ପରକୀୟା ପ୍ରୀତି କାରଣରୁ ପ୍ରେମିକାକୁ ହତ୍ଯା କରି ୫୦ ଖଣ୍ଡ କଲା ପ୍ରେମିକ। ଗତ ନଭେମ୍ବର ୮ ତାରିଖରେ ହତ୍ଯାକାଣ୍ଡ ଘଟିଥିବାବେଳେ ଏବେ ପଦାକୁ ଆସିଛି। ହତ୍ଯା ପରେ ପ୍ରେମିକାକୁ ଖଣ୍ଡ ଖଣ୍ଡ କରି ଜଙ୍ଗଲିଆ ଅଞ୍ଚଳରେ ପୋତି ଦେଇଥିଲା ପ୍ରେମିକ। ଗତ ୨୪ ତାରିଖରେ କୁକୁର ଦେହାବଶେଷ ବାହାର କରିବା ପରେ ଘଟଣାର ହୋଇଛି ପର୍ଦ୍ଦାଫାସ୍। ଅଭିଯୁକ୍ତ ନରେଶ ଭେଙ୍ଗରା ହୋଇଥିବାବେଳେ ମହିଳାଙ୍କ ନାମ ଗାଙ୍ଗି କୁମାରୀ। ସେମାନେ ଝାଡଖଣ୍ଡର ଜୋରଦାଗ ଗ୍ରାମର କିନ୍ତୁ କାମ କରୁଥିଲେ ତାମିଲନାଡୁରେ। ସେମାନେ ଲିଭଇନରେ ରହୁଥିଲେ। କିନ୍ତୁ ନରେଶ ଅନ୍ଯ ଜଣେ ମହିଳାଙ୍କୁ ବିବାହ କରିବା ପରେ ସମ୍ପର୍କ ତିକ୍ତ ହୋଇଥିଲା। ଗାଁକୁ ଫେରିବା ପରେ ଉତ୍ତ୍ୟକ୍ତ ହୋଇ ପ୍ରେମିକ ଏହି ହତ୍ଯାକାଣ୍ଡ ଘଟାଇଥିଲା।