ପ୍ରେମ ପ୍ରତାରଣା ପାଇଁ ଜୀବନ ହାରିଲେ ନାବାଳିକା

ଫୋକସ ପ୍ଲସ 25/5/22(ନୀଳଗିରି): ପ୍ରେମ ବ୍ୟାପାର କୁ ନେଇ ଜୀବନ ହାରିଲେ ନାବାଳିକା। ଘରେ ନିଜ ଓଢଣୀରେ ଫାଶୀ ଦେଇ କଲେ ଆତ୍ମହତ୍ୟା। ବରହମପୁର ଥାନା ମାଟିଆଳି ଅଞ୍ଚଳର ଜୀବନ ବେହେରା ନାମକ ଯୁବକ ନାବାଳିକାର ଇଜତ ସହିତ ଖେଳ ଖେଳିବା ସହ ଯୁବତୀଙ୍କୁ ଫସାଇ ଟଙ୍କା ନେଇ ପ୍ରତାରଣା କରିଥିବା ନାବାଳିକା ଜଣଙ୍କ ମୃତ୍ୟୁ ପୂର୍ବରୁ ଶୁଇସାଇଡ଼ ନୋଟ ରେ ଲେଖିଛନ୍ତି।ଏହାସହ ଯୁବତୀ ଜଣଙ୍କ ତାଙ୍କ ଭାଇଙ୍କ ପ୍ରତିଶୋଧ ନେବାକୁ ବି କହିଛନ୍ତି। ଏଭଳି ଅଭାବନୀୟ ଘଟଣା ନୀଳଗିରି ଥାନା ବାଉଁସବଣିଆ ପଂଚାୟତର ଜୁଣିଆ ଗାଁରେ ଘଟିଛି। ଥାନା ରେ ଲିଖିତ ଅଭିଯୋଗ ହୋଇଥିବା ବେଳେ ପୋଲିସ ତଦନ୍ତ ଚଲାଇଛନ୍ତି।

Leave a Reply

Your email address will not be published. Required fields are marked *