ଫୋକସ ପ୍ଲସ ୧୨/୬/୨୨(ବ୍ୟୁରୋ): ପ୍ରେମ ଏକ ଅନ୍ତରର ଏକ ଭାବନା |ଏହା ଶାଶ୍ୱତ ଚିରନ୍ତନ |ବିନା ଫଗୁଣର ରଙ୍ଗ ଲଗା ଏକ ନିଆରା ଅନୁଭୂତି |ଘନ ଅନ୍ଧକାର ମଧ୍ୟରେ ପୂରଣ ହେଉଥିବା ସ୍ବପ୍ନ ହେଉଛି ପ୍ରେମ | ଫୁଲ ପ୍ରେମର ପ୍ରତୀକ, ସେଇ ଫୁଲରୁ ଆରମ୍ଭ ହୁଏ ପ୍ରେମ | ନୀଳ ଆକାଶର ଚିକମିକ ଆଲୁଅ ହେଉଛି ପ୍ରେମ |ଶାବ୍ଦ୍ଧିକ ଉଦ୍ଭବ ମଧ୍ୟରେ ପ୍ରେମ ଅର୍ଥ ହେଉଛି “ପରମ ଏ” |ପରମ ଅର୍ଥ ଶ୍ରେଷ୍ଠ | ଏହାଛଡା ବ୍ୟକ୍ତିଗତ ସ୍ନେହ, ଶ୍ରଦ୍ଧା ଓ ସଂଯୋଗକୁ ମଧ୍ୟ ପ୍ରେମ କୁହାଯାଏ |ଦୟା, କ୍ଷମା ଆଉ ପ୍ରଣୟ ହେଉଛି ବ୍ୟକ୍ତି ବ୍ୟକ୍ତି ଙ୍କ ମଧ୍ୟରେ ଥିବା ପ୍ରେମର ଏକ ରୂପ |ପ୍ରେମ ଶବ୍ଦଟି ବିଭିନ୍ନ ସ୍ଥାନରେ ବିଭିନ୍ନ ପ୍ରକାରରେ ବ୍ୟବହାର ହୋଇଥାଏ |ପ୍ରେମ ବ୍ୟକ୍ତିଗତ ହୋଇପାରେ ଅବା ସାର୍ବଜନୀନ ହୋଇପାରେ | ବିପରୀତ ଲିଙ୍ଗର ପ୍ରାଣୀମାନଙ୍କ ମଧ୍ୟରେ ଥିବା ଆକର୍ଷଣ କୁ ମଧ୍ୟ ପ୍ରେମ କୁହାଯାଏ |ପ୍ରେମ ଶାଶ୍ୱତ ଏବଂ ଚିରନ୍ତନ ସତ୍ୟ |ପ୍ରେମ ବି ହେଉଛି ଭକ୍ତ ଭଗବାନ ଙ୍କ ସମ୍ପର୍କ |କାମ ହେଉଛି ପ୍ରେମର ଅନ୍ୟ ଏକ ନାମ |କେତେବେଳେ ସ୍ମିତହାସ୍ୟ ରେ ପ୍ରେମର ସଂଜ୍ଞା ବୁଝି ହୁଏ ତ କେତେବେଳେ ଆଲିଙ୍ଗନ ଓ ଚୁମ୍ବନ ମାଧ୍ୟମରେ ପ୍ରେମ କୁ ଅନୁଭବ କରିହୁଏ |ପ୍ରେମ ମାନବ ଜୀବନର ସାର ବସ୍ତୁ |ଯେଉଁଠାରେ ପ୍ରେମ ଥାଏ ସେହି ଠାରେ ହିଁ ଜ୍ଞାନ ଥାଏ |ଯେଉଁ ମନୁଷ୍ୟ ବାସ୍ତବରେ ପ୍ରେମ କରେ ସେଇ ମନୁଷ୍ୟର ହୃଦୟରେ ଦେବଭାବ ଜାଗ୍ରତ ହୁଏ |ଆଉ ସୁଖ ଶାନ୍ତିରେ ଜୀବନ ଅତିବାହିତ କରେ |କେହି ଜଣେ କହିଥିଲେ ଈଶ୍ୱର ଙ୍କ ପ୍ରେମ ରେ ପଡିଲେ ମାନବ ଜୀବନ ଶିଥିଳ ହୋଇଯାଏ |ମନ ପ୍ରଫୁଲିତ ରୁହେ |ପ୍ରେମର ଧର୍ମ ହିଁ ଶ୍ରେଷ୍ଠ ଧର୍ମ । ଯେଉଁଠାରେ ଏହାର ବିପରୀତ ଭାବ ସେଠାରେ ପ୍ରେମ ନାହିଁ | ପ୍ରେମର ଅନ୍ୟ ଗୋଟାଏ ବିକୃତ ବସ୍ତୁର ଆଧିପତ୍ୟ ରହିଅଛି । ଅଗ୍ନି ଅଛି କିନ୍ତୁ ଉତ୍ତାପ ନାହିଁ, ସୂର୍ଯ୍ୟ ଅଛି କିନ୍ତୁ ତାହାର ଆଲୋକ ନାହିଁ, ଏହା ଭାବିବା ଟା ଯେପରି ଅର୍ଥଶୂନ୍ୟ କଥା | ପ୍ରେମ ଅଛି ଅଥଚ ପବିତ୍ରତା ନାହିଁ, ଏହା ମଧ୍ୟ ସେହିପରି | ବସ୍ତୁତଃ ପ୍ରେମ ଓ ପବିତ୍ରତା ନିରବଚ୍ଛିନ୍ନ ଏକତ୍ର ବାସ କରନ୍ତି |ଅନନ୍ତ କୋଟି ଭଗବାନ ଙ୍କ ପ୍ରେମରେ ଦୀକ୍ଷିତ ନହେଲେ ମାନବାତ୍ମାର ସୁଖ ନାହିଁ, ଶାନ୍ତି ନାହିଁ, ଗତି ନାହିଁ, ମୁକ୍ତି ନାହିଁ |ଯେପରି ହାତରେ ଧରା ଯାଇଥିବା କାଚ ଟି ତଳେ ପଡି ଭାଙ୍ଗିଗଲେ ଚୁର୍ଣ୍ଣ ହୋଇଯାଏ ସେହିଭଳି ପ୍ରେମ ରେ ଆଘାତ ଲାଗିଲେ ହୃଦୟ ଜଳିଯାଏ |
ପ୍ରେମ କାମ ବା ଇନ୍ଦ୍ରିୟବିଳାସ ଉତ୍ତେଜନା ଆଣିଥାଏ, ପ୍ରେମ ବିଶ୍ରାନ୍ତି ବା ଆରାମ ଦେଇଥାଏ,କାମ ହିଂସା ଆଣେ, ପ୍ରେମ ତ୍ୟାଗ ଆଣିଥାଏ |କାମନା ବାସନା ଦାବି କରେ, ପ୍ରେମ ହୁକୁମ କରେ | ପ୍ରେମ ହିଁ ବଳ, ପ୍ରେମ ହିଁ ପୃଥିବୀରେ ମହାନ ଶକ୍ତିଶାଳୀ | ପ୍ରକୃତ ପ୍ରେମ ଅସ୍ଵୀକାର ଜାହିର କରେନା,ବରଂ ସ୍ଵାଧୀନତା ଆଣିଥାଏ । ଏହି ସ୍ଵାଧୀନତା ହିଁ ମୋକ୍ଷ ପ୍ରଦାନ କରେ,ଏହି ସ୍ଵଧୀନତାରେ ହିଁ ପ୍ରେମ ବିକଶିତ ହୋଇଥାଏ |
ପ୍ରେମ ମାନବ ଜୀବନର ସାରବସ୍ତୁ | ପ୍ରେମ ହିଁ ମାନବ ଜୀବନର ଲକ୍ଷ୍ୟ, ଅଥବା ପ୍ରକୃତ ଜୀବନ | ଯେଉଁଠାରେ ପ୍ରେମ, ସେହିଠାରେ ଜ୍ଞାନ, ସେହିଠାରେ ପବିତ୍ରତା | ସେହିଠାରେ ବାଧ୍ୟତା ଓ କର୍ତ୍ତବ୍ୟ ନିଷ୍ଠା | ପ୍ରେମ ମାନବ ହୃଦୟକୁ ଭେଦଭାବ ଶୂନ୍ୟ କରେ, ସ୍ୱାର୍ଥ ବିବର୍ଜିତ କରେ, ଆତ୍ମ ବିସ୍ମୃତ କରେ | ପ୍ରେମରେ ଛୋଟବଡ଼ ନାହିଁ, ‘ମୁଁ’ ‘ତୁ’ ନାହିଁ | ପ୍ରେମର ମହିମା କୀର୍ତ୍ତନ କରିବା ଆମ୍ଭମାନଙ୍କର ଉଦ୍ଦେଶ୍ୟ ନୁହେଁ | ଆମ୍ଭେମାନେ ଏତିକି ମାତ୍ର କହୁଅଛୁଁ ଯେ ପ୍ରେମ ବିନା ପ୍ରକୃତ ମନୁଷ୍ୟତ୍ୱ ଅସମ୍ଭବ, ପ୍ରେମଶୂନ୍ୟ ହୃଦୟ ପ୍ରେତ ପିଶାଚର ଲୀଳାଖେଳ | ଯାହା ଇନ୍ଦ୍ରିୟ ଶକ୍ତି ଜଡ଼ିତ ବା ସୁଖ ଲାଳସା ପ୍ରସୂତ ତାହା ପ୍ରେମ ନାମର ଯୋଗ୍ୟ ନୁହେଁ, ତାହା ଅସ୍ଥାୟୀ | ସୁଖର ଆଶା ଶେଷ ହେଲେ ତାହାର ଅସ୍ତିତ୍ୱ ପ୍ରାୟ ବିଲୁପ୍ତ ହୁଏ ସେ କେବଳ ସୁଖର ସ୍ଥାନ ଖୋଜି ବୁଲେ । ଯେଉଁ ପ୍ରେମ ମନୁଷ୍ୟ ହୃଦୟରେ ଦେବଭାବ ବିକଶିତ କରେ; ତାହାହିଁ ପ୍ରକୃତ ପ୍ରେମ |