ପ୍ରାଥମିକ ଶିକ୍ଷକ ସଙ୍ଗଠନ ର ସାମ୍ବାଦିକ ସମ୍ମିଳନୀ

ଫୋକସ ପ୍ଲସ(ନୟାଗଡ଼) ୨୯/୦୭/ ୨୦୨୨: ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ପ୍ରାଥମିକ ଶିକ୍ଷକ ସଂଗଠନ ଦ୍ୱାରା ଏକ ସାମ୍ବାଦିକ ସମ୍ମିଳନୀ ର ଆୟୋଜନ କରାଯାଇଥିଲା ।ସଂଘର ସଭାପତି ଭକ୍ତରଞ୍ଜନ ମିଶ୍ର,ସମ୍ପାଦକ ସଚିକାନ୍ତ ଦାସ,ଶିକ୍ଷକ ସଂଘ ସଦସ୍ୟ ଦିଲୀପ ହୋତା,ନରେଶ ପାଣିଗ୍ରାହୀ,ରଞ୍ଜନ କୁମାର ଦାଶ, ଜୟକୃଷ୍ଣ ପ୍ରଧାନ ପ୍ରଭୁତି ଉପସ୍ଥିତ ହୋଇ ଶିକ୍ଷକ ମାନଙ୍କ ଅସୁବିଧା ଓ ସମସ୍ୟା ଉପରେ ଆଲୋକପାତ କରିଥିଲେ ।ରଣପୁର ବ୍ଲକ ଶିକ୍ଷାଧିକାରୀ ଙ୍କ ଉପସ୍ଥିତିରେ ଶିକ୍ଷକ ମାନଙ୍କ କାଉନସେଲିଂ କରାଯାଇ ଓଡ଼ଗାଁ ବ୍ଲକ ର ଲେବଲ ଫାଇଭ(ଏ) ରୁ ଲେଵଲ ଫାଇଭ (ବି) କୁ କ।ଟେଗୋରୀ ୟାନ ରୁ ୨୬ ଜଣ ଓ କାଟେଗୋରୀ ଟୁ ରୁ ୪୫ ଜଣ ସର୍ବମୋଟ ୭୧ ଜଣ ଶିକ୍ଷଙ୍କଙ୍କ ପ୍ରମୋସନ ହୋଇଥିବା ବେଳେ ସେଥିମଧ୍ୟରୁ ୫/୬ ଜଣ ଶିକ୍ଷକଙ୍କୁ ଉପଯୁକ୍ତ ସ୍ଥାନରେ ନିଯୁକ୍ତି ନ ମିଳିବାରୁ ନିଜର ପ୍ରମୋସନ କୁ ପରିତ୍ୟାଗ କରିଥିବା ଦେଖିବାକୁ ମିଳିଛି ।ଓଡ଼ଗାଁ ବ୍ଲକରେ ଅଧିକ ପୋଷ୍ଟ ଖାଲି ଥିବା ବେଳେ ମାତ୍ର ୭୧ ଟିର ପୁରଣ ହୋଇଥିବାରୁ ଶିକ୍ଷକ ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।ବିଦ୍ୟାଳୟରେ ଚାଲିଥିବା ମଧ୍ୟାନଭୋଜନ କାର୍ଯ୍ୟକ୍ରମ ର ତିନି ମାସର ଦେୟ ଏ ପର୍ଯ୍ୟନ୍ତ କୌଣସି ବିଦ୍ୟାଳୟକୁ ମିଳିନାହିଁ ।ପ୍ରତି ପିଲା ପିଛା ପ୍ରାଥମିକ ୫ଟଙ୍କା ୪୨ ପଇସା ଓ ଉଛ ପ୍ରାଥମିକ ୮ଟଙ୍କା ୩୨ ପଇସା ମିଳୁଥିବା ବେଳେ ମହଙ୍ଗା ସମୟରେ ମଧ୍ୟାନଭୋଜନ ରାନ୍ଧିଦେବା ବହୁତ କଷ୍ଟସାଧ୍ୟ ହେଉଛି ।ସେଥିରେ ପୁଣି ପ୍ରତିମାସରେ ଦେୟ ପ୍ରଦାନ ନ କରିବା ଶିକ୍ଷକଙ୍କୁ ଅସୁବିଧାରେ ପକାଉଛି ।ଯଦି ଆସନ୍ତା ଅଗଷ୍ଟ ମାସ ୫ ତାରିଖ ସୁଦ୍ଧା ମଧ୍ୟାନଭୋଜନ ଦେୟ ନ ମିଳେ ତେବେ ୬ ତାରିଖରୁ ମଧ୍ୟାନଭୋଜନ ରନ୍ଧନ ବ୍ଲକ ର ପ୍ରତି ସ୍କୁଲରେ ବନ୍ଦ ରହିବାକୁ ସଙ୍ଘ ପକ୍ଷରୁ ଘୋଷଣା କରାଯାଇଛି ।ବିଦ୍ୟାଳୟ ମାନକରେ ଆବଶ୍ୟକ ଶିକ୍ଷକ ନାହାନ୍ତି ।କେତେକ ସ୍କୁଲରେ ଜଣେ ଲେଖାଁଏ ଶିକ୍ଷକ କାର୍ଯ୍ୟ କରୁଛନ୍ତି ।ଏହି ସମସ୍ତ ସମସ୍ୟାର ଆସୁ ସମାଧାନ ପାଇଁ ବ୍ଳକ ଶିକ୍ଷାଧିକାରୀ ଓ ଜିଲ୍ଲା ଶିକ୍ଷାଧିକାରୀ ଙ୍କୁ ବାରମ୍ବାର ଜଣାଇଲେ ମଧ୍ୟ କିଛି ସମାଧାନ ନ ହେବାରୁ ଶିକ୍ଷକ ସଂଘ ଆବଶ୍ୟକ ବେଳେ ଆନ୍ଦୋଳନ କରିବାକୁ ନିଷ୍ପତ୍ତି ନେଇଥିବା ସଭାପତି ଭକ୍ତରଞ୍ଜନ ମିଶ୍ରଙ୍କ ଠାରୁ ପ୍ରକାଶ । ଶେଷରେ ଶିକ୍ଷକ ସଂଘ ଦ୍ୱାରା ସାମ୍ବାଦିକ ମାନକୁ ସଠିକ ଖବର ପ୍ରକାଶ ସହିତ ସବୁ ସମୟରେ ସଙ୍ଘ ର କାର୍ଯ୍ୟକ୍ରମ ପ୍ରତି ସଠିକ ଦ୍ରୁଷ୍ଟି ଦେବାକୁ ଅନୁରୋଧ କରାଯାଇଥିଲା ।

Leave a Reply

Your email address will not be published. Required fields are marked *