ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ମହା ଘୋଟାଲା

ଫୋକସ ପ୍ଲସ ୨/୨/୨୩(ଡେଲାଙ୍ଗ):ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀ ଚୟନରେ ଡେଲାଙ୍ଗ ବ୍ଲକରେ ବ୍ୟାପକ ଅନିୟମିତତା ନେଇ ଆଜି ଡେଲାଙ୍ଗ ଅଞ୍ଚଳର ଜନସାଧାରଣ ଅଭିଯୋଗ କରିଛନ୍ତି। ସୂଚନା ଅନୁଯାୟୀ ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଗୁଆଳି ପଡ଼ା ଗ୍ରାମ ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ଅଭିଯୋଗ ହୋଇଛି ଯୋଗ୍ୟ ହିତାଧିକାରୀଙ୍କ ନାମକୁ ବାଦ୍ ଦେଇ ଅଯୋଗ୍ୟ ହିତାଧୀକାରୀ ମାନଙ୍କୁ ତାଲିକାରେ ଯୋଡା ଯାଇଛି। ଏବଂ ପ୍ରଶାସନ ପକ୍ଷରୁ ଯେଉଁ ନାମ ପ୍ରକାଶ ପାଇଛି ସେଥିରୁ ଅଯୋଗ୍ୟ ହିତାଧୀକାରୀ ନାମରେ ଅଭିଯୋଗ କରିବା ପାଇଁ କୁହାଯାଉଥିବା ବେଳେ। ଅଭିଯୋଗ ପରେ ଗାଁ ଗାଁ ରେ ଗଣ୍ଡଗୋଳ ସହିତ ପରଷ୍ପର ମଧ୍ୟରେ ଶତୃତା ସୃଷ୍ଟି କରିବା ପାଇଁ ପ୍ରଶାସନ ବେବସ୍ତା କରିଛି। ଆଗାମୀ ଦିନରେ ଯଦି ଯୋଗ୍ୟ ହିତାଧିକାରୀଙ୍କୁ ଆବାସ ଯୋଜନାରେ ସାମିଲ ନ କରାଯାଏ ଯୋଗ୍ୟ ହିତାଧିକାରୀ ମାନେ ରାଜ ରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।

Leave a Reply

Your email address will not be published. Required fields are marked *