ପୋଖରୀରେ ବୁଡି ନବ ବିବାହିତ ବରର ମୃତ୍ୟୁ।

ଫୋକସ ପ୍ଲସ 4/3/23(ବାଲେଶ୍ୱର): ଦର୍ଶକ ବନ୍ଧୁ ଦୃଶ୍ୟ ଥିଲା ହୃଦୟ ବିଦାରକ .. ଆଉ ଗୋଟେ ଦିନ ଥିଲା ରିସେପେସନ୍ ଯାହା ଶୁଣିଲେ ଓ ଦେଖିଲେ ମନ ଡହଲ ବିକଳ ହୋଇଯିବ। ଗତ ୨ ଦିନ ତଳେ ହୋଇଥିଲା ବିବାହ ଆଜି ଥିଲା ରିସେପେଶନ, ସକାଳୁ ଘଟିଗଲା ଏକ ଅଘଟଣ । ପଖୋରିରେ ପଡ଼ି ମୃତ୍ୟୁ ବରଣ କଲେ ବର, କାଲି ବର ସାଜି ପହଞ୍ଚି ଥିଲା ଶବାରି ନେଇ କନିଆ ଘରେ ଓ ନେଇ ଆସିକି ପହଞ୍ଚି ଥିଲା ନିଜ ଘରେ। ଆଜି କିନ୍ତୁ ଏହି ଘରେ ବଦଳି ଯାଇଛି ଦୃଶ୍ୟ ସେହି ଘରେ ଥୁଆ ହୋଇଛି ବରର ମୁକୁଟ…ଓ ତାର ଶବ ଉଠାଇବା ପାଇଁ କୋକେଇ। ଘର ଭିତରେ ନବବଧୂ ନିର୍ଜୀବ ହୋଇରହିଛି । କାଲି ମଥାରେ ସିନ୍ଦୂର ଥିଲା କିନ୍ତୁ ଆଜି ସଧବା ସିନ୍ଥିରୁ ସିନ୍ଦୂର ପୋଛିଦେବା ନିୟମ ଚାଲିଛି।

ଏପରି ଏକ ହୃଦୟ ବିଦାରକ ଘଟଣା ଘଟିଛି ଯାହା ଶୁଣିଲେ ଦର୍ଶକ ବନ୍ଧୁ ଜୀବନ ଉପରୁ ଭରସା ଉଠିଯିବ ଆପଣ ମାନଙ୍କର..ମାର୍ଚ୍ଚ ୧ ତାରିଖ ବରଯାତ୍ରୀରେ ପହଞ୍ଚଥିଲେ କନ୍ୟା ଘରେ, ଆଜି ଥିଲା ଚତୁର୍ଥୀ ଭୋଜି ହେଲେ ଚତୁର୍ଥୀ ପୂର୍ବରୁ ହସଖୁସିର ସଂସାର ଭାସି ଗଲା। ଦଇବ ଦଉଡ଼ି ଆଜି ବଦଳି ଗଲା,ଏହି ପରିବାର କଥା କହିବା ପାଇଁ ଆମ ପାଖରେ ଶବ୍ଦ ନାହି। ଭୋର୍ ସମୟ ପୋଖୋରିରେ ବୁଡି ହୋଇ ବରର ମୃତ୍ୟୁ ହୋଇଛି, ଗାଁରେ ଶୋକାକଳ ପରିବେଶ ଦେଖିବାକୁ ମିଳିଛି। ଖବର ପାଇ ଆମ ବାଲେଶ୍ୱର ପ୍ରତିନିଧି ଗୁରୁ ପ୍ରସାଦ ପହଞ୍ଚି ଯାଇଥିଲେ, ବରଘର ପାଖରେ ବିଶ୍ୱାସ କରନ୍ତୁ କ୍ଷଣ କେ ଛିଡା ହେବା ପାଇଁ ଦମ୍ଭ ରହୁ ନଥିଲା। ସମସ୍ତଙ୍କ ମୁଁହରେ ଗୋଟିଏ କଥା ଥିଲା ପାଦରୁ ଅଳତା, ହାତରୁ ମେହେନ୍ଦି ଲିଭିନି କିନ୍ତୁ ଲିଭିଗଲା ମଥାରୁ ସିନ୍ଦୂର। ବେଦୀ ହୋମ ନିଆ ଆଜି ବି ଲିଭିନି ଉଷ୍ଣ ରହିଛି,ହେଲେ ବର ଯୁଇରେ ସୋଇଛି। ବୈଦିକ ରୀତିରେ ହୋଇଥିଲା ବିବାଘର, ହେଲେ କିଏ ଜାଣିଥିଲା ଏଭଳି ଅଘଟଣ ଘଟିବ ବୋଲି।

ହସ ଖୁସିର ଲହରି ଭିତରେ ହଟାତ୍ ନିରାଶ ଭଷା ବାଦଲ ଘଟି ଆସିବ। ଗୋଟିଏ ଦିନରେ ଏମିତି ଛଡାଇ ନେବ ଦଇବ,କେହିବି ଚିନ୍ତା ବି କରିନଥିଲେ। ଦୃଶ୍ୟ ହେଉଛି ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ଅନ୍ତର୍ଗତ ତୁନଡ୍ରା ପଞ୍ଚାୟତର ଖଡ଼ୁପାହି ଗ୍ରାମର। ନୂଆ ବହୁ କରି ଚାନ୍ଦିନୀଙ୍କୁ ଘରକୁ ନେଇ ଆସିଥିଲେ ଅଜୟ ଭଞ୍ଜ। ଘରେ ବେଶ ଖୁସିର ମୋହଲ ଥିଲା । ହେଲେ କେହି ଭାବି ନଥିଲେ ଯାହା ପାଇଁ ଖୁସି ହେଉଥିଲେ, ସେ ଆଜି ଆଖି ବୁଜିଦେବ। ସକାଳୁ ସକାଳୁ ଗୋଟେ ଖବର ସମସ୍ତଙ୍କୁ ଦୁଃଖରେ ଭରି ଦେଇଥିଲା। ଅଜୟଙ୍କ ଘର ପାଖରେ ଥିବା ପୋଖୋରୀରୁ ଅଜୟଙ୍କ ମୃତ ଦେହ ଦେଖିବା ପରେ। ଖବର ଜାଣିଲେ ଯେ ନିତ୍ୟକ୍ରମ ଯିବା ସମୟ ପୋଖରୀରେ ପଡ଼ି ମୃତ୍ୟୁ ବରଣ କରିଛନ୍ତି। ଚାନ୍ଦରେ କଳଙ୍କ ଲାଗିବା ପରି କନ୍ୟା ଚାନ୍ଦିନୀ ମୋଡ ପରିବର୍ତ୍ତନ ହୋଇଯାଇଥିଲା ଓ ଏହି ଘଟଣା ଟି ହସ ଖୁସିର ପରିବାରରେ ଖେଳାଇ ଦେଇଛି ଶୋକର ଛାୟା।

କାହିଁକି ଏମିତି ଘଟିଲା, ଭାଗ୍ୟ କାହିଁକି ଏମିତି ମୋଡ ନେଲା, ଭଗବାନଙ୍କୁ ପଚାରିବା ପାଇ କାହା ପାଖରେ ଧର୍ଯ୍ୟ ନାହି କି ସାହସ ନାହି। ଭୋରରୁ ଶୌଚ ହେବା ପାଇଁ ଯାଇଥିଲେ ଅଜୟ, ଖୋଜୁଥିଲେ ରୋଷେୟା। ଅଜୟ ସେତେବେଳକୁ ସୋଇପଡ଼ିଥିଲେ ଶେଷ ନିଦ୍ରାରେ। ଘଟଣା ସ୍ଥଳରୁ ପରିବାର ଲୋକ ଅଜୟଙ୍କୁ ଉଦ୍ଧାର କରି , ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ ହେଲେ ସେତେ ବେଳକୁ ସବୁକିଛି ସରି ଯାଇଥିଲା। ଅଜୟଙ୍କ ପାଇଁ ସେହି ସ୍ଥାନ କିଛି ନୂଆ ନଥିଲା, ଅଜୟଙ୍କ ମୃତ୍ୟୁ କିପରି ଘଟିଲା ତାହା ଏବେ ବଡ ପ୍ରଶ୍ନ ରହିଲା । ପୋଲିସର ତଦନ୍ତ ପରେ ଅଜୟଙ୍କ ମୃତ୍ୟୁର ରହସ୍ୟ ଉପରୁ ଉଠିବ ।

Leave a Reply

Your email address will not be published. Required fields are marked *