ପୋଲିସ୍‌ ଅଧିକାରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଫୋକସ ପ୍ଲସ(ମାଲକାନଗିରିରୁ)୧୫/୦୯/୨୦୨୨: ଉତ୍ତରପ୍ରଦେଶର ଅଯୋଧ୍ୟା ସ୍ଥିତ ପୋଲିସ୍‌ ଷ୍ଟେସନ ସାମ୍ନାରେ ଆପାର୍ଟମେଣ୍ଟ୍‌ରେ ଭଡ଼ା ରହୁଥିବା ଜଣେ ପୋଲିସ୍‌ ଅଧିକାରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି | ହେଲେ ପଦୋନ୍ନତି ହେବାର କିଛିଦିନ ପରେ ଜଣେ ପୋଲିସ୍‌ ଅଧିକାରୀଙ୍କ ଝୁଲନ୍ତା ମୃତଦେହ ମିଳିଥିବା ସୂଚନା ମିଳିଛି |ମୃତ ପୋଲିସ୍‌ ଅଧିକାରୀଙ୍କ ନାଁ ଓମ୍‌କାର ନାଥ(୪୬)। କିଛିଦିନ ପୂର୍ବେ ତାଙ୍କର ପଦୋନ୍ନତି ହୋଇଥିଲା ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ, ମେନୁଦ୍ଦିନପୁର ଗାଁରେ ଥିବା ପୋଲିସ୍‌ ଷ୍ଟେସନ ସାମ୍ନାରେ ଓମ୍‌କାର ଏକ ଆପାର୍ଟମେଣ୍ଟ୍‌ରେ ଭଡ଼ା ରହୁଥିଲେ। ଲୁହା ରେଲିଂରେ ଝୁଲନ୍ତା ଅବସ୍ଥାରେ ବୁଧବାର ଦିନ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ନିକଟରେ ଓମ୍‌କାର ନାଥଙ୍କୁ ଫୈଜାବାଦ ପୋଲିସ୍‌ ଷ୍ଟେସନକୁ ଇନ୍ସପେକ୍ଟର(କ୍ରାଇମ୍‌) ଭାବେ ଟ୍ରାନ୍ସଫର କରାଯାଇଥିଲା। ବୁଧବାର ସନ୍ଧ୍ୟାରେ ସେ ଦାୟିତ୍ୱ ଗ୍ରହଣ କରିବାର ଥିଲା, ହେଲେ ତା’ପୂର୍ବରୁ ଓମ୍‌କାରଙ୍କ ମୃତଦେହ ମିଳିଛି | ଖବରପାଇ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚିବା ପରେ ଓମ୍‌କାରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଥିଲା। ମୃତଦେହ ପୋଷ୍ଟମର୍ଟମ ପାଇଁ ପଠାଯିବା ସହ ପୋଲିସ୍ ଘଟଣାର ତତନ୍ତ ଚଳାଇଛି।

Leave a Reply

Your email address will not be published. Required fields are marked *