ପୋଲିସର ରାତି ଅଧିଆ ଚଡାଉ

ଫୋକସ ପ୍ଲସ (ଲମତାପୁଟ)୧୩/୦୭/୨୦୨୨ : କିଛି ବର୍ଷଧରି ବେଆଇନ ଭାବରେ କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ୍ ଛକ ବଜାର, ଗାଁ ଗହଳିରେ ବିଦେଶୀ ମଦ ଦୋକାନ ବୃଦ୍ଧି ପାଇବାରେ ଲାଗିଛି । ଲମତାପୁଟ ବଜାରରେ କିଛି ବର୍ଷ ହେଲା ବିଦେଶୀ ମଦ ବିକ୍ରି ଚାଲିଆସୁଥିଲା । ବେଆଇନ ଭାବରେ ମଦ ବିକ୍ରି ଚାଲୁଥିବା ନେଇ ଅଭିଯୋଗ ପାଇବା ପରେ କୋରାପୁଟ ଏସ୍.ପି.ଙ୍କ ନିର୍ଦ୍ଦେଶ କ୍ରମେ କୋରାପୁଟ, ସୁନାବେଡା ଓ ମାଛକୁଣ୍ଡ ପୋଲିସ ମିଳିତ ଭାବରେ ଲମତାପୁଟର ଦୁଇଟି ବେଆଇନ ବିଦେଶୀ ମଦ ଦୋକାନରେ ଚଡାଉ କରିଥିଲେ । ଦୋକାନରେ ରହିଥିବା ୫ଶହ ଲିଟରରୁ ଉର୍ଦ୍ଦ ମଦ ଜବତ କରିବା ସହ ଦୁଇଟି ଫ୍ରିଜ୍ ମଧ୍ୟ ଜବତ କରିଥିବା ସହିତ ମାଜିଷ୍ଟେଟ୍ ଙ୍କ ଉପସ୍ଥିତିରେ ଦୁଇଟି ଦୋକାନକୁ ପୋଲିସ ସିଲ କରିଥିବା ଜଣାଯାଇଛି । ଏବଂ ଦୋକାନରେ ରହିଥିବା ଦୁଇଜଣଙ୍କୁ ଅଟକ ରଖିଥିବା ବେଳେ ସେଠାରେ ରହିଥିବା ୭୬୦୦ଟଙ୍କା ଜବତ କରାଯାଇ |

Leave a Reply

Your email address will not be published. Required fields are marked *