ପ୍ରଦୂଷଣ ବଳୟରେ ଭାରତ

ଫୋକସ ପ୍ଲସ 15/3/23(ବ୍ୟୁରୋ): ଦିନକୁ ଦିନ ବିଶ୍ୱ ପ୍ରଦୂଷିତ ହେବାରେ ଲାଗିଛି | ଆଉ ସେହି ପ୍ରଦୂଷିତ ଦେଶ ମଧ୍ୟରେ ଆମ ଦେଶ ଭାରତ ମଧ୍ୟ ରହିଛି | ବିଷ ବଳୟ ଭିତରେ ରହିଛି ଏବେ ଭାରତ | ବିଶ୍ୱର ସର୍ବାଧିକ ପ୍ରଦୂଷଣ ବଳୟରେ ରହିଛି ଭାରତର ରାଜଧାନୀ ଦିଲ୍ଲୀ | ସର୍ବାଧିକ ଭାବେ ପ୍ରଦୂଷିତ ହେଉଥିବା ନଜରକୁ ଆସିଛି ଏବେ ଭାରତ | ଦିନକୁ ଦିନ ସ୍ୱଛତାର ପରିମାଣ କମିବାରେ ଲାଗିଛି ,ବିଶ୍ୱର ସର୍ବାଧିକ ପ୍ରଦୂଷିତ ରାଷ୍ଟ୍ର ଭାବେ ଅଷ୍ଟମ ସ୍ଥାନରେ ରହିଛି ଭାରତ | | ବିଶ୍ୱର ପ୍ରଥମ ପ୍ରଦୂଷିତ ସହର ଭାବେ ରହିଛି ନୂଆଦିଲ୍ଲୀ| । ଦିନକୁ ଦିନ ସ୍ବଚ୍ଛତାର ମାନ ହ୍ରାସ ହେଉଛି । ବିଶ୍ବର ସର୍ବାଧିକ ପ୍ରଦୂଷିତ ରାଷ୍ଟ୍ର ତାଲିକାରେ ଅଷ୍ଟମ ସ୍ଥାନ ହାସଲ କରିଛି ଭାରତ । ବିଶ୍ବର ପ୍ରାୟ ୭ ହଜାର ୩୦୦ ସହର ମଧ୍ୟରୁ ଭାରତର ସହରଗୁଡିକ ଅଧିକ ପ୍ରଦୂଷିତ ଥିବା ଜଣାପଡିଛି । ସର୍ବାଧିକ ପ୍ରଦୂଷିତ ରାଷ୍ଟ୍ର ତାଲିକାରେ ପ୍ରଥମରେ ରହିଛି ଚାଦ୍ । ଦ୍ବିତୀୟରେ ଇରାକ, ତୃତୀୟରେ ପାକିସ୍ତାନ, ଚତୁର୍ଥରେ ବାହାରିନ, ପଞ୍ଚମରେ ବାଂଲାଦେଶ, ଅଷ୍ଟମରେ ଭାରତ ଓ ଦଶମରେ ତାଜିକସ୍ତାନ ରହିଛି । ତେବେ ସହର ମଧ୍ୟରେ ପାକିସ୍ତାନର ଲାହୋର ପ୍ରଥମ ସ୍ଥାନରେ ଥିବାବେଳେ ଚୀନର ହୋତାନ ସହର ଦ୍ବିତୀୟ ସ୍ଥାନରେ ରହିଛି । ରାଜସ୍ଥାନର ଭିଓ୍ବାଣ୍ଡି ତୃତୀୟ ସ୍ଥାନରେ ଓ ଦିଲ୍ଲୀ ଚତୁର୍ଥ ସ୍ଥାନରେ ରହିଛନ୍ତି । ସେହିପରି ପାକିସ୍ତାନର ପେଶଓ୍ବାର ପଞ୍ଚମ, ବିହାରର ଦରଭଙ୍ଗା ଷଷ୍ଠ, ବିହାରର ପାଟନା ଦଶମ, ଉତ୍ତରପ୍ରଦେଶର ଗାଜିଆବାଦ ଏକାଦଶ ସ୍ଥାନରେ ରହିଛି ।ସବୁଠାରୁ ବଡ଼କଥା ହେଉଛି ବିଶ୍ବର ସର୍ବାଧିକ ୧୦ଟି ପ୍ରଦୂଷିତ ସହର ମଧ୍ୟରୁ କେବଳ ଭାରତର ରହିଛି ୬ଟି ସହର । ପ୍ରଥମ ୨୦ଟି ସହର ତାଲିକାରେ ଭାରତର ରହିଛି ୧୪ଟି ସହର । କୋଲକାତାର ସ୍ଥାନ ୯୯ରେ ଥିବାବେଳେ ମୁମ୍ବାଇର ସ୍ଥାନ ୧୩୭, ହାଇଦ୍ରାବାଦର ସ୍ଥାନ ୧୯୯ ରହିଛି । ବେଙ୍ଗାଳୁରୁର ସ୍ଥାନ ୪୪୦ ହୋଇଥିବାବେଳେ ଚେନ୍ନାଇର ସ୍ଥାନ ୬୮୨ ରହିଛି । ସୁଇସ ଫାର୍ମ ଆଇକ୍ୟୁଏୟାର ପକ୍ଷରୁ କରାଯାଇଥିବା ସର୍ଭେରେ ବିଶ୍ବର ୧୩୧ଟି ଦେଶକୁ ବିଚାରକୁ ନିଆଯାଇଥିଲା । ତେବେ ସରକାରୀ ଓ ବେସରକାରୀ ସ୍ତରରେ ପ୍ରାୟ ୩୦ ହଜାର ଗ୍ରାଉଣ୍ଡବେସଡ ମନିଟରିଂ କରାଯାଇଥିଲା । ବାୟୁ ପ୍ରଦୂଷଣ କାରଣରୁ ଭାରତରେ କ୍ଷତି ପରିମାଣ ୧୫୦ ବିଲିୟନ ଡଲାର ହୋଇଥିବାବେଳେ କେବଳ ପରିବହନ କ୍ଷେତ୍ରର ପ୍ରଦୂଷଣ ୨୦ରୁ ୩୫ ପ୍ରତିଶତ ବୋଲି କୁହାଯାଇଛି । ଶିଳ୍ପ, କୋଇଲା ପ୍ଲାଣ୍ଟ, ଜୈବ ଜାଳେଣି କାରଣରୁ ଭାରତରେ ପ୍ରଦୂଷଣ ବଢ଼ୁଥିବା କୁହାଯାଉଛି । ଆଉ ଏହି ପ୍ରଦୂଷଣରେ ଲୋକଙ୍କର ସ୍ୱାସ୍ଥ୍ୟ ମଧ୍ୟ ବିଗୁଡୁଛି | ଲୋକେ ପ୍ରଦୂଷିତ ଅଂଚଳରେ ରହି ଶ୍ଵାସ ଜନିତ ରୋଗରେ ପୀଡିତ ହେଉଛନ୍ତି |

Leave a Reply

Your email address will not be published. Required fields are marked *