ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ କମିଟି ବୈଠକ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ କମିଟି ବୈଠକରେ କୃଷି ଓ ଖାଦ୍ୟ ନିରାପତ୍ତା ପାଇଁ ୧୩,୯୬୬ କୋଟି ଟଙ୍କାର ପ୍ୟାକେଜ୍‌କୁ ମଞ୍ଜୁର କରାଯାଇଛି। ଏବିଷୟରେ ସୂଚନା‌ ଦେଇ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି ଯେ ଚାଷୀଙ୍କ ଜୀବନ ଧାରଣ ମାନରେ ଉନ୍ନତି ଆଣିବା ଓ ସେମାନଙ୍କ ଆୟ ବଢ଼ାଇବା ଲାଗି ସାତଟି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଡିଜିଟାଲ କୃଷି ମିସନ ପାଇଁ ୨୦,୮୧୭ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। ଖାଦ୍ୟ ଓ ପୁଷ୍ଟି ସୁରକ୍ଷା ପାଇଁ ୩,୯୭୯ କୋଟି ଟଙ୍କାର ଯୋଜନା ମଞ୍ଜୁର ହୋଇଥିବା ବେଳେ କୃଷି ଶିକ୍ଷା ଓ ପରିଚାଳନା ଯୋଜନା ପାଇଁ ୨୨୯୧ କୋଟି ଟଙ୍କା, ଉଦ୍ୟାନ କୃଷି ଯୋଜନା ପାଇଁ ୮୬୦ କୋଟି ଟଙ୍କା, ପଶୁ ସମ୍ପଦ ସ୍ବାସ୍ଥ୍ୟ ପରିଚାଳନା ପାଇଁ ୧୭୦୨ କୋଟି ଟଙ୍କା, କୃଷି ବିଜ୍ଞାନ କେନ୍ଦ୍ର ପାଇଁ ୧୨୦୨ କୋଟି ଟଙ୍କା ଓ ପ୍ରାକୃତିକ ସମ୍ବଳ ପରିଚାଳନା ପାଇଁ ୧୧୧୫ କୋଟି ଟଙ୍କାର ଯୋଜନାକୁ ମଞ୍ଜୁର କରାଯାଇଛି।

Leave a Reply

Your email address will not be published. Required fields are marked *