ଫଳକ ମାରି ସାରିଦେଲେ ମନରେଗା କାର୍ଯ୍ୟ

ଫୋକସ ପ୍ଲସ (ବିଂଝାରପୁର)୨୬/୦୭/୨୦୨୨: ବସାଇଲେ ଫଳକ ମାରି ଆଉ ଲୁଟି ନେଲେ ଲକ୍ଷାଧିକ ଟଙ୍କା।ସରକାର ଙ୍କ ରାଜ କୋଷ ରେ ଲଗାଇଲେ ଚୂନ |ଶ୍ରମିକ ବଦଳ ରେ ଲଗାଇଲେ ମେସିନ |ମିଛ ଶ୍ରମିକ ଦର୍ଶାଇ ଚଳୁ କରିଦେଲେ ମନରେଗା ଟଙ୍କା। ପୋଖରୀ ନଖୋଳି ଅର୍ଥ ଲୁଟିବାରେ ଶେଷରେ ସ୍ୱୟଂ ସହାୟକ ଗୋଷ୍ଠୀ ବି ଆସିଲେଣି ସାମ୍ନାକୁ ।ତେବେ ଏ ହେଉଛି ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ ର ମନରେଗା ଦୁର୍ନୀତିର ବହୁ ଚର୍ଚ୍ଚିତ ଜରି ପଂଚାୟତ।ଅନଶନ ପରେ,ବଳି ପଡିଗଲେ ପଞ୍ଜୟତ ଦାଇତ୍ୱ ରେ ଥିବା ସରକାରୀ ବାବୁ। ହେଲେ ପିଛା ଛାଡ଼ୁନି ମନରେଗା ଦୁର୍ନୀତି। ହେଲେ ଏ ଦୁର୍ନୀତିରେ ଏବେ ସାମ୍ନା କୁ ଆସିଛି, ଜିଲ୍ଲା ଜଳ ବିଭାଜିକା ବିଭାଗ ର ଅସଲ ଚିତ୍ର। ଜରି ପଞ୍ଚାୟତ ର ନିମାଇଁ ଚରଣ ଦାସ ନାମକ ବ୍ୟକ୍ତି ଙ୍କ କ୍ଷେତ୍ର ପୋଖରୀ ଖୋଳା ନାମରେ ଫଳକ ମାରି ରାଧାମାଧବ ସ୍ୱୟଂ ସହାୟକ ଗୋଷ୍ଠୀ ବି ଲୁଟିବାକୁ ପଛାଇଲେ ନାହିଁ। ଖାଲି ସେତିକି ନୁହଁ, ଜରୀ ପଂଚାୟତ ର ଶୁକଧଳ ବରଗଛ ଠାରୁ ଦାମ ସାହୁ ଜମି ପର୍ଯ୍ୟନ୍ତ ଯାଇଥିବା ନାଳ ରୁ ଘାସ ତାଂଛି ଫଳକ ମାରି ଅସାଧୁ ମୁନାଫାଖୋର ଠିକାଦାର ଙ୍କ ସହ ଏ ସରକାରୀ ଯନ୍ତ୍ରୀ ଙ୍କ ମିଲିଭଗତ ରେ ଲୁଟାଗଲା ସରକାରୀ ରାଜକୋଷ ରୁ ଲକ୍ଷେ ନୁହଁ, ପାଞ୍ଚ ପାଞ୍ଚ ଲକ୍ଷ। ଖାଲି ଜରୀ ପଞ୍ଚାୟତ ନୁହଁ ଏହି ବ୍ଲକ ର ବାଙ୍ଗରା , ହଲଦୀଢ଼ିଅ, ବିତନା, ବରପଦା, ଅଳକୁଣ୍ଡ, ଆଉଁରୀ, ଉତ୍ତରକୁଳ, ଗୁହାଳି ସମେତ ଏମିତି ଅନେକ ପଞ୍ଚାୟତ ରେ ରହିଛି ମନରେଗା ରେ ଗଣ୍ଡା ଗଣ୍ଡା ଦୁର୍ନୀତି।

 

ବିଂଝାରପୁର ରୁ ରାଣାପ୍ରତାପ ମହାପାତ୍ର ଙ୍କ ରିପୋର୍ଟ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *