ପ୍ରେମରେ ବାଧା ଦେବାରୁ ଭାଇକୁ ଛୁରାମାଡ଼

ଫୋକସ ପ୍ଲସ ୨/୬/୨୨(ଆନନ୍ଦପୁର): ଭଉଣୀକୁ ପ୍ରେମ ନିବେଦନ କରି ବିଫଳ ହେଲା ଯୁବକ । ଭାଇ ବାଧା ଦେବାରୁ ଘରୁ ଡାକିଆଣି ଛୁରୀ ମାଡ କଲେ ଯୁବକ । ଏଭଳି ଘଟଣା ଦେଖିବାକୁ ମିଳିଛି ଆନନ୍ଦପୁର ଥାନା ମୋଚିନ୍ଦା ଗାଁରେ । ସୂଚନା ଅନୁଯାଇ, ମୋଚିନ୍ଦା ଗାଁର ରବୀନ୍ଦ୍ର ସାହୁଙ୍କ ପୁଅ ବୁବୁ ଆନନ୍ଦପୁର ପୌରାଞ୍ଚଳର ସୁଭମଶ୍ରୀ ବିଶ୍ବରଞ୍ଜନ ଜେନା ସହ ସାଙ୍କ ହେଉଥିଲେ । ସୁଭମ ମେଚିନ୍ଦାରେ ସ୍ଥିତ ବୁବୁଙ୍କ ଘରକୁ ଯିବାଆସିବା କରୁଥିଲେ । ଏମିତି ଯିବାଆସିବା ଭିତରେ ବୁବୁଙ୍କ ଭଉଣୀଙ୍କୁ ପ୍ରେମ ନିବେଦନ କରିବା ସହ କମେଣ୍ଟ ମାରୁଥିଲା । ଏସବୁ ଜାଣିବା ପରେ ବୁବୁ ଏହାର ପ୍ରତିବାଦ କରିଥିଲେ । ଏଥିରେ ଉତକ୍ଷୀପ୍ତ ହୋଇ ବୁବୁଙ୍କୁ ଘର ଡାକି ଆଣିଥିଲେ ସୁଭମ । ଏହାପରେ ଏକ ଧାରୁଆ ଛୁରୀରେ ବୁବୁଙ୍କୁ ଆକ୍ରମଣ କରିଥିଲା । ଆହତ ଅବସ୍ଥାରେ ବୁବୁଙ୍କୁ ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣା ପରେ ଗ୍ରାମବାସୀମାନେ ସୁଭମକୁ ଅଟକ ରଖି ପୋଲିସର ଜିମା ଦେଇଛନ୍ତି । ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି I

Leave a Reply

Your email address will not be published. Required fields are marked *