ପୋଲ ନିର୍ମାଣରେ ନିମ୍ନ ମାନର କାର୍ଯ୍ୟ

ଫୋକସ ପ୍ଲସ(ବାଲିଆପାଳ)୧୨/୦୮/୨୦୨୨: ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ରେ ସୁବର୍ଣ୍ଣରେଖା ଉପରେ ପନ୍ତେଇ ଘାଟ ରେ ପୋଲ ନିର୍ମାଣ ଚାଲିଛି l ପୋଲ କାର୍ଯ୍ୟ ଏତେ ସୁନ୍ଦର ଏତେ ମଜଭୁତ ଯାହାକି ସିମେଣ୍ଟ ପରିବର୍ତ୍ତେ କାଦୁଅ ରେ ଚାଲିଛି ଢ଼ଳେଇ କାମ l ଏହି ପୋଲଟି ବାଲିଆପାଳ ରୁ ଭୋଗରାଇ ଯିବାପାଇଁ ରାସ୍ତା ପନ୍ତୀଘାଟ ସୁବର୍ଣ୍ଣରେଖା ନଦୀ ଉପରେ ହେବ ଏହି ପୋଲଟି l ଆଜକୁ ତିରିଶ ବର୍ଷ ପ୍ରଯ୍ୟନ୍ତ ସରକାର ସହିତ ସଂଘର୍ଷ ପରେ ପନ୍ତିଘାଟ ପାଇଁ ସୁବର୍ଣ୍ଣରେଖା ଉପରେ ସେତୁର ଆରମ୍ଭ ହେବାକୁ ଯାଉଛି କିନ୍ତୁ ଠିକାଦାର ଏମିତି କାମ କରୁଛି ଯାହାକି ସେତୁଟି କେବେ ଭୁସୁଡ଼ିବ ସେହି ମନବୃତି ରେ କାମ କରୁଛି ବୋଲି ସୋଗ ଗ୍ରାମବାସୀ ଅଭିଯୋଗ କରୁଛନ୍ତି l ଦେଖିବାକୁ ମିଳୁଛି ପୋଲ ପାଇଁ ଯେଉଁ ପିଲର ହେଉଛି ସେଥିରେ ଆଜ୍ଞା ସିମେଣ୍ଟ ପରିବର୍ତ୍ତେ ନିଛୁଟା ଅଠିଲା କାଦରେ ଢ଼ଳେଇ ପଡିଛି l 130 କୋଟି ଟଙ୍କାର ପ୍ରକଳ୍ପ ରେ ଯଦି ନିଅଣ୍ଟ ହେଉଛି ତାହେଲେ କାମ କରନ୍ତୁ ନାହିଁ ଯଦି ଏମିତି ସିମେଣ୍ଟ ବଦଳରେ କାଦୁଅ ମିଶାଇ କାମ କରିବେ ତାହେଲେ ନିର୍ମାଣ ହେଉଥିବା ସେତୁଟି ର ଆୟୁଷ କେତେ ଦିନ ରହିବ ତାହା ଜଳଜଳ ହୋଇ ଦେଖା ଯାଉଛି l କୋଟି କୋଟି ଟଙ୍କା ପାଣିରେ ପଡ଼ିଯିବ ଗ୍ରାମବାସୀଙ୍କୁ ଅସହ୍ୟ ହେବାରୁ ଗ୍ରାମବାସୀ ମାନେ ପ୍ରତିବାଦ କରିବାରୁ ଠିକାଦାର ମାନେ ଗ୍ରାମବାସୀଙ୍କୁ ଧମକ ଚମକ ସହିତ ସିମେଣ୍ଟ ଆଉ ରୋଡ଼ ଚୋରି କରୁଥିବାର ମିଥ୍ୟା ଅଭିଯୋଗ କରୁଛନ୍ତି l ସେତୁ ତିଆରି ଦାଇତ୍ୱ ରେ ଥିବା ଅଧିକାରୀ କୁ ପଚାରିବାରୁ ସେ କହୁଛନ୍ତି ମୁଁ କିଛି ଜାଣେନାହିଁ ମୁଁ କଣ ଇଞ୍ଜିନିଅର ନାଁ ତୁମେ ଇଞ୍ଜିନିଅର ସବୁ କାମ ଠିକ ଠାକ ଚାଲିଛି ତୁମେ କହିବାକୁ କିଏ ? ଆମ ପ୍ରତିନିଧି କାର୍ଯ୍ୟ ଦାଇତ୍ୱ ରେ ଥିବା ଅଧିକାରୀକୁ ବାଇଟ ଦିଅନ୍ତୁ କହିବାରୁ ବୋମ ଦେଖିବା ମାତ୍ରେ ଦୌଡିବା ଆରମ୍ଭ କଲେ l ଅଧି କାରିଙ୍କ ପିଛା କରିବାରୁ ସେ ସାର ଡଙ୍ଗାରେ ବସି ନଦୀ ପାର ହୋଇ ଯାଇଥିଲେ ଏହି ବ୍ୟବହାର ରୁ ପରିଷ୍କାର ଭାବରେ ଜଣା ପଡୁଛି ଢାଲା ମେ କୁଛ କାଲା ହେ ଅର୍ଥାତ କିଛି ନାଁ କିଛି ଅସୁବିଧା ଭିତିରିଆ ଚାଲିଛି l ଏହି କାର୍ଯ୍ୟକୁ ଗ୍ରାମବାସୀ ବନ୍ଦ କରିଥିବା ଦେଖିବାକୁ ମିଳିଛି l ରାଜ୍ୟ ସରକାର ସବୁଆଡେ ଡିଡିମ୍ବ ପିଟୁଛନ୍ତି ଆମେ ସଚୁଟ ଆମ ସରକାର ଏକ ନମ୍ବର ଅଧିକାରୀ ମାନେ ସ୍ଵଚ୍ଛ କାର୍ଯ୍ୟ କରନ୍ତି ତାହା ଜଳଜଳ ହୋଇ ଓଡିଶାବାସୀଙ୍କୁ ଦେଖାଯାଉଛି l

ବାଲିଆପାଳ ରୁ ଲଷ୍ମୀଧର ପ୍ରଧାନ ଙ୍କ ରିପୋର୍ଟ ଫୋକସ ପ୍ଳୋସ |

Leave a Reply

Your email address will not be published. Required fields are marked *