ପ୍ରକୃତିର ଭୟାନକ ରୂପ

ଫୋକସ ପ୍ଲସ (ତାଳଚେର): ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ହାତିମୁଣ୍ଡା ଗ୍ରାମ ପଞ୍ଚାୟତର କମ୍ଭାରୀପଦର ଉପକଣ୍ଠରେ ପ୍ରକୃତିର ଏକ ଭୟାନକ ରୂପ ଦେଖିବାକୁ ମିଳିଛି। ଗତ ତିତିଲିରେ କୁମ୍ଭାରୀପଦର ଗ୍ରାମ ନିକଟ ପାହାଡରେ ଭୁସ୍ଖଳନ ହୋଇଥିଲା। ଚଳିତ ବର୍ଷବି ଲଗାଣ ବର୍ଷରେ ଭୁସ୍ଖଳନ ହୋଇଛି। ଭୂମିରେ ପ୍ରାୟ ପାଞ୍ଚଶହ ମିଟର ଦୀର୍ଘର ଫାଟ ଦେଖିବାକୁ ମିଳିଛି। ଗ୍ରାମବାସୀଙ୍କ କହିବା କଥା କେତେକ ସ୍ଥାନରେ ଭୂମି ୨ ଫୁଟ ଘୁଞ୍ଚି ଗଲାଣି ତ କେତେକ ସ୍ଥାନରେ ମାଟି ଦବୀ ଗଲାଣି । ବିଶେଷ କରି ବର୍ଷା ସମୟରେ ଏହା ଅଧିକ ବିପଦ ସଙ୍କୁଳ ମନେ ହେଉଛି । ବିଭିନ୍ନ ଗଣମାଧ୍ୟମରେ ଏହି ଖବର ପ୍ରସାରିତ ପରେ କନ୍ଧମାଳ ଜିଲ୍ଲାପାଳ ଶ୍ରୀଯୁକ୍ତ ଆଶିଷ୍ ଈଶ୍ୱର ପାଟିଲଙ୍କ ନିର୍ଦ୍ଦେଶ କ୍ରମେ, ବ୍ଲକ ଓ ତହସିଲ ପ୍ରଶାସନ ସ୍ଥାନୀୟ ପ୍ରାୟ ୧୦୦ ଟି ପରିବାର ଛୋଟ ବଡ଼ ୪୦୦ ରୁ ଉର୍ଦ୍ଧ ଲୋକଙ୍କୁ ଏକ ରିଲିଫ୍ କେନ୍ଦ୍ରକୁ ସ୍ଥାନାନ୍ତରିତ କରି ଖାଦ୍ୟ ସହିତ ଆବଶ୍ୟକ ସାମଗ୍ରୀ ସବୁ ଯୋଗାଇ ଦେଇଛନ୍ତି।

ବିଡ଼ିଓ ଗଦାଧର ପାତ୍ର, ତହସିଲଦାର ଡଃ ଅଶୋକ କୁମାର୍ ଦାସ ଘଟଣା ସ୍ଥଳରେ ପହଞ୍ଚି କ୍ଷତିଗ୍ରସ୍ତ ଗ୍ରାମବାସୀଙ୍କ ସୁବିଧା ଅସୁବିଧା ବୁଝି ଆସୁଥିବା ପ୍ରକାଶ ପାଇଛି। ତହସିଲ ଓ ବ୍ଲକ କର୍ମଚାରି କେନ୍ଦ୍ରରେ ରହି ଗ୍ରାମବାସୀଙ୍କ ଭଲ ମନ୍ଦ ବୁଝାସୁଝା କରି ଆଗାମୀ ସମୟରେ ବାସଗୃହ ତଥା ଅନ୍ୟାନ୍ୟ ସରକାରୀ ସୁବିଧା ଯୋଗାଇ ଦିଆଯିବ ବୋଲି ଆଶ୍ଵାସନା ଦେଇଛନ୍ତି। ପ୍ରକାଶ ଥାଉକି ଗତ ବୁଧବାର ମଧ୍ୟାନରୁ ପ୍ରଶାସନ କୁମ୍ଭାରୀପଦରର ଏକ ଶହ ପରିବାର ପ୍ରାୟ ଚାରି ଶହରୁ ଉର୍ଦ୍ଧ ଲୋକଙ୍କୁ ନିକଟସ୍ଥ ତାମାଙ୍ଗି ଉଚ୍ଚ ବିଦ୍ୟାଳୟକୁ ସ୍ଥାନାନ୍ତର କରିଛନ୍ତି। ହେଲେ ବିପଦ ସଂକୁଳ ଅବସ୍ଥାରେ ଅନିଶ୍ଚିତ ଭବିଷ୍ୟତ ନେଇଁ ଭୟରେ ଗ୍ରାମବାସୀ ମାନେ ରହି ଆସୁଥିବା ଦେଖିବାକୁ ମିଳିଛି।

ତାଳଚେରରୁ ରବିନ୍ଦ୍ର ନାଥଙ୍କ ରିପୋର୍ଟ

 

Leave a Reply

Your email address will not be published. Required fields are marked *