ପ୍ରେମିକାକୁ ପାଇବାକୁ ପ୍ରେମିକର ଉନ୍ନତ କାଣ୍ଡ

ଫୋକସ ପ୍ଲସ ୩/୨/୨୩(ମାହାଙ୍ଗା):ପ୍ରେମିକା କୁ ବିବାହ ଜିଦିରେ ପ୍ରେମିକର ଉନ୍ମତ୍ତ କାଣ୍ଡ। ଆତ୍ମହତ୍ୟାର ଉଦ୍ୟମ ,କାବୁ କରିବାକୁ ଯାଇ ପୋଲିସ ଆହତ।କଟକ ଜିଲ୍ଲା ମାହାଙ୍ଗା ବ୍ଲକ ସହାସପୂର(ଆରଗଳିଆ) ଗ୍ରାମର ଜଣେ ପ୍ରେମିକାର ଘର ଆଗରେ ପ୍ରେମିକ ପହଞ୍ଚି ଉନମୁକ୍ତ କାଣ୍ଡ କରିବା ସହ ହତକାଟି ଆତ୍ମହତ୍ୟା ଉଦ୍ୟମ କରିଥିଲା।ସ୍ଥାନୀୟ ଲୋକ ଓ ପୋଲିସ ପହଞ୍ଚି ଯୁବକକୁ କାବୁକରିବାକୁ ଯାଇ ମାହାଙ୍ଗା ପୋଲିସ ଏସ ଆଇ ଭିଷ୍ମଚରଣ ପ୍ରଧାନ ଆହତ ହୋଇଛନ୍ତି। ସାଲେପୁର ରାଇସୀଙ୍ଗୁଡ଼ା ଅଞ୍ଚଳର ସରୋଜ ମହାରଣା ସାହାସପୁର ଗ୍ରାମର ଜଣେ ଯୁବତୀକୁ ପ୍ରେମ କରି ଆସୁଥିଲେ।ପ୍ରେମିକା ତାଙ୍କ ପରିବାର ଲୋକେ ଅନ୍ୟତ୍ର ବିବାହ ପାଇଁ ଲୁଚାଇ ରଖିଥିବାରୁ ଆଜି ରାତି ପ୍ରାୟ ୮.୩୦ସମୟରେ ପ୍ରେମିକା ଗ୍ରାମରେ ପହଞ୍ଚି ପ୍ରମିକାକୁ ବିବାହ ଯିଦିରେ ହତକାଟି ଆତ୍ମହତ୍ୟା ଉଦ୍ୟମ କରିଥିଲା।ଏହିସମୟରେ ସ୍ଥାନୀୟ ସରପଞ୍ଚ ସମେତ ମାହାଙ୍ଗା ପୋଲିସ ଯୁବକକୁ କାବୁକରିବାକୁ ଯାଇ ପୋଲିସ ଆହତ ହୋଇଥିଲେ। ଆହତ ଯୁବକକୁ ଚିକିତ୍ସା ନିମନ୍ତେ ମାହାଙ୍ଗା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।

Leave a Reply

Your email address will not be published. Required fields are marked *