ଫୋକସ ପ୍ଲସ (ଭଦ୍ରକ)୨୭/୦୭/୨୦୨୨: ସୂଚନାରୁ ପ୍ରକାଶ ଯେ (2021,ଡିସେମ୍ବର)ମାସ ହୋଇଥିବା ପ୍ରାଣୀମିତ୍ର ନିଯୁକ୍ତିରେ ଚଞ୍ଚକତା ନେଇ ଅଭିଯୋଗ ଆଣିଲେ ମଞ୍ଜୁଲତା ପଣ୍ଡା ବନ୍ତ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଠାରୁ ଆରମ୍ଭ କରି P.D ଙ୍କୁ ଭେଟି ଥିଲେ ମଧ୍ୟ୍ୟ କୌଣସି ସୁଫଳ ପାଇ ନଥିବା ଅଭିଯୋଗ ଆଣିଛନ୍ତି, ସେ ବିଭାଗୀୟ ଅଧିକାରୀ ଙ୍କୁ ଜଣେଇ ଥିଲେ କିନ୍ତୁ ତାଙ୍କୁ ନ୍ୟାୟ ଦେବା ପରିବର୍ତ୍ତେ ତାଙ୍କୁ କୋଟ ର ଦ୍ୱାରସ୍ତ ହେବା କଥା ପ୍ରକାଶ କରୁଛନ୍ତି ହେଲେ ଏଠି ପ୍ରଶ୍ନ ଉଠେ ଯଦି ଜଣେ ପରୀକ୍ଷାରେ ଉତୀର୍ଣ୍ଣ ହୋଇ ପ୍ରଥମ ସ୍ଥାନରେ ଥିବା ବ୍ୟକ୍ତି ଯଦି ନିଯୁକ୍ତି ପାଇଁ ଅଭିଯୋଗ ଆଣେ ତାହେଲେ ବିଭାଗୀୟ ଅଧିକାରୀ ମାନେ କାହାର ଚପରେ ଏଭଳି ମନ୍ତବ୍ୟ ଦେଉଛନ୍ତି? ତେବେ ଅନେକ ଅଭିଯୋଗ ଏବଂ ବିଭିନ୍ନ ପ୍ରମାଣ ପତ୍ର ଥାଇ ମଧ୍ୟ କାହିଁକି ତାଙ୍କ ନିଯୁକ୍ତି ରେ ଚଞ୍ଚକତା ହେଉଛି ବୋଲି ଅଭିଯୋଗ ଆଣିଲେ ମହିଳା, ଶେଷରେ ନିରାଶ ହୋଇ ଗଣମାଧ୍ୟମ ଦ୍ୱାରସ୍ଥ ହୋଇ ଅଭିଯୋଗ ଆଣିବା ସହିତ ଉପଯୁକ୍ତ ତଦନ୍ତ କରି ଶ୍ରୀମତୀ ପଣ୍ଡା ଙ୍କୁ ନ୍ୟାୟ ଦେବାପାଇଁ ଦାବି କରିଛନ୍ତି, ତେବେ ଏହି ଘଟଣା ସାମ୍ନାକୁ ଆସିବା ପରେ ସରକାର ଏଥିପ୍ରତି କି ପଦକ୍ଷେପ ନେଉ ଛନ୍ତି ତାହା ଦେଖିବାକୁ ବାକି ରହିଲା।
ଭଦ୍ରକ ରୁ ସଞ୍ଜିବ ସେନାପତିଙ୍କ ରିପୋର୍ଟ ଫୋକସ ପ୍ଲସ |