ପ୍ରଣବ ଙ୍କୁ ଅଣ୍ଡା ମାଡ଼!

ଅଣ୍ଡାମାଡରେ ଘାଇଲା ହୋଇ କାନ୍ଦୁଛି କେନ୍ଦୁଆ
-ଆଉ ଧର୍ମଶାଳା ମାଟି ମାଡିବନି ବୋଲି କହୁଛି କେନ୍ଦୁଆ
-ଗ୍ରହଦଶାରେ ଛଟପଟ ହେଉଛି କେନ୍ଦୁଆ
-ସହଯୋଗୀ ଗିରଫ ହେବା ପରେ ଭାଙ୍ଗି ପଡ଼ିଛି କେନ୍ଦୁଆ
-କେନ୍ଦୁଆ ମୁହଁରୁ ଅଣ୍ଡାନାଳ ସଫା କରିବାକୁ ଦୌଡ଼ି ଆସିଲେ ବବି ଦାସ
-ରାତିସାରା କାନ୍ଦ ବୋବାଳିରେ କମ୍ପିଲା କେନ୍ଦୁଆ ଘର

https://youtu.be/RcvCSuGM5LQ?si=H7cT_3Cfebz7AzuQ

() ହଁ ଦର୍ଶକବନ୍ଧୁ,ଆପଣ ନିଶ୍ଚୟ ଯାଜପୁର ଧର୍ମଶାଳା

ନିର୍ବାଚନରେ ଲଗାତାର ୨୫ ବର୍ଷ କବ୍ଜା କରିଥିବା ଏ ନଣ୍ଡା ମୁଣ୍ଡିଆ ନେତାଙ୍କୁ ଚିହ୍ନିଥିବେ। ଭଲ କରି ଦେଖନ୍ତୁ ଏ ଭଦ୍ରମୁଖା ବାବୁଙ୍କୁ। ଖଣି,ପାଣି, ବାଲି,ପଥର, ଚିଟଫଣ୍ଡ ଟଙ୍କା ଲୁଟ୍ କରି ବଲ୍ଲେ ବଲ୍ଲେ ଢାବାରେ ରାସଲୀଳା କରିବା ଭଳି ଅନେକ କେଳେଙ୍କାରୀର ସର୍ଦ୍ଦାର ହେଉଛନ୍ତି ଏ ବାବୁ।ଅନେକ କେଳେଙ୍କାରୀ ସହ ଜଡ଼ିତ ହୋଇ ପୁରା ଯାଜପୁରକୁ ଦୁର୍ନୀତିର କଳାପାହାଡ଼ ସଜାଇଥିଲେ।ଏତିକିରେ ସରିନି ଏ ବାବୁଙ୍କ କାରନାମା। ନିଜର ସମ୍ପର୍ତ୍ତି ବଢାଇବା ପାଇଁ ବନ୍ୟା ସମୟରେ ସରକାରୀ ରାସ୍ତାରେ ବୋମା ଖଞ୍ଜି ଉଡ଼ାଇ ଦେଇ କୋଟି କୋଟି ଟଙ୍କାର ଟେଣ୍ଡର ନେଇଥିଲେ। ଭୁବନେଶ୍ଵରର ଗଙ୍ଗ ପାଟଣାରେ ଜମି ଜାଲିଆତି କରି ହାତେଇ ନେଇ ଭୟଙ୍କର ସମାଲୋଚନାର ଶିକାର ହୋଇଥିଲେ।ଶେଷରେ ଜମି ଓ ସଂପତ୍ତି ପାଇଁ ବାପା ‘ ଦାସ୍ ‘ ଟାଇଟେଲ ହୋଇଥିବାବେଳେ ପୁଅ କେନ୍ଦୁଆ ‘ବଳବନ୍ତ ରାୟ’ ଟାଇଟେଲ କରି ଲୁଟି ନେଇଗଲେ।

ପାରିବାରିକ ରାଜନୀତି ପତିଆରା ଆଉ ତା ସାଙ୍ଗକୁ ମୁଣ୍ଡ ଉପରେ ଥିଲା ବିଜେଡିର ବଡ ନେତାଙ୍କ ହାତ ।ଦୀର୍ଘବର୍ଷ ଧରି ଶାସନ କ୍ଷମତାରେ ଥିବା ବିଜେଡି ନେତା… ରାଜନୀତି କମ୍ ଦୁର୍ନୀତି ଅଧିକ କରୁଥିଲେ। ମାଳ ମାଳ ଦୁର୍ନୀତି ଆଉ ଲୁଟ୍ ଅଭିଯୋଗ ଭିତରେ ସବୁଠୁ ବଡ ସାଙ୍ଘାତିକ କାଣ୍ଡ କରିଥିଲେ ପଞ୍ଚାୟତ ଏକ୍ଜୁକେଟିଭ ଅଫିସର ସ୍ମିତରାଣୀଙ୍କୁ ଦୁଷ୍କର୍ମ ଓ ହତ୍ୟା ପଛରେ ସିଧାସଳଖ ସମ୍ପୃକ୍ତ୍ତ ରହିଥିଲେ । କିଛିଦିନ କେଶ୍ କୁ ନେଇ ହୋ ହାଲ୍ଲା ପରେ କ୍ଷମତାର ଚାପ ପକେଇ କେଶ୍ କୁ ଚାପି ଦେଇଥିଲେ।ତେବେ ବର୍ତ୍ତମାନ ସେହି କେଶ୍ ପୁଣିଥରେ ରିଓପନ୍ ହେବ।କେଶ୍ କଥା ଶୁଣି ବାବୁ ଏବେ କୋକୁଆ ଭୟରେ ଘରୁ ବାହାରୁ ନାହାଁନ୍ତି।ଘରୁ କଣ ବାବୁ କେନ୍ଦୁଆଙ୍କର ଚଣ୍ଡିଖୋଲ ଡେଇଁବାକୁ ଭି ଏବେ ପିଳେହିପାଣି।ଖାଲି ସେତିକି ନୁହେଁ ଗତକାଲି ଧର୍ମଶାଳା ନିର୍ବାଚମଣ୍ଡଳୀର ସଂପାରୁ ପଞ୍ଚାୟତର କୁରିକୁଣା ଠାରେ ଲୋକ ଅତିଷ୍ଠ ହୋଇ ଅଣ୍ଡାମାଡ କରିଥିଲେ।ଯାହାର ଏକ୍ସ୍କକ୍ଲୁସିଭ ଭିଜୁଆଲ ଆମେ ଦେଖେଇଥିଲୁ।ତେବେ ଧର୍ମଶାଳା ବାସି ଅଣ୍ଡା ମାଡ଼ କରିବା ସହିତ ଯଦି ଆଗାମୀ ଦିନରେ ଏଭଳି ହିନ ରାଜନୀତି କରନ୍ତି ଧର୍ମଶାଳାରେ ପ୍ରବେଶ ନକରେଇବାକୁ କଡ଼ା ଚେତାବନୀ ମଧ୍ୟ ଦେଇଛନ୍ତି।ତେବେ ଅଣ୍ଡାମାଡ ପରେ ପ୍ରଣବଙ୍କୁ ଭେଟିଥିଲେ ବବିଦାସ। ଜନତାଙ୍କ ଆକ୍ରୋଶର ଶିକାର ହେବାପରେ ଲାଳ ସରସର ଅବସ୍ଥାରେ ବବିଙ୍କୁ କୁଣ୍ଢାଇ କାନ୍ଦି ପକାଇଥିଲେ ପ୍ରଣବ।ତେବେ ଦର୍ଶକବନ୍ଧୁ ସାହାରା ଦେବାକୁ ଆସିଥିବା ଏ ବାବୁ ଜଣଙ୍କ ମଧ୍ୟ କିଛି କମ୍ ନୁହନ୍ତି। ଖୁବଶୀଘ୍ର ବବିଦାସଙ୍କର ମଧ୍ୟ ଗୁମର ଖୋଲିବ focusplus।ତେବେ ନିଜ କୁକର୍ମର୍ ଫଳ ଭୋଗୁଛନ୍ତି ପ୍ରଣବ।ୟେ କିଛି ନୁହଁ,ଆଗକୁ ଆହୁରି କି କି ମାଡ଼ ହେବ ତାର ଚିତ୍ର ମଧ୍ୟ ଆପଣ ଖୁବଶୀଘ୍ର ଦେଖିବେ।

Leave a Reply

Your email address will not be published. Required fields are marked *