ପେଶାରେ ଅଟୋ ଡ୍ରାଇଭର ନିଶା ହେଉଛି ଚାଷ

ଫୋକସ ପ୍ଲସ (ସାଲେପୁର)୨୨/୦୭/୨୦୨୨: ପେଶାରେ ଅଟୋ ଡ୍ରାଇଭର ନିଶାହେଉଛି ଫୁଲଫଳ ଲଗାଇ ଗ୍ରୀନ ଭିଜନକରିବା।ହେଲେ ନିଶାକୁ ଆଧାର କରି ଏବେ ଫଳାଇ ଛନ୍ତି ପେନ୍ଥା ପେନ୍ଥା ଅଙ୍ଗୁର।ଯାହା ତାଙ୍କର ନିଷ୍ଠା ପର ଉଦ୍ୟମ,ପରିଶ୍ରମ ଏବଂ ନିଶା ଆଣିଦେଇଛି ସଫଳତା।ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କଟକ ଜିଲ୍ଲା ସାଲେପୁର ର ବହୁଗ୍ରାମ ଅଂଚଳ ରେ । ଏ ହେଉଛନ୍ତି କଟକ ଜିଲ୍ଲା ସାଲେପୁରର ବହୁଗ୍ରାମ ଗାଁର ଅଭୟ କୁମାର ମୁଦୁଲି।ଅଟୋ ଚଳାଇବା ହେଉଛି ତାଙ୍କର ପରିବାର ପ୍ରତିପୋଷଣ ପାଇଁ ଏକମାତ୍ର ପନ୍ଥା।ହେଲେ ନିଶା ହେଉଛି ସମୟ ମିଳିବାକ୍ଷଣି ବାଡ଼ି ବଗିଚାରେ ବିଭିନ୍ନ ରକମର ଫୁଲ ଫଳ ଗଛ ଲଗାଇବା।ଖାଲି ସେତିକି ନୁହେଁ ଏପରିକି ଘର ସମ୍ବୁଖ ରେ ଓ ଛାତ ଉପରେ ମଧ୍ୟ ଫୁଲ ଫଳ ଲଗାଇ ଏପରିକି ଏକ ବଗିଚାର ଭ୍ରମ ମଧ୍ୟ ସୃଷ୍ଟି କରିଛନ୍ତି।ବିଭିନ୍ନ ପ୍ରକାର ର ଫୁଲ ଫଳ ଲଗାଇ ଯେତିକି ଆକର୍ଷଣ ର କେନ୍ଦ୍ର ବିନ୍ଦୁ ହୋଇ ନଥିଲେ ଏବେ କିନ୍ତୁ ପେନ୍ଥା ପେନ୍ଥା ଅଙ୍ଗୁର ଫଳାଇ ଚର୍ଚ୍ଚିତ ଚେହେରା ପାଲଟିଛନ୍ତି।୪ବର୍ଷ ପୂର୍ବେ ଏହି ଅଙ୍ଗୁର ଗଛ ନିଜେ ଆଣି ଲଗାଇଥିଲେ ଏବଂ ପୁରା ପରିବାର ମଧ୍ୟ ଗଛର ଯତ୍ନ ନେଇଥିଲେ।କିନ୍ତୁ କୌଣସି କାରଣ ବଶତଃ କୌଣସି ବର୍ଷ ବି ଫଳ ହୋଇନଥିଲା।ହେଲେ ଚଳିତ ବର୍ଷ ଅତି ସୁନ୍ଦର ଭାବେ ଛାତ ଉପରେ ପେନ୍ଥା ପେନ୍ଥା ଅଙ୍ଗୁର ଫଳିଛି।ଫଳକୁ ଦେଖିବା ପାଇଁ ବହୁଲୋକ ଆସୁଛନ୍ତି।ଏଥିପାଇଁ ପରିବାର ଖୁସି ଥିବା ଦେଖାଯାଇଥିଲା।
ସାଧାରଣତ ଦେଖିବାକୁ ଗଲେ ଆମ ରାଜ୍ୟରେ ପ୍ରାୟ ଏହି ଅଙ୍ଗୁର ଚାଷ କେଉଁଠି ଦେଖିବାକୁ ମିଳେନି।କାରଣ ପରିବେଶ ଅନୁକୂଳ ନୁହେଁ।କିନ୍ତୁ ଅଭୟ ଏହି ଅଙ୍ଗୁର ଫଳାଇବା ଦ୍ୱାରା ନିଶ୍ଚିତ ଯୁବଚାଷୀ ମାନଙ୍କୁ ଚାଷ କରିବା ପାଇଁ ପ୍ରେରଣା ଯୋଗାଇବ।କିନ୍ତୁ ଅଭୟ ଙ୍କୁ କୌଣସି ସରକାରୀ ସହାୟତା ମିଳିନି ହେଲେ ତାଙ୍କ ନିଶା ତାଙ୍କୁ ଆଭାବ ରେ ଥିଲେ ମଧ୍ୟ ପଥ ଚ୍ୟୁତ କରିନାହିଁ।ଏପରି କୁହନ୍ତି ଯେ ଏହି ଚାଷ କୁ ସବୁ ଚାଷୀ କରିବା ଦରକାର।ଯଦି ସରକାର ସବୁ ଯୁବଚାଷୀ ମାନ ଙ୍କୁ ସରକାରୀ ସହାୟତା ସହ ଅଙ୍ଗୁର ଚାଷ ଉପରେ ଅନୁକୁକ ପରିସ୍ଥିତି ରେ କିପରି ଅଧିକ ଅଙ୍ଗୁର ଫଳିବ ଗବେଷଣା କରାଯାଇ ତାଲିମ ଦିଆଯାଅନ୍ତା ତେବେ ଏ ଅଂଚଳରେ ନିଶ୍ଚୟ ଅଧିକ ରୁ ଅଧିକ ଅଙ୍ଗୁର ଚାଷ ର ସମ୍ଭାବନା ହୋଇ ପାରନ୍ତା।
କେବେ ଏହି ଚାଷ ଉପରେ ଗୁରୁତ୍ୱ ଦେଉଛନ୍ତି ଆଉ ଯୁବ ଚାଷୀ ମାନେ ଅଧିକ ରୁ ଅଧିକ ଏହି ଚାଷ କରୁଛନ୍ତି।

ସାଲେପୁର ରୁ ସନ୍ତୋଷ କୁମାର ସାହୁ ଙ୍କ ରିପୋର୍ଟ ଫୋକସ ପ୍ଳୋସ ।

Leave a Reply

Your email address will not be published. Required fields are marked *