ପୌରାଣିକ କିମ୍ବଦନ୍ତୀ ବର୍ଣିତ ପୀଠ ହନୁ ମଞ୍ଚେଶ୍ୱର, ଏବେବି ଦୃଷ୍ଟି ଆଢୁଆଳ ରେ |

କଟକ22/12/2023(ଫୋକସ ପ୍ଲସ); କଟକ ଜିଲ୍ଲାର ସାଲେପୁରବ୍ଲକ ଲେଖନପୁର ଗ୍ରାମରେ ରହିଛି ହନୁମଞ୍ଚେଶ୍ୱର ଶୈବପିଠ |ଏହା ର ପାଦ ଦେଶରେ କଳ କଳ ହୋଇ ବହିଯାଉଛି ପୁଣ୍ୟ ତୋୟା ବିରୂପା ନଦୀର ଜଳଧାର |ପାହାଡ଼ ର ତରୁଲତା ଓ ସବୁଜ ବନାନୀ ମନ୍ଦିର ର ସୌନ୍ଦର୍ଯ୍ୟ କୁ ଦ୍ବିଗୁଣିତ କରୁଛି |ଏହା ର ପ୍ରାକୃତିକ ସୌନ୍ଧଯ୍ୟ ଅତ୍ୟନ୍ତ ମନୋରମ |ଏହା କୁ ଉପଭୋଗ କରିବା ପାଇଁ ଦୂର ଦୁରାନ୍ତ ରୁ ଚୁଟିଆସନ୍ତି ଅନେକ ପଯ୍ୟଟକ ଓ ଶ୍ରଦ୍ଧାଳୁ |ପ୍ରଭୁରାମ ଚନ୍ଦ୍ର ଙ୍କ ଦ୍ୱାରା ଶିବଲିଙ୍ଗ ସ୍ଥାପନ ଓ ଅନଙ୍ଗ ଭୀମ ଦେବଙ୍କ ଓ ଚୋଡ଼ଗଙ୍ଗଦେବଙ୍କ ରାଜୁତି ସମୟ ରେ ମନ୍ଦିର ହୋଇଥିବା କିମ୍ବଦନ୍ତୀ କହେପୌରାଣିକ କଥାବସ୍ତୁ ଅନୁଯାଇ ପ୍ରଭୂ ଶ୍ରୀରାମ ୧୪ ବର୍ଷ ବନବାସ ସମୟ ରେ ଏହିଠାରେ ବିଶ୍ରାମ ନେଇଥିଲେ । ପ୍ରଭୂ ଶ୍ରୀରାମ ପ୍ରିୟଭକ୍ତ ହନୁମାନଜୀ ଙ୍କୁ ପଠାଇ ଶିବଲିଙ୍ଗ ଆଣିଥିଲେ । ହନୁମାନଜୀ ବିଳମ୍ୱରେ ପହଞ୍ଚିବାରୁ ନିଜ ହାତରେ ଭଗବାନ ଶ୍ରୀରାମ ବାଲିଦ୍ୱାରା ମହେଶ୍ୱରଙ୍କୁ ସ୍ଥାପନ କରି ପୂଜାକରିଥିଲେ । ଏହା ପ୍ରଭୂ ଶ୍ରୀଶ୍ରୀଶ୍ରୀ ରାମେଶ୍ୱର ଙ୍କ ନାମରେ ପୂଜା ପାଉଛନ୍ତି । ପ୍ରଭୂଙ୍କ ଶ୍ରେଷ୍ଠ ଭକ୍ତ ହନୁମାନ ଆଣିଥିବା ଲିଙ୍ଗ କୁ ସ୍ଥାପନ କରି ଭଗବାନ ଶ୍ରୀରାମ ହନୁମଞ୍ଚେଶ୍ୱର ନାମରେ ମହେଶ୍ୱର ଙ୍କୁ ଆରଧନା କରିଥିଲେ । ବାଲୁକା ଦ୍ୱାରା କରାଯାଇଥିବା ମହେଶ୍ୱର ଙ୍କ ମନ୍ଦିର ପୂର୍ବଦିଗ ରେ ଶୋଭା ପାଉଥିବା ସ୍ଥଳେ ହନୁମାନଙ୍କ ଦ୍ୱାରା ଅଣାଯାଇଥିବା ମହେଶ୍ୱର ଙ୍କୁ ମୁଖ୍ୟଦେଉଳରେ ପୂଜା କରାଯାଉଛି । ଏହି ପିଠର ମହାତ୍ମ୍ୟ ଅନେକ ସାଧୁସନ୍ଥ ନିଜଲେଖନି ମୁନରେ କାଳଜୟୀ ଲେଖାଲେଖି ଦେଇ ଯାଇଛନ୍ତି । ହାଡି ଦାସ, ଅଚୁତାନ୍ଦ ଙ୍କ ମାଳିକା, ପଦ୍ମକଳ୍ପ ରେ ଏହି ପିଠର ବର୍ଣ୍ଣନା ରହିଛି । କାଳକ୍ରମେ ମହାଦେବ ଙ୍କ ସ୍ନାନ ପାଇଁ ପର୍ବତର ପୁର୍ବଦିଗରେ ଥିବା ଜଳାସୟ ସୁଖିଯିବାରୁ ଏବଂ ପଶ୍ଚିମଦିଗରେ ଅନେକ ଦୁରରେ ମହାନଦୀରୁ ବାହାରି ଶାଖାନଦୀ ବହିଯାଉଥିଲେ ମଧ୍ୟ ଜଳାଭିଷେକ କରିବା ପାଇଁ ଜଳର ଅଭାବଥିଲା । ଜଳକଷ୍ଟ ଦୁରେଇବା ପାଇଁ ପୂଜାପଣ୍ଡା ଅଧିଆ ପଡିବାରୁ ମହାଦେବଙ୍କ ଚରଣ ସେବାପାଇଁ ପ୍ରଭୂ ହନୁମଞ୍ଚେଶ୍ୱର ଙ୍କ କୃପାରୁ ପୁର୍ଣ୍ଣତୟା ଗୁପ୍ତଗଙ୍ଗା ମହାନଦୀର ଶାଖାନଦୀ ବିରୂପାନାମରେ ହନୁମଞ୍ଚେଶ୍ୱର ପାହାଡ ଦେଇ ଉତ୍ତରଦିଗକୁ ବେହିଚାଲିଲା । ସେହି ଦିନଠାରୁ ହନୁମଞ୍ଚେଶ୍ୱର ଘାଟ୍ଟନାମରେ ବିରଜମାନ ନଦୀଘାଟ ସୁଖିନଥିବା ଜନସୃତି ରେ ରହି ଆସିଛି । ଏହି ପର୍ବତ ର ଶିଖର ,ମନ୍ଦିର ର ଦକ୍ଷିଣ ଦିଗ ରେ ରହିଛି ଟାଙ୍ଗରା ଚଟାଣ |ଏଠାରେ ପବିତ୍ର ଦୋଳ ପୁର୍ଣିମା ରେ ଦୋଳ ଯାତ୍ରା ଅନୁଷ୍ଠିତ ହୋଇ ଥାଏ |ଯଦି ସରକାରୀ ସ୍ତରରେ ଆବଶ୍ୟକ ପଦକ୍ଷପ ଗ୍ରହଣ କରା ଯାନ୍ତା ଲୋକ ଲୋଚନ କୁ ଆସିପାରିବ |

Leave a Reply

Your email address will not be published. Required fields are marked *