ପୋଲିସର ଦୋଷ ଦୁର୍ବଳତା ଧରିବାରୁ ସାମ୍ବାଦିକଙ୍କୁ ଆକ୍ରମଣ

ଫୋକସ ପ୍ଲସ(ବନ୍ତ)୧୩/୦୮/୨୦୨୨: ଦିନକୁ ଦିନ ସାମ୍ବାଦିକ ମାନଙ୍କ ଉପରେ ଆକ୍ରୋଶ ମୂଳକ ଭାବେ ଆକ୍ରମଣ ବଢ଼ିଚାଲି ଥିବାବେଳେ ବନ୍ତ ପୋଲିସ ର ଦୋଷ ଦୁର୍ବଳତା ଧରିବାରୁ ଗୁଣ୍ଡା ଲଗାଇ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି, ସୂଚନାରୁ ପ୍ରକାଶ ଭଦ୍ରକ ଜିଲ୍ଲା ବନ୍ତ ପୋଲିସ କିଛି ଦିନ ତଳେ ଗୁଣ୍ଡା ଲଗାଇ ପୋଲିସ ଆଖି ଆଗରେ ସାମ୍ବାଦିକମାନଙ୍କୁ ଆକ୍ରମଣ ଘଟଣା ନେଇ ଅଭିଯୋଗ ହୋଇଥିଲା, ହେଲେ ଆଜକୁ 7ଦିନ ବିତି ଗଲେ ମଧ୍ୟ୍ୟ ବନ୍ତ ପୋଲିସ ଏତଲା କପି ଦେଇନଥିଲା କି କୌଣସି ତଦନ୍ତ କରି ନଥିବା ଅଭିଯୋଗ ଆଣି ସାମ୍ବାଦିକ ମାନେ ଜିଲ୍ଲା ଆରକ୍ଷୀ ଅଧିକାରୀଙ୍କ(SP) ଦ୍ୱାରସ୍ତ ହେଲେ, ସାମ୍ବାଦିକ ବନ୍ଧୁ ମାନେ (SP)ଚରଣ ସିଂ ମିନା ସାମ୍ବାଦିକ ମାନଙ୍କ ସହିତ ଆଲୋଚନା କରି ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ନ୍ୟାୟ ଦେବାରେ ସମ୍ପୂର୍ଣ ତଦନ୍ତ କରିବା ସହିତ ଦୋଷୀଙ୍କ ବିରୋଧ ରେ ଦୃଢ଼ କାଯ୍ୟନୁଷ୍ଠାନ ନେବା କଥା ପ୍ରକାଶ କରିଥିଲେ ସେପଟେ ବନ୍ତ ପୋଲିସ ଆଜକୁ 6/7ଦିନ ହେଲେ ମଧ୍ୟ୍ୟ ବନ୍ତ ପୋଲିସ ଏତଲା କପି ନଦେବା କି କୌଣସି ତଦନ୍ତ ନକରିବା ବନ୍ତ ପୋଲିସ ର ପାରିବା ପଣିଆ ଉପରେ ବଡ ପ୍ରଶ୍ନ ବାଚୀ ସୃଷ୍ଟି ହେଉଥିଲା ବେଳେ ପୋଲିସ ର ଏଭଳି କାର୍ଯ୍ୟକୁ ସାମ୍ବାଦିକ ମାନେ ଦୃଢ ନିନ୍ଦା କରିବା ସହିତ ଯଦି ଏହି ଘଟଣାକୁ ପୋଲିସ ତଦନ୍ତ ରେ ଶିଥିଳତା କରେ ଆଗାମୀ ଦିନରେ ସାରା ଓଡିଶାରେ ସାମ୍ବାଦିକଙ୍କୁ ଗୁଣ୍ଡା ଲଗାଇ ପୋଲିସ ର ଆକ୍ରମଣକୁ ନିନ୍ଦା କରିବା ସହିତ ଆନ୍ଦୋଳନ କରିବା କଥା ପ୍ରକାଶ କରିଛନ୍ତି ସାମ୍ବାଦିକ ମାନେ ତେବେ ଏହି ଅଭିଯୋଗ (SP)ଜାଣିଲା ପରେ ବନ୍ତ ପୋଲିସ ର ଏଭଳି କାର୍ଯ୍ୟ କୁ କି ପଦକ୍ଷେପ ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା |

ବନ୍ତରୁ ସଂଜୀବ ସେନାପତି ଙ୍କ ରିପୋର୍ଟ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *