ପ୍ରେମୀଯୁଗଳଙ୍କ ପାଇଁ ଦିନ ଟିଏ

ଫୋକସ ପ୍ଲସ 14/2/23(ବ୍ୟୁରୋ):ଆଜି ଭାଲେଣ୍ଟାଇନ ଡେ’ ବା ପ୍ରେମୀ ଯୁଗଳଙ୍କ ପ୍ରେମ ଦିବସ । ” ପ୍ରେମ” ଏମିତି ଏକ ସମ୍ପର୍କ ପ୍ରେମ କେତେବେଳେ କାହା ସହ ହୁଏ ଜଣା ପଡ଼େନି । ପ୍ରେମର କିଛି ଭାଷା ନଥାଏ । । ପ୍ରେମର ପରିଭାଷାକୁ ପ୍ରକାଶ କରିବା ପାଇଁ କେବେ ଓଠ ଚୁପ ରୁହେ ଆଉ ଆଖି କଥା କୁହେ । ପ୍ରେମକୁ ନେଇ ଅନେକ କାହାଣୀ ମଧ୍ୟ ଲେଖାଯାଇଛି l ଗୋଲାପ, ପ୍ରସ୍ତାବ, ଚକୋଲେଟ୍, ଟେଡି ,ପ୍ରତିଜ୍ଞା, ଆଲିଙ୍ଗନ, ଏବଂ ଚୁମ୍ବନ ସହିତ ସପ୍ତାହବ୍ୟାପୀ ଗଣନା ପରେ, ଆସେ ଭାଲେଣ୍ଟାଇନ୍ସ ଡେ! ଏହି ଦିନଟି ପ୍ରେମୀଯୁଗଳଙ୍କ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିନ ଅଟେ । ଏହା ପ୍ରତିବର୍ଷ 14 ଫେବୃଆରୀରେ ପାଳନ କରାଯାଏ । ଭାଲେଣ୍ଟାଇନ୍ସ ଡେ ଦିନ, ପ୍ରେମୀମାନେ ଏକାଠି ହୁଅନ୍ତି ଏବଂ କିଛି ସୁନ୍ଦର ସମୟ ଏବଂ ସୁନ୍ଦର ମୁହୂର୍ତ୍ତ ଏକାଠି ଵିତାନ୍ତି । ଭଲ ପାଉଥିବା ସାଥୀକୁ ଆପଣାର କରିବା ପାଇଁ ସମସ୍ତେ ଏହି ଦିନଟିକୁ ଅନାଇଥାନ୍ତି । ପ୍ରେମ ସପ୍ତାହର ଶେଷ ଦିନ ବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିନ ହେଉଛି ଆଜି । ଅନ୍ୟ ସମସ୍ତ ଦିନକୁ କେହି ମାନନ୍ତୁ ବା ନ ମାନନ୍ତୁ ଭାଲେଣ୍ଟାଇନସ୍‌ ଡେ’ କୁ କିନ୍ତୁ ଅଧିକରୁ ଅଧିକାଂଶ ପ୍ରେମୀଯୁଗଳ ମାନିଥାନ୍ତି । ବଡ଼ ଧୁମ୍‌ଧାମରେ ପାଳନ କରିଥାନ୍ତି ଏହି ଦିନଟିକୁ । ଏହି ଦିନ ନିଜ ମନ କଥା ଖୋଲା ଖୋଲି ଭାବେ କହିଥାଏ ସାଥୀ । ତେବେ କିଛି ତଥ୍ୟ ମଧ୍ୟ ରହିଛି ଯାହା ଆପଣ ମାନେ ଜାଣିନଥିବେ | ଭାଲେନଣ୍ଟାଇନ ନାମକ ଜଣେ ବ୍ୟକ୍ତିଙ୍କ ପାଇଁ ଏହି ଦିନ ଜଣେ ଦୁଷ୍ଟ ରାଜା ଓ କୃପାଳୁ ଭାଲେନଣ୍ଟାଇନଙ୍କ ମଧ୍ୟରେ ଯୁଦ୍ଧ ହୋଇଥିଲା। ଯୁଦ୍ଧର କାରଣ ରୋମର ରାଜା ଥିଲେ। ରାଜାଙ୍କ ଅନୁସାରେ ପୁରୁଷଙ୍କର ବିବାହ ପରେ ସବୁ ଶକ୍ତି ଓ ବୁଦ୍ଧି ନଷ୍ଟ ହୋଇଯାଏ। ଏହି କାରଣରୁ ସେ ତାଙ୍କ ରାଜ୍ୟରେ ଘୋଷଣା କରିଥିଲେ ଯେ କୌଣସି ସୈନିକ ଓ ସେନାଅଧିକାରୀ ବିବାହ କରିବେ ନାହିଁ। କିନ୍ତୁ ଭାଲେନଣ୍ଟାଇନ ରାଜାଙ୍କ ବିରୁଦ୍ଧରେ ଯାଇ ରାଜ୍ୟରେ ସମସ୍ତଙ୍କୁ ବିବାହ କରିବା ପାଇଁ ଉପଦେଶ ଦେଉଥିଲେ। ରାଜ୍ୟରେ ଅନେକ ସୈନିକ ଓ ଅଧିକାରୀଙ୍କର ବିବାହ ମଧ୍ୟ କରାଇଥିଲେ ଭାଲେନଣ୍ଟାଇନ। ତେବେ ରାଜା ଭାଲେନଣ୍ଟାଇନଙ୍କ ଉପରେ ରାଗି ତାଙ୍କୁ ୨୬୯ ମସିହା, ଫେବୃଆରୀ ୧୪ ତାରିଖରେ ଫାଶି ଦଣ୍ଡ ଦେଇଥିଲେ। ଏହି କାରଣରୁ ଫେବୃଆରୀ ୧୪ ତାରିଖରେ ଭାଲେନଣ୍ଟାଇନଙ୍କ ସ୍ମରଣରେ ଭାଲେନଣ୍ଟାଇନ ଡେ ପାଳନ କରାଯାଏ ବୋଲି ଲୋକକଥା ରହିଛି ।ତେବେ ଆମେ ପାଳନ କରୁଥିବା ଭାଲେଣ୍ଟାଇନ ଡେ କୌଣସି ଦିନର ନାଁ ନୁହେଁ । ପ୍ରକୃତରେ ଏହା ଜଣେ ପାଦ୍ରିଙ୍କ ନାଁ । ୨୭୦ ଖିଷ୍ଟ୍ରାବ୍ଦରେ ରୋମର ଶାସକ କ୍ଲାଉଡିଅସ ଟୁ ସେ ଅତି ସ୍ୱେଛାଚାରି ଓ ପରାକ୍ରମି ଥିଲେ । ନିିଜର ସୈନ୍ୟ ସାମନ୍ତ ବୃଦ୍ଧିପାଇଁ ସେ ରୋମର ନାଗରିକଙ୍କୁ ସେନାବାହିନୀରେ ନିଯୁକ୍ତି ହେବା ପାଇଁ ଆହ୍ୱାନ କରିଥିଲେ । କିନ୍ତୁ ପରିବାର ଛାଡି କେହି ହେଲେ ସେନାରେ ନିଯୁକ୍ତି ହେବା ପାଇଁ ଆଗ୍ରହ ହେଲେନି । ଏହାପରେ ରାଜା କ୍ଲାଉଡିଅସ କିଛି ବର୍ଷ ପାଇଁ ବାହଘରକୁ ବ୍ୟାନ କରିଦେଲେ । ରାଜାଙ୍କ ବିରୁଦ୍ଧରେ କେହି ପାଟି ଖୋଲିବାକୁ ସାହାସ କଲେନି । କିନ୍ତୁ ଦୁଇ ପ୍ରେମିଯୁ୍ୁଗଳ ରାଜାଙ୍କ ଏହି ନିଷ୍ପତି ବିରୁଦ୍ଧରେ ଯାଇ ପାଦ୍ରି ଭାଲେଣ୍ଟାନଙ୍କ ସହାଯ୍ୟ ନେଇଥିଲେ ଏବଂ ପାଦ୍ରି ଗୁପ୍ତରେ ଏମାନଙ୍କ ବିବାହ କରାଇଥିଲେ | ଏହା ଜାଣିବା ପରେ ରାଜା କ୍ଲାଉଡିଅସ ଭାଲେଣ୍ଟାଇନଙ୍କୁ ବନ୍ଦୀ କଲେ ଓ ଫେବୃଆରୀ ୧୪ ତାରିଖରେ ପାଦ୍ରିଙ୍କୁ ଫାଶି ଦିଆଯାଇଥିଲା । ସେବେଠାରୁ ଏହି ଦିନକୁ ପ୍ରେମର ଦିନ ରୂପରେ ପାଳି ଆସୁଛନ୍ତି ପ୍ରେମି ଯୁଗଳ । ପ୍ରେମଟା କାହା ପାଇଁ କଣ । ପ୍ରେମର କିଛି ଭାଷା ନଥାଏ । ପ୍ରେମ କେତେବେଳେ କାହା ସହ ହୁଏ ଜଣା ପଡ଼େନି ।। ପ୍ରେମକୁ ନେଇ ଅନେକ କାହାଣି ମଧ୍ୟ ଲେଖାଯାଇଛି ।କିଛି ପ୍ରେମ ସମାଜିକ ସ୍ବୀକୃତିର ସିନ୍ଦୁର ଟୋପା ପିନ୍ଧିଛି ଆଉ କିଛି ପ୍ରେମ ଆରମ୍ଭ ନହେଉଣୁ ହିଁ ଶେଷ ହୋଇ ଯାଉଛି । ପ୍ରେମର ବର୍ଷାରେ ଭିଯିବା ଆଗରୁ ନିଜ ମନର ମଣିଷର ମିଠା ସ୍ପର୍ଶକୁ ଅନୁଭବ କରିବାର ମଜା ବି ଟିକେ ନିଆରା । ଏହି ସ୍ପର୍ଶକୁ ପାଇବା ପାଇଁ ଆଜିର ଦିନକୁ ଅପେକ୍ଷା କରିଥାନ୍ତି ପ୍ରେମିଯୁଗଳ । କୁହାଯାଏ ବୟସ ଗଡିଗଲେ ପ୍ରେମ, ପ୍ରେମ ନୁହେଁ ପାପ ଭଳି ଲାଗିବ । କିନ୍ତୁ ପ୍ରେମ କେବେ ବୟସ ଦେଖେନା , କେବେ ଦେଖେନା ଧନ ଯୌବନ | ପ୍ରେମ ଶାଶ୍ୱତ ,ଚିରନ୍ତନ ଏବଂ ସତ୍ୟ | ଯୁଗେ ଯଗେ ଏହାହିଁ ଥିଲା ଏବଂ ରହିବ ମଧ୍ୟ |

Leave a Reply

Your email address will not be published. Required fields are marked *