ଫୋକସ ପ୍ଲସ 27/4( ଢେଙ୍କାନାଳ): କେନ୍ଦ୍ର ସରକାରଙ୍କ ଏକ ଉନ୍ନତ ଯୋଜନା ହେଉଛି ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା I ଦେଶର ବିକାଶ କରିବା ପାଇଁ ଏବଂ ସବୁ ଶ୍ରମିକ ଲୋକଙ୍କୁ କାମ ଦେବା ଉଦେଶ୍ୟରେ ଏହି ଯୋଜନାଟି କାର୍ଯ୍ୟକାରୀ କରାଯାଇଥିଲା I ହେଲେ କିଛି ପଂଚାୟତର ସରପଞ୍ଚ ତାଙ୍କର କର୍ମୀ ମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ଏହି କାମକୁ ଶ୍ରମିକ ମାନଙ୍କ ଜରିଆରେ ନ କରି ମେସିନ ମାଧ୍ୟମରେ କରନ୍ତି ଏବଂ ଶ୍ରମିକ ମାନଙ୍କ ନାମରେ ଟଙ୍କା ଉଠାଇ ହଡ଼ପ କରନ୍ତି I ଆଉ କେତେକ ସ୍ଥାନରେ କମ କାମ କରି ବହୁ ଅଧିକ ବିଲ କରିଥିବାର ନଜରକୁ ମଧ୍ୟ ଆସିଥାଏ I ଆଜି ଏମିତି କିଛି ଦୁର୍ନୀତିର ପରଦା ଫାର୍ସ କରିବାକୁ ଆମେ ଯାଉଛୁ I ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଅନ୍ତର୍ଗତ ରାସୋଳ ଗ୍ରାମ ପଂଚାୟତର କିଛି NRGS କାମ ହୋଇଛି ଯାହା ଆପଣ ପୂର୍ବରୁ କେବେ ଦେଖିନଥିବେ I
ସେହିପରି ନୂଆପାଟଣା ଗ୍ରାମ ପୋଖରୀରେ ପୋଖରୀ ଭିତରେ ଛୋଟିଆ ବନ୍ଧ ଖୋଳି ଟଙ୍କା bill କରିବାକୁ ଉଦ୍ୟମ କରାଯାଇଛି, ସବୁଠାରୁ ବଡ଼ ଆଶ୍ଚର୍ଯ୍ୟର କଥା ହେଲାଯେ ପୋଖରୀ ଖୋଳା ଯାଏ ତାକୁ ଗଭୀର କରିବାକୁ ହେଲେ ଏଠି ପୂର୍ବ ବର୍ଷ କିଛି ଖୋଳି bill କରାଯାଇଥିବା ପୋଖରୀ ଭିତରେ ଆଉ ଏକ ପୋଖରୀ ଖୋଳି ହୁଡ଼ା ଦିଆଯାଇଛି I
ହିନ୍ଦୋଳରୁ ଧବଳ ପ୍ରସାଦ ସାହୁଙ୍କ ରିପୋର୍ଟ ଫୋକସ ପ୍ଲସ