ପ୍ରଧାନମନ୍ତ୍ରୀ ସଡ଼କ ମରଣଯନ୍ତା ପାଲଟିଛି, ଠିକାଦାରର ଦୃଷ୍ଟି ପଡୁ ନାହିଁ ।

ଥୁଆମୂଳ ରାମପୁର୧୭/୦୩/୨୦୨୪; ଥୁଆମୂଳ ରାମପୁର ବ୍ଳକର ଗୁଣପୁର ଆରଡ଼ି ରାସ୍ତା ଠାରୁ ଯବାଙ୍ଗକୁ ସଂଯୋଗ ହୋଇ ଥିବା ପ୍ରଧାନମନ୍ତ୍ରୀ ସଡ଼କର ପିଚୁ ଉପୁଡ଼ି ପଡ଼ିଲାଣି କିନ୍ତୁ ଠିକାଦାର ନିରବ ଦ୍ରାଷ୍ଟା ସାଜିଥିବା ଅଭିଯୋଗ ହେଉଛି। ନିର୍ମାଣ ସମୟରେ ଅତ୍ୟନ୍ତ ନିମ୍ନ ମାନର କାମ କରାଯାଇ ଥିବା ଯୋଗୁଁ ରାସ୍ତାର ଏଭଳି ପରିସ୍ଥିତି ସମ୍ନାକୁ ଆସିଛି ବୋଲି ଅଞ୍ଚଳ ବାସୀ ପ୍ରକାଶ କରିଛନ୍ତି। ମରାମତି ନାଁରେ ଆସୁଥିବା ଅର୍ଥକୁ ଠିକାଦାର ଓ ବିଭାଗୀୟ ଅଧିକାରୀ ଆତ୍ମସାତ କରୁଥିବା ଅଭିଯୋଗ ହେଉଛି। ଏହାର ରକ୍ଷଣ ବେକ୍ଷଣ ଅଭାବ ଯୋଗୁଁ ରାସ୍ତାଟି ବର୍ତ୍ତମାନ ବିପଦ ସଙ୍କୁଳ ଅବସ୍ଥାରେ ପଡ଼ିରହିଛି । ଯାହାଫଳରେ ପ୍ରତ୍ୟେକଦିନ ଛୋଟ ବଡ଼ ଦୁର୍ଘଟଣା ଘୋଟି ଏହି ମରଣଯନ୍ତା ପାଲଟିଥିବା ପ୍ରଧାନମନ୍ତ୍ରୀ ସଡ଼କରେ ଲୋକଙ୍କ ଜୀବନ ଚାଳିଯାଉ ଥିବା ସାଂଘାତିକ ଅଭିଯୋଗ ଆଣିଛନ୍ତି ଲୋକେ। ଏଣୁ ତୁରନ୍ତ ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେଇ ରାସ୍ତାର ମରାମତି କରିବା ପାଇଁ ଦାବି ହେଉଛି।

Leave a Reply

Your email address will not be published. Required fields are marked *