ଫୋକସ ପ୍ଲସ(ବ୍ୟୁରୋ)୦୯ /୦୮/୨୦୨୨: ଲଘୁଚାପ ଯୋଗୁ ରାଜ୍ୟରେ ତିନିଦିନ ହେବ ବର୍ଷା ଜାରି ରହିଥିବା ବେଳେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି |ପାଣିପାଗ ବିଭାଗ ସୂଚନା ଅନୁଯାୟୀ ଲଘୁଚାପ ଅବପାତ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ହେବ |ବର୍ଷା ପାଇଁ ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳକୁ ବିପଦ ସଙ୍କେତ ଜାରି କରାଯାଇଛି |ଓଡ଼ିଶାର ସମସ୍ତ ବନ୍ଦରଗୁଡିକୁ ମଧ୍ୟ ପାଣିପାଗ ବିଭାଗ ପକ୍ଷରୁ ବିପଦ ସଙ୍କେତ ଜାରି କରାଯାଇଛି |ରାଜ୍ୟର ୫ ବନ୍ଦର ତଥା ପାରାଦୀପ, ପୁରୀ, ଚାନ୍ଦବାଲି,ଧାମରା, ଏବଂ ଗୋପାଳପୁରକୁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ୩ ନଂ ବିପଦ ସଙ୍କେତ ଜାରି କରାଯାଇଛି |
ଆଜି ରାଜ୍ୟର ୪ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ରେଡ୍ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି | ବରଗଡ଼, ସମ୍ବଲପୁର, ଅନୁଗୁଳ ଓ କେନ୍ଦୁଝର ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ |
ବ୍ୟୁରୋ ରିପୋର୍ଟ ଫୋକସ ପ୍ଲସ |