ପ୍ରେମ ଏବଂ ପ୍ରତାରଣା ଶେଷରେ ଆଖି ବୁଜିଲେ ପ୍ରେମିକା

ଫୋକସ ପ୍ଲସ 18/4/23(ବ୍ୟୁରୋ): ଅପ୍ରାପ୍ତ ବୟସ ପ୍ରେମ ର କରୁଣ ପରିଣତି, ନାବାଳକ ପ୍ରେମିକ ର ପ୍ରତାରଣା ସହି ନ ପାରି ବିଷ ପାନ କରି ଚିକିତ୍ସିତ ଅବସ୍ଥାରେ ନାବାଳିକା ର ମୃତ୍ୟୁ। ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା, କୋକସରା ଥାନା ବେହେରା ପଞ୍ଚାୟତ ନୂନପାଣି ଗ୍ରାମରେ। ସୂଚନା ଅନୁସାରେ ଗ୍ରାମର ସମୀର ପୁଝାରି ନାମକ ଯୁବକଙ୍କ ସହ ଦୀର୍ଘ ୨ବର୍ଷ ଧରି ଗ୍ରାମର ଜଣେ ନାବାଳିକା ଙ୍କ ପ୍ରେମ ସମ୍ପର୍କ ଗଢି ଉଠିଥିଲା।ତେବେ ଉଭୟ ଭିନ୍ନ ଜାତିର ହୋଇଥିବା ଯୋଗୁଁ ପ୍ରେମ ରେ ଏକ ପ୍ରକାର ଫାଟ ସୃଷ୍ଟି ହୋଇଥିଲା। ନାବାଳିକା ସହ ଯୁବକ ର ଶାରୀରିକ ସମ୍ପର୍କ ରହିଥିବା ବେଳେ ବିବାହ ବନ୍ଧନ ରେ ବାନ୍ଧି ହେବା କୁ ଅଡି ବସିଥିଲା ନାବାଳିକା।ହେଲେ ସମୀର ଭିନ୍ନ ଜାତିର ହୋଇଥିବା ନେଇ ବିବାହ କୁ ଅସ୍ଵୀକାର କରି ରିମା କୁ ଶେଷ ରେ ବିଷ ପିଇ ମରିଯିବା କୁ କହି ବିଷ ଆଣି ଦେଇଥିଲେ।ଶେଷରେ ପ୍ରେମିକା ରିମା ନିରାଶ ହୋଇ ସମୀର ଦେଇଥିବା ବିଷ କୁ ଗତ ମାସ ୧୯ତାରିଖ ଦିନ ସମୀର ଙ୍କ ଘର ରେ ପିଇଥିଲେ। ଗୁରୁତର ଅବସ୍ଥାରେ ନାବାଳିକା କୁ ଉଦ୍ଧାର କରି ସମୀର ର ବାପା ମାଆ ପ୍ରଥମେ ଧର୍ମଗଡ, ପରେ ଭବାନୀପାଟଣା ଆଉ ଶେଷରେ ବୁର୍ଲା ହସ୍ପିଟାଲରେ ରେ ଭର୍ତ୍ତି କରି ଚିକିତ୍ସା କରାଇ ଥିଲେ। ହେଲେ ରବିବାର ସକାଳ ୧୧ଟାରେ ଚିକିତ୍ସା ଧୀନ ଅବସ୍ଥାରେ ନାବାଳିକା ର ମୃତ୍ୟୁ ହୋଇଛି। ମୃତ ଦେହ ରବିବାର ସନ୍ଧ୍ୟା ରେ ଗାଁ କୁ ପହଞ୍ଚିବା ପରେ ନାବାଳିକା ର ପରିବାର ନିଜ ଘର କୁ ଶବ ନ ଆଣି ସିଧାସଳଖ ସମୀର ଙ୍କ ଘର ସମ୍ମୁଖରେ ରଖି ସମୀର ର ଗିରଫ ଦାବିରେ ଅଡ଼ି ରହିଥିଲେ। ପୂର୍ବରୁ ଏହି ଘଟଣା କୁ ନେଇ ନାବାଳିକା ର ବାପା ଗତ ମାସ ୨୨ତାରିଖ ଦିନ କୋକସରା ଥାନାରେ ଅଭିଯୋଗ କରିଥିଲେ। ଖବର ପାଇ ପୁଲିସ ଆସି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରେମିକ ଘର ଆଗରେ ନ୍ୟାୟ ଦାବିରେ ପରିବାର ଶବ କୁ ରଖି ପ୍ରେମିକ କୁ ଗିରଫ କରିବାକୁ ଦାବି କରିଛନ୍ତି।
କଳାହାଣ୍ଡି ଜିଲ୍ଲା ରୁ ତ୍ରିଲୋକ୍ୟ ବେଶ୍ରା ଫୋକସ ପ୍ଲସ

Leave a Reply

Your email address will not be published. Required fields are marked *