହେଲେ ବିନା କୌଣସି ତାଲିମ୍, ବିନା ଗୁରୁ ରେ ଆଜି ଆଙ୍କି ପକାଉଛନ୍ତି ଭଳିକି ଭଳି ଫଟୋ ଚିତ୍ର ।ନିଜ ପରିବାର ହେଉ କି ଗାଁ ର ଯେ କୌଣସି ବ୍ୟକ୍ତି ର ଅବିକଳ ଫଟୋ ଚିତ୍ର ଅତି କମ ସମୟ ଭିତରେ ପେନସିଲ ମୁନ ରେ ସମ୍ଭବ କରୁଛନ୍ତି ନିବାସ। ସତେ ଯେମିତି ଫଟୋ ଟି କୌଣସି ଗୋଟିଏ ଦାମିକା ଡିଜିଟାଲ HD କେମେରା ଲେନ୍ସ ଦ୍ବାରା ଉତ୍ତୋଳନ କରାଯାଇଛି। ହେଲେ ନା ଆଜ୍ଞା ,କୌଣସି କେମେରା ଲେନ୍ସ ରେ |ଦ୍ୱାରା ନୁହେ ପେନସିଲ ମୁନ ରେ ଏହା ସମ୍ଭବ।ହଁ ଆଜ୍ଞା ଆମେ କହୁଛୁ, ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ୍ ପଲସାଗୋରା ପଞ୍ଚାୟତ କୁଣ୍ଡାମାଲ୍ ଗ୍ରାମ ର ନିବାସ ସୁନା । ପିଲାଟି ଦିନରୁ ଇଚ୍ଛା ଥିଲା ଜଣେ ଭଲ ଚିତ୍ରଶିଳ୍ପୀ ହେବା ପାଇଁ। ପିଲାଟି ଦିନରୁ ପାଠ ପଢିବା ସହ ଟିକିଏ ସମୟ ପାଇଲେ ଆଙ୍କି ଦିଅନ୍ତି ବିଭିନ୍ନ ଚିତ୍ର। ଥରେ ଦେଖନ୍ତୁ ଆଜି ଏ କାନ୍ଥ ମାନଙ୍କୁ କାନ୍ଥରେ ଶୋଭାପାଉଛି ଦେଶର ମହାପୁରୁଷ,ଅଭିନେତା, କ୍ରିକେଟଟର ଆଦି ବିଭିନ୍ନ ଫଟୋ।ହେଲେ ନିବାସ ଙ୍କ ବଡ଼ ଚିତ୍ରଶିଳ୍ପୀ ହେବାର ସ୍ବପ୍ନ ଆଜି ବି ଅଧୁରା ହୋଇ ରହିଯାଇଛି ସ୍ଵପ୍ନ । ସେ ଜଣେ ଚିତ୍ରଶିଳ୍ପୀ ସହ ଜଣେ ମେଧାବୀ ଛାତ୍ର ହୋଇ ମଧ୍ୟ ଆଗକୁ ବଢିବା ରେ ଅର୍ଥ ସାଜିଛି ବାଧକ। ୭ ବର୍ଷ ହେବ ମାଆ ଆରପାରି କୁ ଚାଲିଗଲେ, ଏବେ ଭଉଣୀ ଆଉ ତାଙ୍କ ବାପା ଙ୍କ ସହ ରହୁଛନ୍ତି ନିବାସ । ଯେତେବେଳେ ନିବାସ ବାପା କୁ କୁହେ ମୁଁ ଭଲ ଆର୍ଟ କଲେଜରେ ପାଠ ପଢିବି ବଡ଼ ଚିତ୍ରଶିଳ୍ପୀ ଟିଏ ହେବି, ସେତେବେଳେ ବାପା ଙ୍କ ଆଖିରୁ ଆସିଯାଏ ଲୁହ। କାରଣ ବାପା ଜଣେ ଦିନ ମଜୁରୀଆ ।ଘର ଚଳାଇବା ସହିତ ପୁଅର ପେନସିଲ୍,କଲର୍ ଖର୍ଚ୍ଚ ପାଇଁ ପର ଘରେ ମୂଲ ଲାଗି ଟଙ୍କା ଆଣେ ।ଏବେ ଅସହାୟ ପରିବାର ନିବେଦନ କରିଛନ୍ତି ଯଦି ସରକାର କିମ୍ବା ଜିଲ୍ଲା ପ୍ରଶାସନ ତରଫରୁ ଭଲ ଆର୍ଟ କଲେଜରେ ପାଠ ପଢିବାର ବ୍ୟବସ୍ଥା କରିଲେ, ତାହେଲେ ଆଗାମୀ ଦିନରେ ନିବାସ ଭଲ ଚିତ୍ରଶିଳ୍ପୀ ଟିଏ ହୋଇପାରିବ ବୋଲି କହିଛନ୍ତି।

Leave a Reply

Your email address will not be published. Required fields are marked *