“ପ୍ରେମ ପାଇଁ ମହାଭାରତ”

ଫୋକସ ପ୍ଲସ 31/3(କଟକ): କାନ୍ଦି କାନ୍ଦି ପାଦ ତଳେ ପଡୁଛି, କାନ ହାତ ଧରି ଭୁଲ ମାଗୁଛି ମୁଁ ଯାହା ଭୁଲ କରିଚି ମୋତେ କ୍ଷମା କର ହେଲେ ମୋ ସହ ଘରକୁ ଆସ ମୁଁ ଆଉ ଏକୁଟିଆ ବଂଚିପାରିବିନି I ଯୁବକଟି ନିଜ ଭୁଲ ପାଇଁ ପ୍ରାୟଶ୍ଚିତ କରି କ୍ଷମା ମାଗି ମାଗି ନିଜ ସ୍ତ୍ରୀର ପାଦ ତଳେ ପଡି କାନ୍ଦି ନେହୁରା ହେଉଛି, ହେଲେ ସ୍ତ୍ରୀ ଯେମିତି ମନକୁ ପଥର କରିଦେଇଛି ଘଟଣାଟି ଏମିତି । ନେମାଳ ଥାନା ଅନ୍ତର୍ଗତ ଓରତି ଗାଁର, ଶ୍ରୀନିବାସଙ୍କ ପତ୍ନୀ ସିନୁ ଉଭୟ ଉଭୟଙ୍କୁ ଭଲ ପାଇ ବିବାହ କରିଥିଲେ ବିବାହର କିଛି ବର୍ଷ ଭଲରେ କାଟିଥିଲା ଦୁଇଟି ଝିଅ ମଧ୍ୟ ହେଲେ କିନ୍ତୁ ଶ୍ରୀନିବାସଙ୍କ ମତିଗତି ଧୀରେ ଧୀରେ ବଦଳିବାକୁ ଲାଗିଲା ସେ ପ୍ରାୟ ସମୟ ମଦ୍ୟପାନ କରି ସିନୁଙ୍କୁ ମାରଧର କରିବାକୁ ଲାଗିଲେ ଝିଅ ଓ ସ୍ତ୍ରୀର ଯତ୍ନ ନେଲେ ନାହିଁ ସ୍ତ୍ରୀଟି କେତେ ବା ସହିବ ବୁଡିଯିବା ବେଳେ କୁଟାଖିଅର ସାହାରା ଭଳି ସିନୁଙ୍କୁ ଜୀବନ କୁ ପ୍ରବେଶ କଲେ ସଂଜୟ, ସେ ବିଶ୍ୱାସ ଦେଲେ କି ସେ ସିନୁର ଯତ୍ନ ନେବେ ସେ ତାଙ୍କ ସହ ପଳେଇ ଆସନ୍ତୁ, ପ୍ରଥମେ ସିନୁ ସଞ୍ଜୟଙ୍କ ଏ ପ୍ରତିଶୃତି କୁ ପ୍ରତ୍ୟାକ୍ଷାନ କଲେ କାରଣ ସଞ୍ଜୟ ପୂର୍ବରୁ ବିବାହିତ ଥିଲେ, ହେଲେ ଧର୍ଯ୍ୟର ବନ୍ଧ ଯେବେ ସୀମା ପାର ହେଲା ସିନୁ ମଧ୍ୟ ବାଡ଼ ଭାଙ୍ଗି ଶ୍ରୀନିବାସଙ୍କ ଘର ବାରଣ୍ଡା ଡେଇଁ ଚାଲି ଆସିଲେ ନିଜ ଦୁଇ ଝିଅଙ୍କ ସହ, ସ୍ତ୍ରୀର ଏଭଳି କାର୍ଯ୍ୟ ବ୍ୟତିବ୍ୟସ୍ତ କରି ପକାଇଲା ଶ୍ରୀନିବାସଙ୍କୁ ସେ ବୁଝା ସୁଝା କରି ସିନୁଙ୍କୁ ଫେରାଇ ଆଣିଲେ, ହେଲେ ଶ୍ରୀନିବାସ ବଦଳିବାର ନାଁ ନେଲେ ନାହିଁ ବାରମ୍ବାର ସେହି ଅତ୍ୟାଚାର ଚାଲିଲା ଏହିଭଳି ୩ ତିନ ଥର ହେବା ପରେ ସିନୁ ମଧ୍ୟ ଶେଷ ନିଷ୍ପତି ନେଲେ କି ସେ ସବୁଦିନ ପାଇଁ ଶ୍ରୀନିବାସଙ୍କ ଠୁ ଦୁରେଇ ସଞ୍ଜୟଙ୍କ ହାତ ଧରିଚାଲିଯିବେ ଓ ଶ୍ରୀନିବାସ ଯାହା ବି କୁହନ୍ତୁ ଯେତେ ବି ନେହୁରା ହୁଅନ୍ତୁ ସେ ଫେରିବେ ନାହିଁ , ଏବଂ ଶେଷରେ ସେୟା ହିଁ ହେଲା ଶ୍ରୀନିବାସଙ୍କ ଅତ୍ୟାଚାରରୁ ମୁକ୍ତ ହେବା ପାଇଁ ସଞ୍ଜୟଙ୍କ ସହ ସିନୁ ଚାଲି ଆସିଲେ ଏକଥା ଗାଁରେ ଟାହି ଟାପରାର ବିଷୟ ହେଲା ଶ୍ରୀନିବାସଙ୍କ ମରଦ ପଣିଆ କୁ ଗୋଟେ କୁଠାରଘାତ ପରି, ଶେଷରେ ଶ୍ରୀନିବାସ ନେମାଳ ଥାନାର ସାହାଯ୍ୟ ନେଲେ ହେଲେ ୩ ତିନ ଥର ସାହାଯ୍ୟ କରିବାପରେ ସିନୁଙ୍କୁ ବାରମ୍ବାର ବୁଝିଇଲା ପରେ ପୋଲିସ ମଧ୍ୟ ଏ ମାମଲା ରେ ହାତ ଟେକିଦେଲା, କିନ୍ତୁ ଶ୍ରୀନିବାସ ଏବେ ନଛୋଡବନ୍ଧା ସେ ମାନୁଛନ୍ତି ଭୁଲ କରିଛନ୍ତି ପାଦ ତଳେ ପଡି ଭୁଲ ମାଗୁଛନ୍ତି କିନ୍ତୁ ସିନୁ ଯେମିତି ସ୍ଥାଣୁ ପାଲଟି ଯାଇଛନ୍ତି ଶ୍ରୀନିବାସଙ୍କ ପାଇଁ ଆଜି ନିଶ୍ଚିନ୍ତକୋଇଲି ଥାନା ପୁବଂସ ଗାଁ ର ଜଣେ ଲୋକଙ୍କ ଭଡ଼ା ଘରୁ ସଂଜୟ , ଶ୍ରୀନିବାସ ଙ୍କ ପତ୍ନୀ ଓ ଦୁଇ ନାବାଳିକା ଝିଅ ଙ୍କୁ ଉଦ୍ଧାର କରିଛି ନେମାଳ ପୋଲିସ। ହେଲେ ଶ୍ରୀନିବାସ ଙ୍କ ପତ୍ନୀ ନିଜ ଘରକୁ ଫେରିବାକୁ ନାରାଜ ହେବାରୁ ତାଙ୍କୁ ସଂଜୟ ନିଜ ଘରକୁ ନେଇଛି। ଏପଟେ ସଂଜୟ ଙ୍କ ବାପା ଏହି ବିବାହିତ ମହିଳା ଙ୍କୁ ଘରକୁ ନେବାକୁ ରାଜି ନଥିବା ବେଳେ ଶ୍ରୀନିବାସ ଙ୍କ ପତ୍ନୀ ଯୋର ଜବରଦସ୍ତ ନିଜର ଦୁଇଟି ଝିଅ ଙ୍କୁ ଧରି ପୋଲିସ ସାହାଯ୍ୟରେ ଏକ ଅଟୋ ଯୋଗେ ସଂଜୟ ଙ୍କ ଘରକୁ ଗଲେ। କଥାରେ ଅଛି,”ପ୍ରେମ ଅନ୍ଧ” । ଏଠି କେତେବେଳେ କିଏ କାହାକୁ ଭଲ ପାଉଛି ତ ପୁଣି ତାକୁ ଛାଡି ଆଉ କାହାସହ ପଳାଇଯାଉଛି || ହେଲେ ଏ ଦୁଇ କୋମଳମତୀ ଝିଅ ଙ୍କ ଦୋଷ କ’ଣ ? ସେମାନେ ଏବେ ହେବେ କାହାର ? କିଏ ସେମାନଙ୍କ ଭବିଷ୍ୟତ କଥା ବୁଝିବ, ସେମାନେ ଏବେ ଯିବେ କୁଆଡେ ? ଦୁନିଆଁ ଜାଣି ନଥିବା ଏହି ଦୁଇ କୋମଳମତୀ ଝିଅ ଙ୍କ ଭବିଷ୍ୟତ ବଳି ପଡିଯିବ ନି ତ ମା’ର ଦୁଇ ଦୁଇ ଥର ଭଲ ପାଇବାରେ ? ଏଭଳି ଅନେକ ଅସମାହିତ ପ୍ରଶ୍ନ ଏବେ ମୁଣ୍ଡ ଟେକିଛି।

 

Leave a Reply

Your email address will not be published. Required fields are marked *