ପ୍ଲାଣ୍ଟେସନ କାର୍ଯ୍ୟକୁ ନେଇ ସନ୍ଧେହ ଘେରରେ ବନପାଳ ଅଧିକାରୀ

ଫୋକସ ପ୍ଲସ(କଙ୍କଡ଼ାହାଡ଼): ଅପହଞ୍ଚ ଅଞ୍ଚଳରେ ବାଟବଣା ହେଉଛି ପ୍ଲାଣ୍ଟେସନ ଟଙ୍କା |ବିନା ସୂଚନା ଫଳକରେ କେମିତି ଚାଲିଛି ପ୍ଲାଣ୍ଟେସନ କାର୍ଯ୍ୟ ?କାହା ଈଶାରାରେ କରାଯାଉଛି ନିମ୍ନମାନର କାର୍ଯ୍ୟ ?ପ୍ଲାଣ୍ଟେସନ କାର୍ଯ୍ୟକୁ ନେଇ ଏବେ ହରଡ ଘଣାରେ ବାବୁ ଶିବରାମ ବେହେରା |ଅଧିକାରୀ ବାବୁଙ୍କ କାର୍ଯ୍ୟକୁ ନେଇ ଏବେ ସନ୍ଦେହ ସୃଷ୍ଟି ହୋଇଛି ।

ଆମେ କହୁଛୁ, ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ପୂର୍ବାଞ୍ଚଳ ରେଞ୍ଜ କଙ୍କଡ଼ାହାଡ଼ ବନପାଳ ସେକ୍ସନ ନମ୍ବର-୧ ର ଅଧିନରେ ଥିବା ଚୂନ ରଗଡ଼ି ଦଣ୍ଡେଇମରା ପାଖର ପ୍ଲାଣ୍ଟେସନ କାର୍ଯ୍ୟର କଥା ।ଏଠି ଚାଲିଛି ବିନା ସୂଚନା ଫଳକରେ କାର୍ଯ୍ୟ |ବିଭିନ୍ନ ପ୍ରକାର ଗଛ ଲାଗିବାର ପ୍ରକଳ୍ପରେ ବ୍ୟବସ୍ଥା ପୁରାପୁରି ଓଲଟା ।ସରକାରଙ୍କ ନିୟମ ଅନୁଯାୟୀ ପ୍ଲାଣ୍ଟେସନରେ ଲାଗୁଥିବା ଗଛ ଗୁଡ଼ିକର ପ୍ରଣାଳୀ ନିମ୍ନମାନ ହେଉଥିବାର ଦେଖିବାକୁ ମିଳିଛି ।ଅଧିକାରୀଙ୍କ ଉପସ୍ଥିତିରେ କାର୍ଯ୍ୟ ହେବା ବଦଳରେ ଜଣେ ଫରେଷ୍ଟ ଗାର୍ଡଙ୍କ ଉପସ୍ଥିତିରେ ପ୍ଲାଣ୍ଟେସନ କାର୍ଯ୍ୟ ହେଉଛି କେମିତି ?ତେବେ ଶ୍ରମିକ ମାନଙ୍କୁ ୩୨୬ ଟଙ୍କା ଦେବା ବଦଳରେ ୨୫୦ ଟଙ୍କାରେ କାର୍ଯ୍ୟ କରାଉଛନ୍ତି ବାବୁ ଶିବରାମ ବେହେରା। ଶ୍ରମିକ ମାନଙ୍କ ଟଙ୍କାକୁ ହଡ଼ପ ନେଇ ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।ଘଟଣାରେ ଢେଙ୍କାନାଳ ବନଖଣ୍ଡ ଅଧିକାରୀ କେଉଁ ପ୍ରକାର କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା ।

କଙ୍କଡ଼ାହାଡ଼ରୁ ପ୍ରବୀଣ ନାଏକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *