ପ୍ଲାଷ୍ଟିକ ବ୍ୟବହାର ବନ୍ଦ ଓ ସ୍ୱଚ୍ଛତା ଉପରେ ଦିଆଯିବ ଗୁରୁତ୍ୱ |

ଫୋକସ ପ୍ଲସ ୨୭/୧/୨୩(ନୀଳଗିରି):ପର୍ଯ୍ୟଟନ ମାନଚିତ୍ରରେ ଉତ୍ତର ଓଡ଼ିଶାର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ତଥା ପ୍ରାଚୁର୍ଯ୍ୟତାର ଗନ୍ତାଘର ବାଲେଶ୍ୱର ଜିଲ୍ଲା ନୀଳଗିରିର ପଞ୍ଚଲିଙ୍ଗେଶ୍ୱର ଶୈବ ପୀଠ । ନୀଳଗିରି ନିକଟ ଦେବଗିରି ପର୍ବତମାଳାରେ ପଞ୍ଚଲିଙ୍ଗେଶ୍ୱର ନିଜର ସ୍ୱତନ୍ତ୍ର ପରିଚୟ ବହନ କରିଥିବା ବେଳେ ଏଠାକାର ପ୍ରାକୃତିକ ପରିବେଶର ରମଣୀୟ ଦୃଶ୍ୟ ଓ ଚିରସ୍ରୋତା ଝରଣାର କୁଳୁକୁଳୁ ନାଦ ନୀର ଶଯ୍ୟାରେ ବିଜେ ମହାଦେବଙ୍କୁ ଦର୍ଶନ କରିବାକୁ ରାଜ୍ୟ ଓ ରାଜ୍ୟ ବାହାରୁ ହଜାର ହଜାର ଭକ୍ତ ଓ ପର୍ଯ୍ୟଟକଙ୍କ ସୁଅ ଛୁଟିଥାଏ । ଏହି ପଞ୍ଚଲିଙ୍ଗେଶ୍ୱର ପୀଠର ଉନ୍ନତିକରଣ କରିବା ବିଷୟରେ ବୁଧବାର ଜିଲାପାଳ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ବିଭିନ୍ନ ବିଭାଗର ଅଧିକାରୀ ଓ ସ୍ଥାନୀୟ ବିଧାୟକ ଇଂ. ସୁକାନ୍ତ କୁମାର ନାୟକ, ନୀଳଗିରି ଉପ-ଜିଲ୍ଲାପାଳ ମନ୍ଦରଧର ମାହାଳିକ, ତହସିଲଦାର ଦାୟିତ୍ୱରେ ଥିବା ଆଡିସନାଲ ତହସିଲଦାର ପ୍ରଦୀପ କୁମାର ଦାସ, ଆଇଆଇସି ଗୋପାଳ ଚନ୍ଦ୍ର କର୍ଣ୍ଣ, ନୀଳଗିରି ରେଞ୍ଜର ଆଇଶା ଅକତାରି ନିଶା, ସରପଞ୍ଚ ପୁରସ୍ତମ ସେଠି, ସମାଜସେବୀ ମନୋରଞ୍ଜନ ଦାସ ପ୍ରମୁଖଙ୍କ ସହ ପୀଠର ଉନ୍ନୟନମୂଳକ କାର୍ଯ୍ୟର ଆବଶ୍ୟକତା ରହିଛି ଓ କ’ଣ ସବୁ କାର୍ଯ୍ୟପନ୍ଥା ଅବଲମ୍ବନ କରାଯାଉଛି ଆଜିର ସ୍ଥିତି ଓ ସମସ୍ୟା ସମାଧାନ ଉପରେ ଆଲୋଚନା କରିଥିଲେ । ପୀଠରେ ଶୌଚାଳୟ, କେଫେ, ନିୟୁ ପାର୍କିଂ, ଚିଲଡ୍ରେନ ପାର୍କିଂ କାର୍ଯ୍ୟ ଶୀଘ୍ର ସାରିବାକୁ ନିର୍ଦ୍ଦେଶ ସହ ନୂଆ ବସ୍‌ଷ୍ଟାଣ୍ଡ, ଯାତ୍ରୀ ବିଶ୍ରାମଗାର ହେବାର ନିଷ୍ପତ୍ତି ସହିତ ମୁଖ୍ୟତଃ ପୀଠରେ ପ୍ଲାଷ୍ଟିକ ବ୍ୟବହାର ରୋକିବା ସହିତ ପରିବେଶକୁ ସ୍ୱଚ୍ଛ ରଖିବା ଉପରେ ଅଧିକ ଗୁରୁତ୍ୱ ଦିଆଯାଇଥିଲା ।

Leave a Reply

Your email address will not be published. Required fields are marked *