ପ୍ରଶାସନର ବାରଣ ସ୍ବତେ ବିଜିଲା ଡିଜେ

ଫୋକସ ପ୍ଲସ (ବାଲେଶ୍ୱର): ଦୁର୍ଗା ପୂଜା ଭସାଣି ରେ ପୁଣି ଫେଲ ମାରିଲା ଜିଲ୍ଲା ପ୍ରଶାସନ। ପ୍ରଶାସନର ବାରଣ ଶ୍ୱତେ dj ବାଜିଲା। ଲାଗିଲା ଜିକ ଯାକ ଲାଇଟ୍।ବାଲେଶ୍ୱର।୪ଦିନ ଧରି ପୂଜା ପାଇବା ପରେ ମଣ୍ଡପରୁ ମେଲାଣି ନେଲେ ମା’ ଦୂର୍ଗା, ପାରମ୍ପାରିକ ବାଦ୍ୟ ସାଙ୍ଗକୁ ଆଧୁନିକ ଗୀତରେ କମ୍ପିଲା ବାଲେଶ୍ୱର ସହର, ଦୁଇଟି ସ୍ଥାନରେ ବିସର୍ଜନ ପାଇ ଗଲେ ୮୫ରୁ ଉଦ୍ଧ୍ୱର୍ ମେଢ଼, ନାଚ,ଗୀତ, ବାଜା, ଶୋଭାଯାତ୍ରାରେ ଦେବୀଙ୍କ ମୂତିକୁ ବିଭିନ୍ନ ନଦିରେ ବିସର୍ଜ୍ଜନ ପାଇଁ ନେଇଥିଲେ ପୁଜା କମିଟିର କର୍ମକର୍ତା ମାନେ। ବିଭିନ୍ନ ପ୍ରକାର ବାଦ୍ୟ ଏବଂ ଆଧୁନିକ ଗୀତର ଶବ୍ଦରେ ଫାଟି ପଡୁଥିଲା ସହର ରାସ୍ତା । ଆଧୁନିକ ଗୀତର ତାଳେ ତାଳେ ମତୁଆଲା ହୋଇ ଯୁବକ ମାନେ ନାଚୁଥିବା ବେଳେ ଦର୍ଶକ ମାନେ ମଧ୍ୟ ଏହାକୁ ବେଶ ମନଭରି ଉପଭୋଗ କରିଥିଲେ ।

ଚଳିତ ବର୍ଷ ବାଲେଶ୍ୱର ସହରର ସାର୍ବଜନୀନ ମଣ୍ଡପରେ ମୋଟ ୮୫ରୁ ଉଦ୍ଧ୍ୱର୍ ସ୍ଥାନରେ ମା’ଙ୍କ ପୂଜା କରାଯାଇଥିଲା । ପୋଲିସ ଏବଂ ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଅସ୍ଥାୟୀ କ୍ୟାମ୍ପ ପ୍ରତିଷ୍ଠା କରାଯାଇ ଭସାଣି ଶୋଭାଯାତ୍ରାକୁ ପରିଚାଳନା କରାଯାଇଥିଲା । ଡାକ୍ତରଖାନା ରୋଡ଼, କଲେଜ ରୋଡ଼୍ ଓ ଟାଉନହଲ ରୋଡ଼୍ ଦେଇ ଆସୁଥିବା ମେଢ଼-ଶୋଭାଯାତା୍ରକୁ ବାଲିଘାଟ ଅଭିମୁଖେ ଛଡ଼ା ଯାଇଥବା ବେଳେ ଅରଡବଜାର ରାସ୍ତା ଦେଇ ମେଢ ଗୁଡିକୁ ନୁଣିଆ ଯୋଡିକୁ ବିସର୍ଜ୍ଜନ ପାଇଁ ଯାଇଥିଲେ । ତେବେ ବିସର୍ଜନ ବେଳେ ଅନେଗୁଡ଼ିଏ ଅବ୍ୟବସ୍ଥା ନଜରକୁ ଆସିଥିଲା।

ପୂଜା ପୂର୍ବ ରୁ ଜିଲ୍ଲାପ୍ରଶାସନ ଏବଂ ପୋଲିସ ପକ୍ଷରୁ ଆୟୋଜିତ ଶାନ୍ତି କମିଟି ବୈଠକ ରେ ଗ୍ରହଣ କରାଯାଇଥିବା ସିଦ୍ଧାନ୍ତ ସମ୍ପୂର୍ଣ ଉଲଘଂନ କରାାଉଥିବା ସହରବାସୀ ଅଭିଯୋଗ କରିଛନ୍ତି। ଉଚ୍ଚ ଶବ୍ଦରେ ଡାକ ବାଜି ଯନ୍ତ୍ର ନ ବଜାଇବା ଓ ଜିକଜାଜ୍ ଲାଇଟ୍ ବ୍ୟବହାର ନ କରିବା ଲାଗି ନିସ୍ପତ୍ତି ନିଆଯାଇଥିଲା। ମାତ୍ର ପ୍ରଶାସନ ର ନିଷ୍ପତ୍ତିକୁ ଗୋଡ଼ରେ ଆଡେ଼ଇ ଦେଇ ସବୁ ପୂଜା କମିଟି ଉଲଘଂନ କରିଥିବା ଦେଖିବାକୁ ମିଳିଛି। ତେବେ ପ୍ରସାସନ ଏସବକୁ ରୋକି ବାରେ ସକ୍ଷମ ହେବ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ବାଲେଶ୍ୱରରୁ ଗୁରୁପ୍ରସାଦ ବାରିକ୍ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *