ଫସଲବୀମା କ୍ଷତି ପୂରଣ ନ ମିଳିବାରୁ ଧାରଣା ଦେଲେ ଚାଷୀ I

ଗତ ୨୦୨୧ ଫସଲବୀମା କ୍ଷତି ପୂରଣ ଆଜି ପ୍ରଯ୍ୟନ୍ତ ମିଳିନାହିଁ l ସେଥିପାଇଁ anc, ଏଚଡିଏଫସି ବୀମା କମ୍ପାନୀ ର ମନମୁଖୀ କାରବାର, ଅନିୟମିତତା ଏବଂ ଚାଷୀ କୂଳ ସହ ଛକାପଞ୍ଝା ଖେଳ ଏବଂ ଫସଲ ବୀମା ଆଇନ କୁ ଉଲଗ୍ନ କରୁଥିବା ପ୍ରତିବାଦ ରେ ବାଧ୍ୟହୋଇ ଆଜି ସକାଳ ୬ଘଣ୍ଟାରୁ ସନ୍ଧ୍ୟା ୬ ଘଟିକା ପର୍ଯ୍ୟନ୍ତ ଗାଇସିଲେଟ ବ୍ଲକ ର ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ଗାଡି ମଟର, ଦୋକାନ ବଜାର ସ୍କୁଲ ,କଲେଜ ବନ୍ଦ କରିବା ପାଇଁ ରାଜବୋଡ଼ାସମ୍ବର କୃଷକ ସଙ୍ଗଠନ ପକ୍ଷରୁ ଡାକରା କୁ ପୂର୍ଣ୍ଣମାତ୍ରାରେ ସମର୍ଥନ ମିଳିଛି। ଏହି ଆନ୍ଦୋଳନ କୁ ସମର୍ଥନ କରି ବିଭିନ୍ନ ରାଜନୈତିକ ଦଳ ତଥା ବିଜେପି,ବିଜେଡି,କଂଗ୍ରେସ,ବଣିକ ସଂଘ,ସିଏସସି ସଂଘ, ବି ଏସ ପି, ନାଗରିକ କମିଟି, ୟୁଥ କ୍ଲବ,କୋସଲ ରାଜ୍ୟ ମୁକ୍ତି ମୋର୍ଚା, କୃଷକ ସାଥି,ମାନେ ସମର୍ଥନ ଜଣାଇଛନ୍ତି ଏବଂ ଅନେକ କୃଷକ ସଙ୍ଗଠନ ମାନେ ସକ୍ରିୟ ସହଯୋଗ କରୁଥିବାର ଜଣାଯାଏ । ବନ୍ଦ ଯୋଗୁଁ ବିଭିନ୍ନ ସ୍ଥାନରେ ଯାନ ବାହନ ଅଟକି ରହିଛି । ଗାଇସିଲେଟ ବ୍ଲକ ରେ ସହିଦ ଛକ ଗାଇସିଲେଟ ,ତାଳପାଲି ,ଭାଙ୍ଗମୁଣ୍ଡା ଛକ, ଚାରିଛକ ରେ ବନ୍ଦ ପାଳନ ର ପ୍ରଭାବ ଅବ୍ୟାହତ ରହିଛି । ଏହି ବନ୍ଦ ରେ ରାଜ ବୋଡା ସମ୍ବର କୃଷକ ସଙ୍ଗଠନ ର ସଭାପତି ଅରବିନ୍ଦ ପଣ୍ଡା, ଉପସଭାପତି ସରୋଜ ସାହୁ,ସମ୍ପାଦକ ଗଜପତି ସାହୁ, କୋଷାଧ୍ୟକ୍ଷ ଆନନ୍ଦ ପଧାନ,ଆବାହକ ବିରେନ୍ଦ୍ର ପଧାନ,ବ୍ଲକ ଅଧ୍ୟକ୍ଷ ପ୍ରଣୟ କୁମାର ସାହୁ,ବିଜେପି ର ଜିଲା ଉପସଭାପତି ପ୍ରବୀଣ ପାଣିଗ୍ରାହୀ,ମଦନ ଦୀପ,କଂଗ୍ରେସ ସଭାପତି ଘନ ପାତ୍ର,ଆଦିକନ୍ଦ ପୁରୋହିତ,ସମାରୁ ସାହୁ,ଅଗସ୍ତି ସାହୁ,କ୍ଷୀରୋଦ୍ର ସାହୁ,ମୋହନ ସିଂ ବରିହା,ବି ଏସ ପି ର ଧବଳେଶ୍ବର ମହାନନ୍ଦ,ଫକୀର ଦୀପ,ବିରେନ୍ଦ୍ର ସାହୁ,ପ୍ରଦୀପ ସାହୁ ଓ ଅନେକ ଚାଷୀ ଉପସ୍ଥିତ ଥିଲେ l ଏହି ବନ୍ଦ କୁ ବଲାଙ୍ଗୀର ଜିଲ୍ଲା ପରିଷଦ ର ଅଧକ୍ଷା ଦେବକୀ ସାହୁ ସମର୍ଥନ ଜଣେଇଥିଲେ l

 

ରିପୋର୍ଟ – ଶ୍ୟାମ ସୁନ୍ଦର ସୁନା (ଗାଇସିଲେଟ)

Leave a Reply

Your email address will not be published. Required fields are marked *