ପ୍ରଶାସନଙ୍କ ଦୃଷ୍ଟି ଆଢ଼ୁଆଳରେ ୧୦୦ ବର୍ଷର ଶୈବପୀଠ

ଫୋକସ ପ୍ଲସ (ରାୟଗଡ଼ା) ୦୬/୦୭/୨୦୨୨: ରାୟଗଡ଼ା ଜିଲ୍ଲା ଗୁଣପୁର ଠାରୁ ମାତ୍ର ୩୦ କିମି ଦୂରରେ ଅବସ୍ଥିତ ଗଦ ଗଦା ଶୈବପୀଠ। କାହିଁ କେଉଁ ଆବହମାନ କାଳରୁ ଭଗବାନ ଶିବ ପଥର ଖୋଲ ମଧ୍ୟରେ ପୂଜା ପାଇଆସୁଛନ୍ତି।ବଣ, ଜଙ୍ଗଲ, ପହାଡ ପରି ବେଷ୍ଟିତ ଓ ତୀର ସ୍ରୋତା ଝରଣା ର ଅପରୁପ ସୈନ୍ଦଯ୍ୟ ଖୁବ ମନୋଲଭା ହୋଇ ଥିବା ସମୟରେ ଏଭଳି ମନରୋମ ସୈନ୍ଦଯ୍ୟ ‌ଶୈଵପୀଠ ପ୍ରତି ପ୍ରଶାସନ ର ନଜର ନ ପଡ଼ିବା ଦୁର୍ଭାଗ୍ୟଜନକ ଅଟେ। ପ୍ରତିବର୍ଷ ମାଘମାସ ପୃଣ୍ଣମ ଦିନ ଏଠାରେ ଯାତ୍ରା ଅନୁଷ୍ଠିତ ହୋଇଥାଏ। ଏଠାରେ ମହାଦେବ ଶିବଙ୍କୁ ନୀଳକଣ୍ଠେଶ୍ଵର ଭାବେ ପୂଜା କରାଯାଏ। ଯାହା କି ପାଖ ଏକ ଛୋଟ ଜନ ବସତି କୁ ମଧ୍ୟ ସେଠାକାର ସ୍ଥାନୀୟ ବାସିନ୍ଦାମାନେ ନୀଳକଣ୍ଠପୁର ବୋଲି ଦେଇଛନ୍ତି। କିମ୍ବଦନ୍ତୀ ଅନୁସାରେ ପ୍ରଭୃ ରାମଚନ୍ଦ୍ର ବନବାସ କାଳରେ ଏହି ଜଙ୍ଗଲ ପହାଡ ପରି ହୋଇ ଯାଇଥିଲେ ବୋଲି ଲୋକ କଥା ରୁ ଜଣାଯାଏ। ଯାହା କି ଆଜି ମଧ୍ୟ ପଥର ଦେହରେ ‌ପାଦଚହ୍ନ ଭଳି ସ୍ଥାନ କୁ ଲୋକେ ପ୍ରଭୃ ରାମଚନ୍ଦ୍ର ଙ୍କ ପଦଚିହ୍ନ ବୋଲି ବିଶ୍ୱାସ କରାଯାଏ।ତୋଵେ ଏଠାରେ ଏକ ବିଶେଷତ୍ଵ ହେଲା ଅନ୍ୟାନ୍ୟ ଶୈବପୀଠ ଭଳି ଏଠାରେ ଶିବ ରାତ୍ରି ପାଳନ କରାଯାଏ ନାହିଁ। ମାଘ ପୃଣ୍ଣମା ହଁ ଏଠାକାର ବଡ଼ ପର୍ବ। ଏହି ଦିନ ହଜାର ହଜାର ସଂଖ୍ୟାରେ ଭକ୍ତମାନେ ଆସିଥାନ୍ତି। ପରମ୍ପରା ଅନୁଯାୟୀ ଗୁଣପୁର ସ୍ଥିତ ବିକ୍ରମ ପୁର ମଲ୍ଲିକେଶ୍ୱର ଶୈବପୀଠ ରୁ ନାଗ ପ୍ରତିମା କୁ ଆଣି ସେହି ଗୋଟିଏ ଦିନ ଏହି ଠାକୁର ଙ୍କ ପାଖରେ ରଖାଯାଏ। ତହିଁ ଆରଦିନ ପୁନର୍ବାର ନାଗ ଦେବତାଙ୍କୁ ପୂଜା କରି ଫେରାର ଦିଆଯାଏ। ତେବେ ଏଭଳି ପୀଠ ପ୍ରତି କାହାର ମଧ୍ୟ ଦୃଷ୍ଟି ପଡୁନାହିଁ। ଶୈବ ପୀଠ କୁ ରାସ୍ତା ଟିଏ ମଧ୍ୟ ନାହିଁ। ଲୋକ ମାନେ ପାଦଚଲା ରାସ୍ତା ରେ ଯାଆନ୍ତି। ଲୋକ ମାନେ ବହୁ କଷ୍ଟରେ ‌ଯାଆନ୍ତି। ବିଜୁଳି କି ପାନୀୟ ଜଳର ସୁବିଧା ମଧ୍ୟ ଏଠାରେ ନାହିଁ। ତେଣୁ ‌ପ୍ରଶାସନ ଦୃଷ୍ଟି ଆକର୍ଷଣ କରିବା ପାଇଁ ଦାବି ହେଉଛି ।

Leave a Reply

Your email address will not be published. Required fields are marked *