ଫାଇନାଲରେ ବାଜି ମାରିଲା ରୂପ୍ରାରୋଡ ମନୀଷ ୧୧

ଫୋକସ ପ୍ଲସ 12/02/2023( ନର୍ଲା):କଳାହାଣ୍ଡି ଜିଲ୍ଲା ନର୍ଲା ହାଇସ୍କୁଲ ଖେଳ ପଡିଆରେ ଗତ ୧୦ ଦିନ ଧରି ଚାଲି ଆସୁଥିବା ଏକ ଦିବସୀୟ କ୍ରିକେଟ ପ୍ରତିଯୋଗିତାର ଫାଇନାଲ ମ୍ୟାଚରେ ରୁପ୍ରାରୋଡ଼ର ଏମଏସ ଏକାଦଶ ବାଗପୁର ରିଙ୍କୁ ଏକାଦଶକୁ ୩୫ ରନରେ ପରାଜିତ କରିଛି l ଏମଏସ ଇଲେଭେନ ଟସ ଜିତି ପ୍ରଥମେ ବ୍ୟାଟିଙ୍ଗ ନିଷ୍ପତି ନେଇଥିଲା l ଏମଏସ ଏକାଦଶ ନିର୍ଦ୍ଧାରିତ ୧୫ ଓଭର ରେ ୯ ୱିକେଟ ହରାଇ ୧୪୯ ରନ କରିଥିଲା lଏବଂ ରିଙ୍କୁ ଏକାଦଶ ସାମନାରେ ୧୫୦ ରନର ବିଜୟ ଲକ୍ଷ୍ୟ ରଖିଥିଲା l ଜବାବରେ ଦ୍ଵିତୀୟ ଇନିଂସରେ ବ୍ୟାଟିଂ ଆରମ୍ଭ କରି ରିଙ୍କୁ ଏକାଦଶ ୧୨ ଓଭର ଖେଳି ୧୩୦ ରନ କରି ଅଲ୍ ଆଉଟ୍ ହେଇଥିଲା l ନର୍ଲା କ୍ରିକେଟ କ୍ଲବର ସଭାପତି ଦିପୁ ପାତ୍ର ଙ୍କ ନେତୃତ୍ୱରେ ଏହି ଟୁର୍ଣ୍ଣାମେଣ୍ଟ ପରିଚାଳିତ ହୋଇଥିଲା । ପ୍ରିୟବ୍ରତ ଚାନ୍ଦ, ମିଳୁ ସେଠି, ଭବାନୀ ଶଙ୍କର ଗୌଡ଼ିଆ, ବିଭୁତି ରଥ ପ୍ରମୁଖ ନର୍ଲା କ୍ରୀକେଟ କ୍ଲବର ସମସ୍ତ କର୍ମକର୍ତ୍ତା ମାନଙ୍କ ଦ୍ୱାରା ଆୟୋଜିତ ରବିବାର ଦିନର ଫାଇନାଲ ମ୍ୟାଚ୍ ଶୃଙ୍ଖଳାର ସହ ସମାପନ ହୋଇଯାଇଛି l ଫାଇନାଲ ଖେଳରେ ସ୍କୋରବୋର୍ଡ ଦାୟିତ୍ୱରେ ବିମଲ ସାହାଣୀ ରହିଥିବା ବେଳେ ଯଶୋବନ୍ତ ପୁଝାରୀ, ଅନମୋଲ ଚାନ୍ଦ ପ୍ରମୁଖ ଧାରା ବିବରଣୀ ପ୍ରଦାନ କରିଥିଲେ । ସପ୍ତ ପ୍ରଧାନ ଏବଂ କୁମୁଦ ରାଉତ ଅମ୍ପାୟାର ଭାବରେ ଫାଇନାଲ ମ୍ୟାଚ ପରିଚାଳନା କରିଥିଲେ l ଏଥିରେ ମୁଖ୍ୟ ଅତିଥି ଭାବରେ ନର୍ଲା ବ୍ଲକ ଉପାଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି, ସମ୍ମାନିତ ଅତିଥି ଭାବରେ କ୍ରୀଡାବିତ ତ୍ରିଲୋକ୍ୟ ହରପାଲ, ନର୍ଲା ବ୍ଲକ କଂଗ୍ରେସ କମିଟିର ସଭାପତି ତଥା କ୍ରୀଡ଼ାପ୍ରେମୀ ସମୀର ଚାନ୍ଦ ଯୋଗଦାନ କରି ଖେଳାଳି ମାନଙ୍କ ଉତ୍ସାହିତ କରିଥିଲେ l ଫାଇନାଲ ପ୍ରତିଯୋଗିତାରେ ଚମ୍ପିୟାନ ହୋଇଥିବା ଏମଏସ ଏକାଦଶକୁ ଟ୍ରଫି ସହ ନଗଦ ୩୦ ହଜାର ଟଙ୍କା ପ୍ରଦାନ କରଯାଇଥିବା ବେଳେ ଉପବିଜେତା ରିଙ୍କୁ ଏକାଦଶ କୁ ଟ୍ରଫି ସହ ନଗଦ ୨୦ ହଜାର ଟଙ୍କା ପ୍ରଦାନ କରାଯାଇଥିଲା । ଏନସିସି କ୍ରୀକେଟ ଟୁର୍ଣ୍ଣାମେଣ୍ଟ ରେ ଅଂଶ ଗ୍ରହଣ କରିଥିବା ସମସ୍ତ ଖେଳାଳୀ ମାନଙ୍କୁ ନର୍ଲା ବ୍ଲକ ଅଧ୍ୟକ୍ଷା ମନୋରମା ମହାନ୍ତି, ବ୍ଲକ ଉପାଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି, ନର୍ଲା ବିଡ଼ିଓ ବାସନ୍ତୀ ସେଠୀ ଶୁଭେଚ୍ଛା ଜଣାଇବା ସହ ସମସ୍ତଙ୍କ ସୁଖ ସମୃଦ୍ଧି ଓ ଉଜ୍ଜ୍ଵଳ ମୟ ଭବିଷ୍ୟତ କାମନା କରିଛନ୍ତି ।

Leave a Reply

Your email address will not be published. Required fields are marked *