ପ୍ରେମର ସ୍ୱାଦ ସରିଗଲା ପରେ ଛାଡିଗଲା ପ୍ରେମିକ

ଫୋକସ ପ୍ଲସ ୬/୨/୨୩(ବ୍ୟୁରୋ):ପ୍ରେମ ଶ୍ବାସତ ଅନାବିଲ,ପ୍ରେମ ମାନେନି ଜାତି ଧର୍ମ, ବର୍ଣ୍ଣ, ଲିଙ୍ଗ ଆଉ ବାଡ଼ବନ୍ଧନ।ପ୍ରେମ କେତେବେଳେ ଯେ କାହା ସହ ହୋଇଯାଏ ତାହା କହିହୁଏ ନାହିଁ।କିନ୍ତୁ ଯେତେବେଳେ ପ୍ରେମ ପ୍ରତାରଣା ପାଲଟିଯାଏ ତାପରେ ଦୁର୍ବିସହ ଜୀବନ ଅତିବାହିତ ହୁଏ।ଏମିତି ଏକ କିନ୍ନରଙ୍କ ପ୍ରେମ କାହାଣୀ ଦେଖିବାକୁ ମିଳିଛି।କିନ୍ନର ହୋଇ ମଧ୍ୟ ବୋହୁ ହେବାର ସ୍ୱପ୍ନ ଦେଖି ଜଣେ କିନ୍ନର ପ୍ରେମ ,ଶାରୀରିକ ସମ୍ପର୍କ ପରେ ପରେ ପ୍ରତାରଣାର ଶିକାର ହୋଇଥିବା ଅଭିଯୋଗ କରିଛନ୍ତି। କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନାରେ ଅଭିଯୋଗ ଅନୁସାରେ ଗତ ଚାରି ବର୍ଷ ତଳେ ୨୦୧୯ ମସିହାଠାରୁ ଜୟପାଟଣା ସଦର ମହକୁମାର ଦେବଲିନା କିନ୍ନର ଓ ସମ୍ପୃକ୍ତ ଯୁବକ ଶିବଶଙ୍କର ଅଗ୍ରୱାଲଙ୍କ ମଧ୍ୟରେ ଫେସବୁକରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା।ଦୁହିଁଙ୍କ ମଧ୍ୟରେ ଅନାବିଲ ପ୍ରେମ ସଂପର୍କ ରହିଥିବା ବେଳେ ପରିବାରର ଅଜାଣତରେ ଗୋପନୀୟ ଭାବେ ଏକ ମନ୍ଦିରରେ ଦୁହେଁ ବିବାହ କରିଥିଲେ।ତାଙ୍କ ମଧ୍ୟରେ ସ୍ଵାମୀ ସ୍ତ୍ରୀ ଭଳି ସମ୍ପର୍କ ରହି ଆସୁଥିବା ବେଳେ ବର୍ତ୍ତମାନ ପ୍ରେମ କାହାଣୀ ଏକ ଭିନ୍ନ ମୋଡ଼ ନେଇଛି। ଧୀରେ ଧୀରେ ପ୍ରେମରେ ସ୍ୱାଦ ମଳିନ ହେବାରେ ଲାଗିଥିବା ବେଳେ ପ୍ରେମିକ ଶିବଶଙ୍କର ଅନ୍ୟ ଏକ ଝିଅ ସହ କଥା ହେଉଥିବା କିନ୍ନର ଦେବଲିନା ଅଭିଯୋଗ ଆଣିଲା।ଏହାକୁ ନେଇ ଶିବଶଙ୍କର ଓ ଦେବଲିନାଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଥିବା ବେଳେ ପ୍ରେମ ପ୍ରତାରଣାର ରୂପ ନେଇଥିଲା।ଘଟଣାକୁ ନେଇ କିନ୍ନର ତାଙ୍କ ପ୍ରେମିକ ଶିବଶଙ୍କରଙ୍କ ନାମରେ ଜୟପାଟଣା ଥାନାରେ ଲିଖିତ ଅଭିଯୋଗ ଦେଲା ପରେ ପୋଲିସ କେଶ ନମ୍ବର ୨୨ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ନାମରେ ୩୪୧,୩୨୩ ଓ ୩୭୭ ଦଫା ଲଗାଇ ତଦନ୍ତ ଆରମ୍ଭ କରିଛି। ଏନେଇ ଜୟପାଟଣା ଥାନା ଅଧିକାରୀ କେଶ ରୁଜୁ କରି ସତ୍ୟାସତ୍ୟ ଜାଞ୍ଚ କରି ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୁଚନା ଦେଇଛନ୍ତି।ପିଡିତା କିନ୍ନର ଦେବଲିନା ଙ୍କ ଡାକ୍ତରୀ ମଇନା ହୋଇଥିବା ବେଳେ ଅଭିଯୁକ୍ତକୁ ଏପର୍ଯ୍ୟନ୍ତ ଥାନାରେ ହଜାର କରାଯାଇ ନାହିଁ।ତେବେ ଘଟଣାର ଏକ ନିରପେକ୍ଷ ତଦନ୍ତ ହୋଇ ନ୍ୟାୟ ପ୍ରଦାନ ପାଇଁ ସାଧାରଣ ରେ ଦାବି ହୋଇଛି।

Leave a Reply

Your email address will not be published. Required fields are marked *