ପ୍ରଯ୍ୟଟନ ସ୍ଥଳୀ ଭ୍ରମଣ କଲେ ବାଲେଶ୍ୱର ଜିଲ୍ଲାପାଳ

ଫୋକସ ପ୍ଲସ(ବାଲିଆପାଳ)୨୦/୦୮/୨୦୨୨: ଲଘୁଚାପ ଯୋଗୁଁ ଉତ୍ତର ଓଡ଼ିଶାରେ ବର୍ଷା ଆରମ୍ଭ ହୋଇଛି। ପ୍ରବଳରୁ ଅତି ପ୍ରବକ ବର୍ଷା ହେବାର ସମ୍ଭାବନା ଥିବାରୁ ବାଲେଶ୍ୱର ଜିଲ୍ଲାରେ ଥିବା ବିଭିନ୍ନ ପର୍ଯ୍ୟଟନ ସ୍ଥଳୀକୁ ନ ଯିବାକୁ ଟ୍ୱିଟ ଯୋଗେ ଅନୁରୋଧ କଲେ ବାଲେଶ୍ୱର ଜିଲ୍ଲାପାଳ ଦତ୍ତାତ୍ରୟ ଭାଉ ସାହେବ ସିନ୍ଧେ। ଜିଲ୍ଲାର ଚାନ୍ଦିପୁର, ତାଳସରି, କସାଫଳ,ଡଗରା ଓ ପଞ୍ଚଲିଙ୍ଗେଶ୍ୱର ଆଦି ସ୍ଥାନକୁ ପର୍ଯ୍ୟଟକ ମାନକୁ ନ ଯିବାକୁ କହିଛନ୍ତି ଜିଲ୍ଲାପାଳ। ସେପଟେ ଏବେଠାରୁ ଜଳକା ନଦୀ ମଥାନିରେ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି। ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଥିବାରୁ ଏହା ବିପଦ ସୃଷ୍ଟି କରିବାର ସମ୍ଭାବନା ରହିଛି। 4ରୁ 5 ହଜାର ଲୋକଙ୍କୁ ସ୍ଥାନତର କରାଯିବାର ସମ୍ଭାବନା ରହିଛି। ବର୍ତମାନ ସୁଦ୍ଧା 250 ଲୋକଙ୍କୁ ସ୍ଥାନତର କରାଗଲାଣି। ଉତ୍ତର ବାଲେଶ୍ଵର ରେ 120 ବାତ୍ୟା ଆଶ୍ରୟସ୍ଥଳୀ ଓ ସ୍କୁଲ୍ ପ୍ରସ୍ତୁତ ରହିଛି। ଚୁଡ଼ା ଶୁଖିଲା ଖାଦ୍ୟ ଓ ଅତ୍ୟାବଶ୍ୟକୀୟ ସାମଗ୍ରୀ ମହଜୁଦ ରହିଥିବା ଜିଲ୍ଲାପାଳ କହିଛନ୍ତି।

ବାଲିଆପାଳ ରୁ ଲଷ୍ମୀଧର ପ୍ରଧାନ ଙ୍କ ରିପୋର୍ଟ ଫୋକ୍ସ ପ୍ଲସ |

Leave a Reply

Your email address will not be published. Required fields are marked *