ଫମ୍ପା ମାଠିଆ ଉପରେ ତାଳଚେର ସହର

ଫୋକସ ପ୍ଲସ (ବ୍ୟୁରୋ)୨୨/୦୬/୨୦୨୨ :କଥାରେ ଅଛି କହିବା କାହାକୁ ଶୁଣିବ କିଏ ଯିଏ ବି ଶୁଣେ ସିଏ ବି ପକେଟ ଗରମ କରେ |କିଏ ସେ ମୁରାରୀ ବାବୁ କାହିଁକି ଶୁଣୁନାହାନ୍ତି ତାଳଚେର ବାସୀଙ୍କ କଥା, କାହିଁକି ବୁଝୁ ନାହାନ୍ତି ପ୍ରଜାଙ୍କ ଦୁଃଖ, ଆମେ କହୁଛୁ ତାଳଚେର ଭୁତଳ କୋଇଲା ଖଣି କଥା |ଦୀର୍ଘ ଦିନ ହେଲାଣି ତାଳଚେର ଭୁତଳ କୋଇଲା ଖଣିରୁ କୋଟି କୋଟି ଟଙ୍କାର କୋଇଲା ନେଲା ପରେ ସେଠାରେ ନିୟମ ଅନୁସାରେ ବାଲି ଭର୍ତି କରିବା କଥା |କାହିଁକି କରୁନି ବାଲି ଭର୍ତି |ନାଁ ବାଲି ଭର୍ତି ନାମରେ ଯେଉଁ ଟଙ୍କା ଆସୁଛି ସେ ଟଙ୍କାକୁ ମିଳି ମିଶି ଚଳୁ କରୁଛନ୍ତି | ତାହା ହେଲେ କାହିଁକି ତାଳଚେର ବାସୀଙ୍କୁ ପ୍ରତାରଣା କରୁଛନ୍ତି |କୋଇଲା କର୍ତ୍ତୃ ପକ୍ଷ ଯଦି ନାଁ ତାହା ହେଲେ କେବେ ସମ୍ପୂର୍ଣ ବାଲି ଭର୍ତି ହେବ| ଆଉ ତାଳଚେର ବାସି ଏ ଫମ୍ପା ମାଠିଆ ଉପରୁ ଶାନ୍ତିରେ ନିଶ୍ୱାସ ନେବେ |ଆହୁରି ଅନେକ ପ୍ରଶ୍ନ କେନ୍ଦ୍ରସରକାର କୋଟି କୋଟି ଟଙ୍କା ରାଜସ୍ୱ ନେବା ସତ୍ୟେବି ନିଘୋଡ଼ ନିଦ୍ରାରେ ସୋଇଛି କି ନାଁ ଚେଇଁଛି ଯଦି ଚେଇଁଛି ତାହାଲେ କେବେ ତାଳଚେର ବାସୀଙ୍କ ଉପରେ ନଜର ପଡିବ ତାଳଚେର ବାସୀଙ୍କ ଚେତାବନୀ ଏ ସମସ୍ୟାର ସମାଧାନ ତୁରନ୍ତ ନ କଲେ ଆଗକୁ ତାଳଚେର ସୁରକ୍ଷା ମଞ୍ଚ ବା ତାଳଚେର ବାସି ରାଜ ରାସ୍ତାକୁ ଓଲ୍ହାଇବେ |

ତାଳଚେରରୁ ରବୀନ୍ଦ୍ର ନାଥଙ୍କ ରିପୋର୍ଟ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *