ଫୋକସ ପ୍ଲସ(କଳାହାଣ୍ଡି)୦୭/୦୮/୨୦୨୨ : ଗତ କିଛିଦିନ ହେବ କଳାହାଣ୍ଡି ଜିଲ୍ଲା ର ଗ୍ରାମାଞ୍ଚଳ ମାନଙ୍କରେ ଚୋରି ଡକାୟତି ବୃଦ୍ଧି ପାଇଥିବା ବେଳେ ପୋଲିସ ର କାର୍ଯ୍ୟକଳାପ ଉପରେ ଉଠିଛି ପ୍ରଶ୍ନବାଚୀ।ପୋଲିସ ଗ୍ରାମାଞ୍ଚଳରେ ଲୋକଙ୍କୁ ସୁରକ୍ଷା ଦେବାରେ ଫେଲ ମାରିଥିବା ବେଳେ ଏବଂ ଗାଁକୁ ସୁରକ୍ଷା ଦେବାପାଇଁ ବାହାରିଛନ୍ତି ଗ୍ରାମବାସୀ।ଏହା ପରେ ମଧ୍ୟ ଚୋର ଙ୍କୁ ପ୍ରାଦୁର୍ଭାବ ଯୋଗୁଁ ଲୋକେ ଅତିଷ୍ଠ ହୋଇ ଶେଷରେ ଡକାୟତି ହେବା ପରେ ବର୍ତ୍ତମାନ ଗ୍ରାମ ବାସୀ ମାନେ ଭୟବିତ ଅବସ୍ଥା ରେ ଅଛନ୍ତି । ଏହାକୁ ନେଇ ଆଜି ଗୋଳମୁଣ୍ଡା ଥାନା ଅନ୍ତର୍ଗତ ଖମାର ହଳଦୀ ପଞ୍ଚାୟତ ବାସୀ ଆଜି ଧାରଣା ଦେଇଛନ୍ତି ।ଅଭିଯୋଗ ଅନୁଯାୟୀ ଖମାଲ ହଳଦୀ ପଞ୍ଚାୟତ ଅଞ୍ଚଳରେ କିଛି ଦିନ ହେବ ଡକାୟତ ଙ୍କ ଦେଖା ଦେଇଛି ଫଳରେ ଅନେକ ଲୋକଙ୍କ ଧନଜୀବନ ହାନି ହୋଇଥିବା ବେଳେ ପୋଲିସ ଠାରେ ଅଭିଯୋଗ କଲା ପରେ ମଧ୍ୟ ପୋଲିସ ଗ୍ରାମବାସୀ ଙ୍କୁ ସୁରକ୍ଷା ଦେବାରେ ଫେଲ ମରିଥିବା ରୁ ଗାଁରେ ପୋଲିସ ପେଟ୍ରୋଲିଂ ଦାବିରେ ଆଜି ଗ୍ରାମବାସୀ ଗାଁ ଛକ ରେ ଧାରଣ ଦେଇଥିବା ଦେଖିବାକୁ ମିଳିଛି।ପୋଲିସ ଗାଁରେ ସୁରକ୍ଷା ବ୍ୟବସ୍ଥା ନ କଲେ ଗ୍ରାମବାସୀ ଥାନା ଘେରାଉ କରିବା ନେଇ ଚେତାବନୀ ଦେଇଛନ୍ତି।
ଗୋଳାମୁଣ୍ଡା ରୁ ବିଶ୍ୱରଞ୍ଜନ ପାତ୍ରଙ୍କ ରିପୋର୍ଟ ଫୋକସ ପ୍ଲସ |