ପୋଲିସ ଗାଡ଼ିରୁ ଚମ୍ପଟ ମାରିଲା ଅଭିଯୁକ୍ତ

ଫୋକସ ପ୍ଲସ(ଚାନ୍ଦବାଲି)୨୨/୦୮/୨୦୨୨: ଗୋପୀନାଥପୁର ପଞ୍ଚାୟତରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ବିଜେଡି ଏବଂ ବିଜେପି ମଧ୍ୟରେ ହୋଇଥିବା ଗଣ୍ଡଗୋଳରେ ଜଣେ ବିଜେପି କର୍ମୀ ଗୁରୁତ୍ୱର ଆହତ ହୋଇଥିଲେ ଯାହାକୁ ନେଇ ଗତ ୧୬ ତାରିଖରେ ଚାନ୍ଦବାଲି ବାଂଶଡ଼ା ଥାନାରେ ୧୧ ଜଣଙ୍କ ନାମରେ ଲିଖିତ ଅଭିଯୋଗ ହୋଇଥିଲା। ଅଭିଯୋଗ ପରେ ପୋଲିସ ୩ ଜଣଙ୍କୁ ଗିରଫ କରିଥିବା ବେଳେ ଆଜି ପୁଣି ଏକ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରୁଥିବା ବେଳେ ମତୋ ବଜାର ନିକଟରେ ଅଭିଯୁକ୍ତ ଜଣଙ୍କ ପୋଲିସ ଆଖିରେ ଧୂଳି ଦେଇ ଗାଡ଼ିରୁ ଖସି ପଳାଇଯାଉ ଥିବା ବେଳେ ମତୋ ଯୁକ୍ତ ଦୁଇ ଲଳିତ ଶିବଶଙ୍କର ମହାବିଦ୍ୟାଳୟ ର ଜଣେ ପ୍ରଧ୍ୟାପକଙ୍କ ବାଇକରେ ପୋଲିସ ଗାଡିଟି ର ଡୋର ବାଜି ପ୍ରାଧ୍ୟାପକଙ୍କ ଗାଡିଭାଙ୍ଗି ଯିବା ସଂଗେ ସଂଗେ ତାଙ୍କ ଦେହରେ ମଧ୍ୟ କ୍ଷତ ସୃଷ୍ଟି ହୋଇଥିଲା |ସେ ପୋଲିସ କୁ ବିଷୟରେ ପଚାରିବାରୁ ପୋଲିସ ବାବୁ ନାଲି ଆଖି ଦେଖାଇ ଥିଲେ ।କିଛି ସମୟ ପୋଲିସ ଓ ଆସାମୀ ମଧ୍ୟରେ, ଚୋର ପୋଲିସ ଖେଳ ଚାଲିବା ପରେ ଶେଷରେ ଅଭିଯୁକ୍ତକୁ ଏକ ଧାନ ଚାଷ ବିଲରୁ ଗୋଡାଇ ଧରିବାରେ ସଫଳ ହୋଇଥିଲା ପୋଲିସ। ତେବେ ଅଭିଯୁକ୍ତ ଖସି ବିଲକୁ ଦୌଡ଼ିପଳାଇ ଯାଉଥିବା ବେଳେ ଵିଲ ଭିତରେ ଅଭିଯୁକ୍ତକୁ ମାଡି ବସିଥିଲା ପୋଲିସ। ତେବେ ପୋଲିସର ଏଭଳି କାର୍ଯ୍ୟ ପାଇଁ ଗୋଟେ ପଟେ ଲୋକେ ପୋଲିସକୁ ପ୍ରଶଂସା କରୁଥିବା ବେଳେ ଅନ୍ୟପଟେ ପୋଲିସର ଖାମଖିଆଲି କାର୍ଯ୍ୟକୁ ବିରୋଧ କରିଛନ୍ତି ବୁଦ୍ଧିଜୀବୀ। ତେବେ ଅଭିଯୁକ୍ତଙ୍କୁ ନେଲା ବେଳେ କାହିଁକି ତାଂକ ହାତରେ ହାତକଡୀ ପକାଇନଥିଲା ପୋଲିସ ତାହା ଏବେ ସାଧାରଣ ଲୋକଙ୍କ ମନରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।

Leave a Reply

Your email address will not be published. Required fields are marked *