ପ୍ରଶାନ୍ତ କିଶୋରଙ୍କ କଥାକୁ ବିଶ୍ୱାସ କରନ୍ତୁ ନାହିଁ; ସେ କିଛି ବି କୁହନ୍ତି: ନୀତିଶ କୁମାର

ଫୋକସ ପ୍ଲସ(ବିହାର): ବିହାରରେ ଏନଡିଏ ସରକାର ଭାଙ୍ଗିବା ପରଠାରୁ ରାଜ୍ୟର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି । ଏହା ମଧ୍ୟରେ ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋରଙ୍କୁ ନେଇ ବଡ଼ ବୟାନ ଦେଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ତେବେ ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ପାଟନାରେ ଭେଟିଥିଲେ । ତାଙ୍କର ଏଭଳି ସାକ୍ଷାତକାର ପରେ ନୀତିଶ କୁମାର ତାଙ୍କୁ ପଦବୀର ଲୋଭ ଦେଖାଇଥିଲେ ପ୍ରଶାନ୍ତ କିଶୋର କହିଥିଲେ । ଏହା ମଧ୍ୟରେ ନୀତିଶ କୁମାର ମୁହଁ ଖୋଲିଥିବାର ଦେଖିବାକୁ ମିଳିଛି ।

ତେବେ ତାଙ୍କ କଥାକୁ ବିଶ୍ୱାସ କରନ୍ତୁ ନାହିଁ । ସେ କିଛି ବି କୁହନ୍ତି ବୋଲି କହିଛନ୍ତି । ଯେତେବେଳେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ପ୍ରଶାନ୍ତ କିଶୋରଙ୍କ ଦାବିକୁ ନେଇ ପ୍ରଶ୍ନ ପଚରାଗଲା ସେତେବେଳେ ଏହା ଉପରେ ନୀତିଶ କୁମାର କହିଥିଲେ ଯେ ଏହା ସମ୍ପୂର୍ଣ୍ଣ ଭୁଲ ଅଟେ । ପ୍ରଶାନ୍ତ କିଶୋରଙ୍କୁ କୌଣସି ଅଫର ଦେଇ ନାହିଁ । ସେ ସବୁବେଳେ ଏଭଳି ଦାବି କରନ୍ତି । ତାଙ୍କର ଉଚ୍ଛା ଯାହା ସେ କୁହନ୍ତୁ । ସବୁବେଳେ ତାଙ୍କ କଥାକୁ ନେଇ ମୁଁ କଣ ପ୍ରତିକ୍ରିୟା ରଖିବି । ସେ ହିଁ ୪-୫ ବର୍ଷ ତଳେ ଆସି କଂଗ୍ରେସରେୀ ଜେଡିୟୁକୁ ମିଶାଇବା କଥା କହିଥିଲେ । ହେଲେ ବତମାନ ସେ ବିଜେପି ସହ ହାତ ମିଶାଇ ଏଭଳି ମିଛ ଦାବି କରୁଛନ୍ତି ବୋଲି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର କହିଛନ୍ତି ।

Leave a Reply

Your email address will not be published. Required fields are marked *