ପ୍ରକାଶ ପାଇଲା ପୌରାଞ୍ଚଳ ବିଜ୍ଞପ୍ତି

ପଂଚାୟତ ନିର୍ବାଚନର ଫଳାଫଳ ଘୋଷିତ ହେବା ପରେ ଆଜି ପୌରନିର୍ବାଚନର ବିଜ୍ଞପ୍ତି ପ୍ରକାଶ ପାଇଛି I ରାଜ୍ୟର ସହରାଂଚଳ ଗୁଡିକର ପୋୖରନିର୍ବାଚନ ପାଇଁ ପକ୍ରିୟା ଆରମ୍ଭ ହୋଇଛି I ସହରାଞ୍ଚଳ ରଜନୀତି ସରଗରମ ହୋଈଛି ଶାସକ ଦଳ ର ନେତା ମାନେ ନିଜ ନିଜର ଅସ୍ତିତ୍ବ କୁ ବଜାଇ ରଖିବା ପାଇ ଅଣ୍ଟା ଭିଢ଼ିଛନ୍ତି ବିଜ୍ଞପ୍ତି ରେ ପ୍ରକାଶ କାରାଯାଇଛି ମାର୍ଚ୍ଚ 2 ରୁ 7 ତାରିଖ ପଯ୍ୟନ୍ତ ନାମଙ୍କନ ପତ୍ର ଦାଖଲ କରାଯିବl ମାର୍ଚ୍ଚ 9 ରେ ଯାଞ୍ଚ କରାଯିବ l ମାର୍ଚ୍ଚ 24ଓ 26 ରେ ତାରିଖ ରେ ଫଳ ଘୋଷିତ ହେବ l ଏହି ମତଦାନ ଇଭିଏମ ମେସିନ ଦ୍ୱାରା ହେବ l 47 ଟି ମୁନିସିପାଲିଟି 59 ଏନଏସ,3 ଟି ମହାନଗର ର କାଉନସିଲର / କର୍ପୋରେଟର ଏବଂ ପୌରାଧ୍ୟକ୍ଷ / ମେୟର ଙ୍କ ଭାଗ୍ୟ ନିର୍ଧାରଣ କରାଯିବ l ମତଦାନ ପାଇ ଦୁଇଟି ଇଭିଏମ ଭୋଟ ଦେବେ l ପଞ୍ଚାୟତ ନିର୍ବାଚନ ପରି ହଳଦିଆ ବାଲଟ ପେପର ରହିଥିବା ବେଳେ କାଉସିଲର ଓ କର୍ପୋରେଟର ମାନଙ୍କ ପାଇ ଗୋଲାପୀ ରଙ୍ଗର ବାଲଟ ପେପର ରହିବ l ପୂର୍ବ ପରି ନୋଟା ମଧ୍ୟ ବ୍ୟବହାର କରାଯିବ ଭୋଟ ର ମାନଙ୍କୁ ପାର୍ଥୀ ପସନ୍ଦ ନହେଲେ ସେମାନେ ନୋଟା ବ୍ୟବହାର କରିପାରିବେ l

ପୂର୍ବରୁ ମଧ୍ୟ ପାର୍ଥୀ ମାନେ କେତେ ଟଙ୍କା ଖର୍ଚ୍ଚ କରିବେ ସେ ସମ୍ପର୍କ ରେ ଉଲେଖିତ କରାଯାଇ ଥିଲା ଓଡିଶା ପୌରାଞ୍ଚଳ ଅଧିନିୟମ 1950 ଧାରା 17 (A) ର ଉପଧାରା ଅନୁସାରେ 50 ହଜାର ଜନ ସଂଖ୍ୟା ବିଶିଷ୍ଟ ଏନଏସି ଓ ପୌରାଞ୍ଚଳ ପାଇଁ ନିର୍ବାଚନ ରେ ପ୍ରତିଦ୍ୱନ୍ଦିତା କରୁଥିବା କାଉନସିଲର ପାର୍ଥୀ ମାନେ ସର୍ବାଧିକ 50 ହଜାର ଟଙ୍କା ଖର୍ଚ୍ଚ କରିବାକୁ ନିର୍ଦେଶ ରହିଛି I ଅଧକ୍ଷ ପଦବୀ ନିମନ୍ତେ ପ୍ରତିଦ୍ବନ୍ଦିତା କରୁଥିବା ପାର୍ଥୀ ମାନେ ସର୍ବାଧିକ 2 ଲକ୍ଷ ଟଙ୍କା ଖର୍ଚ୍ଚ କରିପାରିବେ I 50 ହାଜର ରୁ 1 ଲକ୍ଷ ଜନ ସଂଖ୍ୟା ବିଶିଷ୍ଟ ପୌରଞ୍ଚଳ ପ୍ରତିଦ୍ବନ୍ଦିତା କରୁଥିବା ପାର୍ଥୀ ସର୍ବାଧିକ 3 ଲକ୍ଷ ଟଙ୍କା ଖର୍ଚ୍ଚ କରିପାରିବେ I ସେହି ପରି ପୌରାଞ୍ଚଳ ରେ କାଉନସିଲର ପଦବୀ ନିମନ୍ତେ ପାର୍ଥୀ ମାନେ ସର୍ବାଧିକ 1 ଲକ୍ଷ ଅଧକ୍ଷ ପଦବୀ ନିମନ୍ତେପାର୍ଥିମାନେ ସର୍ବାଧିକ 1 ଲକ୍ଷ ଓ ଅଧକ୍ଷ ପଦବୀ ନିମନ୍ତେ ପାର୍ଥୀ ମାନେ ସର୍ବାଧିକ 2 ଲକ୍ଷ ଓ ମେୟର ପଦବୀ ନିମନ୍ତେ ପ୍ରତିଦ୍ବନ୍ଦୀତା କରୁଥିବା ପାର୍ଥିମାନେ ସର୍ବାଧିକ 12 ଲକ୍ଷ ଟଙ୍କା ନିର୍ବାଚନ ଖର୍ଚ୍ଚ କରିପାରିବେ ବୋଲି ରାଜ୍ୟ ନିର୍ବାଚନ ଆୟୁକ୍ତ ନିର୍ଦେଶ ଦେଇଛନ୍ତି I

Leave a Reply

Your email address will not be published. Required fields are marked *