ପୋଲିସ ନାକ ତଳେ ଚାଲିଛି ଜୁଆ ଖେଳ

ଫୋକସ ପ୍ଲସ(ପୁରୀ)୦୭/୦୯/୨୦୨୨: ପୋଲିସ୍ ପ୍ରଶାସନ ର ନାକ ତଳେ ଚାଲିଛି ନିମାପଡା, ଚାରିଛକ ଓ କାକଟପୁର ରେ ଜୁଆ ଖେଳ ।ପୁରୀ ଜିଲ୍ଲାରେ ଚାଲିଛି ବେଧଡକ ଜୁଆ ଖେଳ।ସବୁ ଜାଣି ପୋଲିସ ନିରବକୁ ନେଇ ଉଠିଛି ପ୍ରଶ୍ନ।ଆମେ ଦେଖାଉଛୁ ନିମାପଡା,କାକଟପୁର, ଚାରିଛକର ଦୃଶ୍ୟ ଦିନ ଦି ପହରେ ଚାଲିଛି ଜୁଆ ଖେଳ ।ଦେଖନ୍ତୁ ଭଲ ଭାବରେଏହି ଭିଡିଓ ଟିକୁ ଯେଉଁଠି ଲୋକ ମାନେ ଜୁଆ ଖେଳ ରେ ବ୍ୟସ୍ତ ନା ଅଛି ପ୍ରଶାସନ କୁ ଭୟ ନା ପୋଲିସ କୁ ଭୟ ।ଖୋଲମ୍ ଖୋଲା ଚାଲିଛି ଜୁଆ ଖେଳ ।ବାହାର ଜିଲ୍ଲାରୁ ଏଠାରେ ପ୍ରତିଦିନ ଶହ ଶହ ସଂଖ୍ୟାରେ ଲୋକ ମାନେ ଆସି ଏକତ୍ରିତ ହୋଇ ଜୁଆ ଖେଳୁଛନ୍ତି ଏବଂ ଜୁଆ ଖେଳିବା ସହ ନିଶା କାରବାର ମଧ୍ୟ କରୁଛନ୍ତି ।ଏହାର କୁ ପ୍ରଭାବ ପଡିଛି। ଛୋଟଛୋଟ ଛାତ୍ରଛାତ୍ରୀ ମାନଙ୍କ ଉପରେ। ତୁରନ୍ତ ଏସବୁ ରୋକିବା ପାଇଁ ନିମାପଡ଼ା, ଚାରିଛକ ଓ କାକଟପୁର ସାଧାରଣ ଲୋକେ ଦାବି କରିଛନ୍ତି।

ପୁରୀ ଜିଲ୍ଲା କୋଣାର୍କ ରୁ ଆଶିଷ ରଞ୍ଜନ ମିଶ୍ର ଫୋକସ୍ ପ୍ଲସ |

Leave a Reply

Your email address will not be published. Required fields are marked *