ପ୍ରେମ ହେଲା କାଳ

ଫୋକସ ପ୍ଲସ 12/3/23(ବ୍ୟୁରୋ): ପ୍ରେମ କରି ଶେଷରେ ଜୀବନ ହରାଇଲା ପ୍ରେମିକା! ଅଧା ବାଟରେ ସରିଗଲା ପ୍ରେମ ର କାହାଣୀ! ହଁ ଆଜ୍ଞା ଏମିତି ଅନେକ ଘଟଣା ଆପଣ ମାନେ ଦେଖିଥିବେ।କିନ୍ତୁ ଆଜି ଆମେ ଆପଣଙ୍କୁ ଦେଖେଇବୁ ପ୍ରେମ ର ଏକ ଭିନ୍ନ ଚିତ୍ର, ପୁରୀ ଜିଲ୍ଲା କଣାସ ବ୍ଲକ ବେଣା ଗାଁ ର ସୁମିତ୍ରା ହରିଚନ୍ଦନ ଓ ଅଭିଷେକ ପାଇକରାୟ ଉଭୟ ଉଭୟ ଙ୍କୁ ଭଲ ପାଇ ବସନ୍ତି। ଉଭୟ ଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ନିବିଡ଼ ହୁଏ।..ଦୁହେଁ ପ୍ରେମ ପକ୍ଷୀ ପରି ଉଡିବା ଆରମ୍ଭ କରନ୍ତି।ଉଭୟ ବାପା ଆଉ ମାଆ ଙ୍କୁ ଭୁଲି ଘରୁ ବାହାରି ଅନ୍ୟତ୍ର ଯାଇ ବିବାହ କରନ୍ତି. ଅଭିଷେକ ଙ୍କୁ ସୁମିତ୍ରା ବାହାହେବା ବେଳେ ସୁମିତ୍ରା ଙ୍କ ବୟସ 17 ବର୍ଷ ହୋଇଥାଏ. ହେଲେ ଉଭୟ ଙ୍କ ପ୍ରେମ କାହାଣୀ ବିଷୟରେ ସୁମିତ୍ରା ଙ୍କ ବାପା ଆଉ ମାଆ କୋୖଣସି ପକାର ଖବର ପାଇଥିବା ନ ଥିବା ବେଳେ ପରେ ଖବର ପାଈଁ ଝିଅ କୁ ନପାଈ ବାପା ମାଆ ଥାନା ର ଦ୍ୱାରସ୍ତ ହୁଅନ୍ତି! . ସମୟ ପରେ ସମୟ ବିତି ଚାଲିଲା. ହଟାତ ବାଙ୍ଗାଲୋର ବେଲା ନ୍ଧୁର ଥାନା ରୁ ସୁମିତ୍ରା ଙ୍କ ବାପା ଗଜେଦ୍ର ହରିଚନ୍ଦନଙ୍କୁ ଚଳିତ ମାସ 6 ତାରିଖ ରେ ଝିଅ ସୁମିତ୍ରା ର ମୃତ୍ୟୁ ଖବର ଆସେ.. ଆଉ ସ୍ତବ୍ଧ ପାଲଟି ଯାଆନ୍ତି ସୁମିତ୍ରା ଙ୍କ ପରିବାର ଲୋକେ

ଝିଅ କୁ ଦେଖିବା ପାଈଁ ବାକୁଳ ହୋଇ ପଡ଼ନ୍ତି ବାପା ମାଆ! ହେଲେ ଅର୍ଥ ସାଜେ ବାଧକ ଏତେ ଦୂର ଯାଇ ଝିଅର ଶବକୁ ଦେଖିବା ତାଙ୍କ ପାଖରେ ସମ୍ଭବ ନଥିବାରୁ ଦଳିତ ଆସିବାସୀ ମହାସଙ୍ଗ ସହଯୋଗ ରେ ସମ୍ବାଦିକ ସମିଳନୀ ମଧ୍ୟ୍ୟ ରେ ଝିଅ ପତି ହୋଇଥିବା ଅତ୍ୟାଚାର ସହ ଝିଅ ର ହତ୍ୟା ଅଭିଯୋଗ ଆଣି ଝିଅ ସୁମିତ୍ରା ର ଶବ କୁ ଓଡିଶା କୁ ଆଣିବ ପାଈଁ ପ୍ରଶାସନ ପାଖରେ ନିବେଦନ କରନ୍ତି
ଗୋଟେ ସନ୍ତାନ କୁ ହରେଇବା ର କଷ୍ଟ କେବେଳ ବାପା ମାଆ ହିଁ ବୁଝିପାରନ୍ତି.ଖବର ପ୍ରସାରିତ ହେଲା ପରେ କେତେ ଶୀଘ୍ର ପ୍ରଶାସନ ତପ୍ତରତା ଦେଖାଉଚି ତାହା ଦେଖିବାକୁ ବାକି ରହିଲା..

Leave a Reply

Your email address will not be published. Required fields are marked *