ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା

ଫୋକସ ପ୍ଲସ ୧୦/୬/୨୨ (କଟକ): ବାଲୁଗାଁ ରେ ବିଷ ପାନ କରି ଯୁବକ-ଯୁବତୀ ଙ୍କର ମୃତ୍ୟୁ , ପ୍ରେମ ବ୍ୟାପାର କୁ କେନ୍ଦ୍ର କରି ଏଭଳି ଘଟଣା ଘଟିଥିବା ସନ୍ଦେହ ସୃଷ୍ଟି ହୋଇଛି । ଗତକାଲି ରାତିରେ ଦୁହେଁ ବିଷ ପାନ କରି ମୃତ୍ୟୁ ସହ ସଂଗ୍ରାମ କରୁଥିବାବେଳେ କେତେକ ଲୋକ ସେମାନଙ୍କୁ ସେଠାରୁ ଉଦ୍ଧାର କରି ବାଲୁଗାଁ ମେଡିକାଲ ରେ ଭର୍ତି କରିଥିଲେ , ମାତ୍ର ଅବସ୍ଥା ଗୁରୁତର ହେବାରୁ ଜଣେ ଭୁବନେଶ୍ୱର ସ୍ଥାନାନ୍ତରିତ ହୋଇଥିବା ଅନ୍ୟଜଣେ ବ୍ରହ୍ମପୁର ମେଡିକାଲ କୁ ସ୍ଥାନାନ୍ତର କରାଯାଇଥିଲା , ମାତ୍ର ଆଜି ଦୁହିଁଙ୍କର ମୃତ୍ୟୁ ହୋଇଥିଲା । ମୃତ ଯୁବକ ଜଣକ ବାଣପୁର ଥାନା ଅନ୍ତର୍ଗତ ବିଷ୍ଣୁଡିହ ଗ୍ରାମର ଗଣେଶ ମାଝୀ ଙ୍କର ପୁତ୍ର ବିଘ୍ନେଶ ମାଝୀ ଏବଂ ମୃତା ଯୁବତୀ ଜଣକ ବାଲୁଗାଁ ଥାନା ଅନ୍ତର୍ଗତ ଇଂଜନପୁର ଗ୍ରାମର ସୁରେଶ ବାରିକ ଙ୍କର ଝିଅ ନୈନା ବାରିକ । ଦୁହେଁ ବିଷ ପାନ କରିବା ଏବଂ ଦୁହିଁଙ୍କର ମୃତ୍ୟୁ ହେବା ପରେ ମଧ୍ୟ ମୃତ୍ୟୁ ର କରାଣ ସ୍ପଷ୍ଟ ହୋଇନାହିଁ । ବାଲୁଗାଁ SDPO ମାନସ ରଞ୍ଜନ ବାରିକ ଉଭୟଙ୍କ ପରିବାର ଲୋକଙ୍କୁ ସାକ୍ଷାତ କରି ପଚରାଉଚରା ଜାରି ରଖିଛନ୍ତି । ବାଣପୁର ଥାନା ଅନ୍ତର୍ଗତ ବିଷ୍ଣୁଡିହ ଗ୍ରାମର ପାଣି ଟାଙ୍କି ନିକଟରେ ଯୁବକ-ଯୁବତୀ ଦୁହିଁଙ୍କ ବିଷ ପାନ କରି ମୃତ୍ୟୁ ସହ ସଂଗ୍ରାମ କରୁଥିବାବେଳେ ସେଠାରୁ ସେମାନଙ୍କୁ ଉଦ୍ଧାର କରାଯାଇ ମେଡିକାଲ ରେ ଭର୍ତ୍ତି କରାଯାଇଥିଲା ।

Leave a Reply

Your email address will not be published. Required fields are marked *