ଫୋକସ ପ୍ଲସ 14/12/2022(ରାଇରଙ୍ଗପୁର ): ଏମିତି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି। ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ବ୍ଲକ ଅନ୍ତର୍ଗତ ରାଇରଙ୍ଗପୁର ଗୋଷ୍ଠୀ ଶିକ୍ଷା ଅଧିନସ୍ଥ ସାନଚମ୍ପାବୁଦା UP ଇସ୍କୁଲ ରେ। ଏହି ସ୍କୁଲ ର ପ୍ରଧାନଶିକ୍ଷକ ରାମ ଚନ୍ଦ୍ର ବେହେରା କର ବିରୁଦ୍ଧରେ ଆଗରୁ ମଧ୍ୟ ବାରମ୍ବାର ଅଭିଯୋଗ କରି ଆସୁଛନ୍ତି ଅଭିଭାବକ ମାନେ କିନ୍ତୁ ତାଙ୍କ ବିରୁଦ୍ଧରେ କିଛି କାର୍ଯାନୁଷ୍ଠାନ ଗ୍ରହଣ କରାଗଲା ନାହିଁ। ସେ ସ୍କୁଲ କୁ ମନ ଇଚ୍ଛା ଆସିବେ ଟାଇମ୍ ଟେବୁଲ ର କିଛି ଠିକ୍ ଠିକଣା ନ ଥାଏ। କଉ ଦିନ ଏଗାର ଟା ସମୟ ତ କଉ ଦିନ ବାରଟା। କେବେବି ଠିକ ସମୟ ରେ ସ୍କୁଲ କୁ ଆସନ୍ତି ନାହିଁ। ଏବେ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ସ୍କୁଲର କୁନି କୁନି ପିଲା ମାନକୁ ପାଖରେ ଥିବା ଜଙ୍ଗଲ କୁ ଜୁରି କାଠ ଆଣିବା ପାଇଁ ବାଧ୍ୟ କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ସ୍କୁଲରେ MDM ଖାଦ୍ୟ ରୋଷେଇ କରିବା ପାଇଁ ପ୍ରଧାନ ଶିକ୍ଷକ ରାମ ଚନ୍ଦ୍ର ବେହେରା ସ୍କୁଲର କୁନି କୁନି ପିଲା ମାନଙ୍କୁ ଜର ଜବର ଦସ୍ତ ଜଙ୍ଗଲକୁ ଜୁରି କାଠ ଆଣିବା ପାଇଁ ବାଧ୍ୟ କରୁଥିବାର ପିଲା ମାନଙ୍କର ଅଭିଭାବକ ମାନେ ଗଣମାଧ୍ୟମ ସମୁଖରେ ପ୍ରକାଶ କରିଛନ୍ତି ଏବଂ ଏ ବାବଦରେ ବର୍ତ୍ତମାନର BEO କର ପାଖରେ ଏହି ପ୍ରଧାନ ଶିକ୍ଷକ ରାମ ଚନ୍ଦ୍ର ବେହେରାଙ୍କର ବିରୁଦ୍ଧରେ ସଙ୍ଗୀନ ଅଭିଯୋଗ କରିଛନ୍ତି ଯେ ଯଦି ସାତ ଦିନ ମଧ୍ୟରେ ପ୍ରଧାନ ଶିକ୍ଷକ ରାମ ଚନ୍ଦ୍ର ବେହେରା ଙ୍କର ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କଲେ ଆଗାମୀ ଦିନରେ ସ୍କୁଲରେ ତାଲା ପକାଇବେ ବୋଲି ଅଭିଭାବକ ମାନେ ଚେତାବନୀ ଦେଇଛନ୍ତି। ଅଭିଭାବକ ମାନଙ୍କର ଦାବୀ ହେଲା ରାମ ଚନ୍ଦ୍ର ବେହେରା କୁ ଏହି ସ୍କୁଲ ରୁ ବଦଲି କରାଯାଉ।