ପୋଷ୍ଟଅଫିସରେ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ହଡପ ନେଇ ଅଭିଯୋଗ ଆଣିଲେ ଜମା କାରି

ଫୋକସ ପ୍ଲସ 10/10/22(ଗେଡେମା): ଗେଡେମା ପୋଷ୍ଟ ଅଫିସ ରେ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ହଡପ ନେଇ ଅଭିଯୋଗ ଆଣିଲେ ଶତାଧିକ ଜମା କାରି ପୁରୁଷ ଓ ମହିଳା,ସୂଚନା ରୁ ପ୍ରକାଶ ଭଦ୍ରକ ଜିଲ୍ଲା ମଞ୍ଜୁରୀରୋଡ଼ ଶାଖା ପୋଷ୍ଟ ଅଫିସ ଗେଡେମା ପୋଷ୍ଟଟାଲ ରେ ଦେଖିବାକୁ ମିଳିଛି ଏମିତି ଘଟଣା ଡିପୋଜିଟକାରିଙ୍କ କହିବା କଥା ଆମେ ବର୍ଷ ବର୍ଷ ଖଟି ସଂଚୟ କରି ଥିବା ଟଙ୍କା ଆମ ପୋଷ୍ଟ ମାଷ୍ଟର ହଡ଼ପ କରି ନେଇଛି, କିନ୍ତୁ ଆମକୁ କିଛି ଖାତାରେ ଷ୍ଟାମ୍ପ ଦେଇଛି ଆଉ କିଛି ଖାତାରେ କୌଣସି ପ୍ରମାଣ ରଖି ନାହିଁ, ହେଲେ ଆମେ କଣ କରିବୁ ଏକ ଏକ ଟଙ୍କା ସଂଚୟ କରିଥିଲୁ, ହେଲେ ସବୁ ଖାଇଦେଇ ଆମକୁ ଧମକ ଦେଉଛନ୍ତି ତାଙ୍କ ପରିବାର ଲୋକେ,ଆମେ ଲୋକଙ୍କ ଅଭିଯୋଗ ଶୁଣି ଯାଇଥିଲୁ ହେଲେ ଆମେ ଜାଣି ବାକୁ ପାଇଥିଲୁ, ସେହି ଡାକ ଅଧିକାରୀ ଆଜକୁ 15ଦିନ ତଳେ ଦେହ ତ୍ୟାଗ କରିଛନ୍ତି, ଆମେ ତାଙ୍କ ପରିବାର ସହିତ ଆଲୋଚନା କରି ବାକୁ ଚେଷ୍ଟା କରି ଥିଲୁ ହେଲେ ଗଣମାଧ୍ୟମ ପ୍ରତିନିଧି ଙ୍କୁ ଦେଖି ପୋଷ୍ଟାଲ ଅଫିସ ଚାବି ପକାଇ ଦେଇଥିଲେ,ଅପରପକ୍ଷ୍ୟରେ ଯଦିଓ ଗେଡ଼ମା ପୋଷ୍ଟ ମାଷ୍ଟରଙ୍କ ନିଜ ବାସ ଭାବନ ରେ ଚାଲୁ ଥିଲା ଏହି ଡାକ କାର୍ଯ୍ୟାଳୟ,ତେବେ ଏହି ଘଟଣା ଜଣା ପଡିବା ପରେ ଜମାକାରି ମାନେ କେମିତି ଟଙ୍କା ପାଇବେ ସରକାର ତୁରନ୍ତ ବନ୍ଦବସ୍ତ କରିବାକୁ ସ୍ଥାନୀୟରେ ଜମାକାରୀ ମାନେ ଦାବି କରି ଥିବା ଦେଖିବାକୁ ମିଳିଛି I

Leave a Reply

Your email address will not be published. Required fields are marked *