ଫୋକସ ପ୍ଲସ 5/12/2022( ବାଲିଗୁଡ଼ା): କନ୍ଧମାଳ ଜିଲ୍ଲାରେ ଦେଖିବାକୁ ମିଳିଛି ଶୀତର ଲହରି ।ଆଜି ବାଲିଗୁଡା ଅଞ୍ଚଳରେ ଦେଖିବାକୁ ମିଳିଛି ଘନ କୁହୁଡି ସହିତ ଜାଡ ଶୀତ।ଶୀତକୁ ଉପଭୋଗ କରିବାକୁ ଲୋକମାନେ ପ୍ରାତଃ ଭ୍ରମଣ ଓ ବ୍ୟାୟାମ କରୁଥିବା ଦେଖିବାକୁ ମିଳିଛି ।ଆଜି ପାରଦ୧୩ଡିଗ୍ରୀ ତଳେ ରହିଥିବା ଦେଖିବାକୁ ମିଳିଛି। ଶୀତ ପାଇଁ ଓପେନ ଜିମରେ ଦେଖିବାକୁ ମିଳିଛି କ୍ରିଡା ପ୍ରେମିଙ୍କ ବିଭିନ୍ନ ପ୍ରକାରର ଯୋଗ ଓ ବ୍ୟାୟାମ । ବାଲିଗୁଡା ,ଦାରିଙ୍ଗବାଡ଼ି ,ବେଲଘର ଭଳି ଉପାନ୍ତ ଅଞ୍ଚଳରେ ଦେଖିବାକୁ ମିଳିଛି ଜାଡ ଶୀତ।ଶୀତ ଦାଉରୁ ରକ୍ଷା ପାଇବାକୁ ଲୋକମାନେ ନିଆଁ ଜାଳି ପୁଇଁବା ସହିତ ଚା ଦୋକାନରେ ଭିଡଜମି ଖଟି କରୁଥିବା ଦେଖିବାକୁ ମିଳିଛି ।ଦାରିଙ୍ଗବାଡୀ କୁ ଓଡିଶାର କାଶ୍ମିରି ଭାବରେ ଲୋକେ ଜାଣିଥିବା ବେଳେ ବିଭିନ୍ନ ରାଜ୍ୟ ଓ ରାଜ୍ୟବାହାରୁ ପଯ୍ୟାଟକମାନେ ଏହି ଶୀତ ଦିନରେ ଦାରିଙ୍ଗବାଡୀକୁ ଛୁଟି କଟେଇବାକୁ ଆସନ୍ତି ।ପଯ୍ୟାଟକମାନଙ୍କ ମନୋରଞ୍ଜନ ପାଇଁ ଦାରିଙ୍ଗବାଡୀରେ ରହିଛି ୟୁକୋ ପାର୍କ,ଓ୍ବାଟର ଫଲ,ବଟର ଫ୍ଳାଇ ପାର୍କ,ଲଭର୍ସ ପଏଣ୍ଟ,ଏମୁପକ୍ଷୀ ,କଫିବଗିଚା ରହିଛି ।ଓଡିଶା ସରକାର ପକ୍ଷରୁ ପଯ୍ୟାଟକମାନେ ରାତ୍ରୀଯାପନ ପାଇଁ ଦାରିଙ୍ଗବାଡୀରେ ରହିଛି ୟୁକୋରିଟରିଟ ।ଶୀତ ଦିନେ ରାଜ୍ୟବାହାରୁ ପଯ୍ୟାଟକ ଛୁଟି କଟାଇବା ପାଇଁ ପରିବାର ସହିତ କନ୍ଧମାଳ ଜିଲ୍ଲାକୁ ଛୁଟିରେ ଆସନ୍ତି । ପଯ୍ୟାଟକ ମାନଙ୍କ ମନକୁ ମୋହିତ କରିଥାଏ କନ୍ଧମାଳର ଶୀତ ଋତୁର ସୋରିଷ ଫୁଲ ଓ ତିଳା ଫୁଲର ଚାଷ ଶୀତ ଋତୁରେ ଏହି ଫୁଲ ବହୁତ ସୁନ୍ଦର ଦିଶୁଥାଏ।