ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ଉପରେ ସଭାଗୃହ ଅନୁଷ୍ଠିତ

ଫୋକସ ପ୍ଲସ ୧୮/୦୬/୨୨(କଳାହାଣ୍ଡି): ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ଉପରେ ଆଜି ଏକ କର୍ମଶାଳା କୋକସରା ବ୍ଲକ ସଭାଗୃହ ରେ ଅନୁଷ୍ଠିତ ହୋଇଯାଇଛି। କୋକସରା ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଦୀପକ କୁମାର ବେହେରା ଙ୍କ ପରିଚାଳନାରେ ଅତିଥି ଭାବେ କୋକସରା ବ୍ଲକ ଅଧ୍ୟକ୍ଷା ରିତା ଅଗ୍ରୱାଲ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ, ଜିଲ୍ଲା ଡି.ଏସ.ଏସ.ଓ ଜିଲ୍ଲା ପରିଷଦ ସଭ୍ୟ ତ୍ରିନାଥ ବାଗ ହେମନ୍ତ ମାଝୀ, ଜିପିଓ ନାରାୟଣ ଭୋଇ, ଅଗ୍ନିଶମ ବିଭାଗ ଅଧିକାରୀ କୈଳାଶ ଚନ୍ଦ୍ର ପ୍ରଧାନ, ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼. ତତ୍ୱଦର୍ଶୀ ଦାସ ସମେତ କୋକସରା ବ୍ଲକ ର ନିର୍ବାଚିତ ଜନ ପ୍ରତିନିଧିମାନେ ଉପସ୍ଥିତ ରହିଥିଲେ। ଏହି କର୍ମଶାଳା ରେ ପ୍ରାକୃତିକ ବିପର୍ଯ୍ୟୟ ସମୟରେ କେମିତି ଧନ ଜୀବନ କୁ ସୁରକ୍ଷିତ ଭାବେ ରକ୍ଷା କରିବା ସେ ନେଇ ବିଭିନ୍ନ ବିଭାଗ ର ଅଧିକାରୀ ମାନେ ନିଜର ଅନୁଭୂତି ଓ ମତ ପ୍ରକାଶ କରିଥିଲେ।

କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ରୁ ତ୍ରିଲୋକ୍ୟ ବେଶ୍ରା ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *